ସଂସଦରେ ହିସାବ ଦେଲେ ଅର୍ଥମନ୍ତ୍ରୀ; କହିଲେ -୮ ବର୍ଷରେ ଭାରତ ଦଶମରୁ ପଞ୍ଚମ ଅର୍ଥନୀତିର ଦେଶ ହୋଇପାରିଛି

Published By : Prameya-News7 Bureau | December 07, 2023 IST

ନୂଆଦିଲ୍ଲୀ: ଗୁରୁବାର ସଂସଦରେ ମୋଦୀ ସରକାରଙ୍କର ଗତ ୯ ବର୍ଷର ଉପଲବ୍ଧି ଗଣାଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ କହିଛନ୍ତି ଯେ ୨୦୧୪ ରେ ଘରୋଇ ଏଲପିଜି ସଂଯୋଗ ୧୪.୫ କୋଟି ଥିଲା, ଯାହା ବର୍ତ୍ତମାନ ୩୧.୪ କୋଟିରେ ପହଞ୍ଚିଛି। ଅର୍ଥାତ ଗତ ୯ ବର୍ଷରେ ୧୬.୯ କୋଟି ଏଲ୍‌ପିଜି ସଂଯୋଗ ବୃଦ୍ଧି ହୋଇଛି ବୋଲି କହିଛନ୍ତି ନିର୍ମଲା।

ସେମିତି ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୧୧ କୋଟି ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦିଆଯାଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସଂସଦର ଶୀତକାଳୀନ ଅଧିବେଶନରେ ଅର୍ଥମନ୍ତ୍ରୀ ଦେଶର ଅର୍ଥନୀତି ବିଷୟରେ ସୂଚନା ଦେଇ ଏପରି କହିଛନ୍ତି।

ପଢ଼ନ୍ତୁ-୨୦୩୦ ସୁଦ୍ଧା ଭାରତ ଦୁନିଆର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ହେବ: S&P

ଅର୍ଥନୀତି ଅଭିବୃଦ୍ଧି ନେଇ ଏମିତି କହିଲେ ନିର୍ମଳା

ଅର୍ଥମନ୍ତ୍ରୀ କହିଛନ୍ତି- ଭାରତର ଦ୍ୱିତୀୟ ତ୍ରୟମାସିକରେ ବିଶ୍ୱରେ ସର୍ବାଧିକ ୭.୬% ଅଭିବୃଦ୍ଧି ହୋଇଛି। ଆମେ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ଗତି ବଜାୟ ରଖିଛୁ। ଏହି ତ୍ରୟମାସିକରେ ତୃତୀୟ ଏବଂ ଚତୁର୍ଥ ଅର୍ଥନୀତିର ଦେଶ ଦୁର୍ବଳ ହୋଇଛି। ଜର୍ମାନୀର ଅର୍ଥନୀତି ୦.୪% ଏବଂ ଜାପାନର ଅର୍ଥନୀତି ୨.୧% ହ୍ରାସ ପାଇଛି। ଉଦୀୟମାନ ଅର୍ଥନୀତି ମଧ୍ୟରେ ଭିଏତନାମ ୫.୩୩%, ମାଲେସିଆ ୩.୩% ଏବଂ ଥାଇଲ୍ୟାଣ୍ଡ ମାତ୍ର ୧.୫% ଅଭିବୃଦ୍ଧିରେ ସକ୍ଷମ ହୋଇଛି। ଭାରତ ସେମାନଙ୍କଠାରୁ ବହୁ ଆଗରେ ଅଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

୨୦୧୪ରେ ଭାରତ ଦଶମ ବୃହତ୍ତମ ଅର୍ଥନୀତି ଥିଲା, ବର୍ତ୍ତମାନ ଏହା ୫ ନମ୍ବରରେ ପହଞ୍ଚିଛି

ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୧୪ ରେ ଭାରତ ଦଶମ ବୃହତ୍ତମ ଅର୍ଥନୀତି ଥିଲା, ଯାହା ୮ ବର୍ଷରେ ୫ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଅର୍ଥନୀତିର ସମସ୍ତ କ୍ଷେତ୍ର ଭଲ ପ୍ରଦର୍ଶନ କରିଛି ଭାରତ। ସର୍ଭିସ୍ ସେକ୍ଟର ବ୍ୟତୀତ ଉତ୍ପାଦନ(ମେନୁଫେକ୍ଚରିଂ) କ୍ଷେତ୍ର ମଧ୍ୟ ଜିଡିପିରେ ସହଯୋଗ କରୁଛି।

Q2 ରେ ସର୍ବାଧିକ ୧୩.୯% ଅଭିବୃଦ୍ଧି ରେକର୍ଡ କରାଯାଇଛି। ସୀତାରମଣ କହିଛନ୍ତି ଯେ ଗତ ବର୍ଷ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଉତ୍ପାଦନକାରୀ ରାଷ୍ଟ୍ର ଥିଲା। ଭାରତ ୧୦ ବିଲିୟନ ଡଲାର ଅର୍ଥାତ ପ୍ରାୟ ୮୩ ହଜାର କୋଟି ଟଙ୍କା ମୂଲ୍ୟର ମୋବାଇଲ୍ ରପ୍ତାନୀ କରିଥିଲା। କେବଳ ମୋବାଇଲ ନୁହେଁ ଯାତ୍ରୀବାହୀ ଯାନ ରପ୍ତାନୀରେ ମଧ୍ୟ ବୃଦ୍ଧି ହୋଇଛି। ବିଶ୍ୱ ଗଣମାଧ୍ୟମରେ ଭାରତର ଅର୍ଥନୀତିକୁ ତାରିଫ କରାଯାଉଛି ବୋଲି ସୀତାରମଣ କହିଛନ୍ତି।

ପଢ଼ନ୍ତୁ-ପିଆଜ ଓ ଟମାଟରର ମୂଲ୍ୟ ବୃଦ୍ଧି ସହ ମାସିକ ଆଧାରରେ ବଢିଛି ଖାଇବା ଥାଳି ଦର, ଉଭୟ ସାକାହାରୀ ଓ ଆମିଷ ହୋଇଛି ମହଙ୍ଗା

ଡାଲି, ଦୁଗ୍ଧ ଓ ଚିନିର ସବୁଠାରୁ ବଡ଼ ଉତ୍ପାଦକ ଭାରତ

ଦୁଗ୍ଧ, ଡାଲି, ଝୋଟ ଏବଂ ଚିନି ଉତ୍ପାଦନ କରିବାରେ ଭାରତ ହେଉଛି ବିଶ୍ୱର ସର୍ବବୃହତ ଉତ୍ପାଦକ। ଏହା ବ୍ୟତୀତ ରିଅଲ ଟାଇମରେ ଅଧିକାଂଶ ଡିଜିଟାଲ ପେମେଣ୍ଟ ଭାରତରେ ହୋଇଥାଏ। ଆମେରିକାର ଦୋକାନ ବଜାରକୁ ଭାରତର ରପ୍ତାନୀ ୪୪% ବୃଦ୍ଧି ପାଇଥିବାବେଳେ ଚାଇନାର ରପ୍ତାନୀ ୨୦% ହ୍ରାସ ପାଇଛି। ନିଟ୍ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ(ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ) ମଧ୍ୟ ବୃଦ୍ଧି ଘଟିଛି। ଚଳିତ ବର୍ଷ ନଭେମ୍ବର ୯ ସୁଦ୍ଧା ଏହା ୧୦.୬୦ ଲକ୍ଷ କୋଟିରେ ପରିଣତ ହୋଇଛି। ବାର୍ଷିକ ଭିତ୍ତିରେ ୨୧% ବୃଦ୍ଧି ଘଟିଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

୨୦୧୪ ରେ ୧୪.୫ କୋଟି LPG ସଂଯୋଗ ଥିଲା, ବର୍ତ୍ତମାନ ୩୧.୪ କୋଟି ରହିଛି

ରାଜୀବ ଗାନ୍ଧୀ ଗ୍ରାମିଣ ଏଲପିଜି ବଣ୍ଟନ ଯୋଜନାରେ ଜୁନ୍ ୧, ୨୦୧୪ ସୁଦ୍ଧା ୫.୮୨ ଲକ୍ଷ ହିତାଧିକାରୀ ଥିଲେ। ସେତେବେଳେ ସିଲିଣ୍ଡର ପାଇଁ  ଅଲଏ ମାର୍କେଟିଂ କମ୍ପାନୀଗୁଡ଼ିକୁ ପ୍ରଥମେ ଜମା ଦେବାକୁ ପଡୁଥିଲା। ବର୍ତ୍ତମାନ ସିଲିଣ୍ଡର ମାଗଣା, ସଂଯୋଗ ମାଗଣା ଓ ଡିପୋଜିଟ୍ ବି କରିବାକୁ ପଡ଼ୁ ନାହିଁ।

ଉଜ୍ଜ୍ୱଳା ଯୋଜନା ଲାଗୁ ହେବା ସହ, ୨୦୨୧ ସୁଦ୍ଧା ୯୯.୮% ହାଉସହୋଲ୍ଡ କଭର କରାଯାଇଥିଲା। ବର୍ତ୍ତମାନ ଉଜ୍ଜ୍ୱଳାର ୯.୮ କୋଟି ହିତାଧିକାରୀ ଅଛନ୍ତି। ୨୦୧୪ ରେ, ଉଜ୍ଜ୍ୱଳା ସହ ଘରୋଇ ଏଲ୍‌ପିଜି ସଂଯୋଗ ୧୪.୫ କୋଟି ଥିଲା। ବର୍ତ୍ତମାନ ୩୧.୪ କୋଟି ଘରୋଇ LPG ସଂଯୋଗ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।  

ପଢ଼ନ୍ତୁ-୯ ବର୍ଷରେ ଦୁଇଗୁଣା ହେଲା ଦେଶର GDPରେ ଡିଜିଟାଲ ଅର୍ଥନୀତିର ଭାଗିଦାରୀ, ୨୦୨୬ ସୁଦ୍ଧା ୨୦ ପ୍ରତିଶତ ପହଞ୍ଚିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.