ବିଦେଶୀ ରୋଗୀଙ୍କ ପ୍ରଥମ ପସନ୍ଦ ପାଲଟିଛି ଭାରତ, ଚିକିତ୍ସା ପର୍ଯ୍ୟଟନରେ ଆସିଛି ଅଭିବୃଦ୍ଧି

Published By : Prameya-News7 Bureau | August 07, 2022 IST

ନୂଆଦିଲ୍ଲୀ ୭।୮: ଭାରତରେ  ଚିକିତ୍ସା ପର୍ଯ୍ୟଟନରେ ଅଭିବୃଦ୍ଧି ଦେଖା ଯାଇଛି। ବିଦେଶୀ ରୋଗୀମାନେ ଏବେ ଚିକିତ୍ସା ପାଇଁ ଭାରତ ଉପରେ ନିର୍ଭର କରୁଛନ୍ତି। ଏଣୁ ଶାରୀରିକ ଅସୁସ୍ଥତାରେ ଭାରତ ବିଦେଶୀ ରୋଗୀଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏଥିରୁ ଦେଶ ଏବେ ମେଡିକାଲ ଟୁରିଜିମର ହବ ହେବା ରାସ୍ତାରେ ବେଶ୍ ଆଗେଇଛି।  ବୈଶ୍ୱିକ ସ୍ୱାସ୍ଥ୍ୟ ଦେଖାଶୁଣା ଉଦ୍ୟୋଗରେ ଅଧିକ ଋଚି ଓ ବିଶ୍ୱାସ ପ୍ରାପ୍ତ କରୁଛି। ଉଲ୍ଲେଖଯୋଗ୍ୟ ଯେ ବୈଷୟିକ ରୂପେ ଉନ୍ନତ ହସ୍ପିଟାଲ, ବିଶେଷଜ୍ଞ ଡାକ୍ତର, କମ୍ ଖର୍ଚ୍ଚରେ ଉପଚାର ସାଙ୍ଗକୁ ଇ-ଭିସା ଭଳି ମେଡିକାଲ ସୁବିଧା ଉପଲବ୍ଧ କରିବା ଏସିଆରେ ବଢୁଥିବା ଚିକିତ୍ସା ପର୍ଯ୍ୟଟନସ୍ଥଳରେ ଭାରତ ଅନ୍ୟତମ ଗନ୍ତବ୍ୟ ପାଲଟିଛି।

ଗତ କିଛି ବର୍ଷରେ ଭାରତର ଚିକିତ୍ସା ପର୍ଯ୍ୟଟନ ୬ ବିଲିୟନ ଆମେରିକୀୟ ଡଲାର ମୂଲ୍ୟକୁ ପହଞ୍ଚି ଯାଇଛି। କେବଳ ଏତିକି ନୁହେଁ ଆଗାମୀ ବର୍ଷମାନଙ୍କରେ ଏହି ସଂଖ୍ୟାରେ ଭାରି ବୃଦ୍ଧିର ମଧ୍ୟ ଅନୁମାନ କରାଯାଉଛି। ଭାରତ ସରକାର ଏପରି ୪୪ଟି ଦେଶଙ୍କୁ ଚିହ୍ନଟ କରିଛନ୍ତି ଯେଉଁଠୁ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସା ଲାଗି ଭାରତ ଆସୁଛନ୍ତି। ଏହି ୪୪ ଦେଶଙ୍କ ଚିକିତ୍ସା ବାବଦ ବ୍ୟୟ ଓ ଗୁଣାତ୍ମକ ଚିକିତ୍ସାକୁ ମଧ୍ୟ ଧ୍ୟାନରେ ରଖା ଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏବେ ଆଫ୍ରିକୀୟ, ଲାଟିନ ଆମେରିକୀୟ, ସାର୍କ ଓ ଉପସାଗରୀୟ ଦେଶମାନଙ୍କରୁ ଲୋକେ ଚିକିତ୍ସା ପାଇଁ ଭାରତ ଆସୁଛନ୍ତି।

{"id":667567,"width":840,"height":460,"sizeSlug":"full","linkDestination":"none"}

କେବଳ ଏତିକି ନୁହେଁ ବୈଶ୍ୱିକ ଚିକିତ୍ସା ଗନ୍ତବ୍ୟ ଭାବେ ପରିଚିତ ହୋଇଥିବା ଭାରତ ଅନ୍ୟ ଦେଶଙ୍କ ତୁଳନାରେ ନିଜର ନିବେଶ ଦକ୍ଷତା, ଅତ୍ୟାଧିକ କୁଶଳ ଚିକିତ୍ସା କାରଣରୁ ବୈଶ୍ୱିକ ସ୍ୱାସ୍ଥ୍ୟ ସେବା ଉଦ୍ୟୋଗରେ ଋଚି ଓ ବିଶ୍ୱାସ ପ୍ରାପ୍ତ କରିଛି। ଏହା ଛଡା ଦେଶରେ ଭାଷାଗତ ବାଧା ଦୂର କରିବା ପାଇଁ  ଇଂରାଜୀ ଏବେ ସାଧାରଣ ଭାଷାରେ ପରିଣତ ହୋଇଛି। ଏଥିରେ ମେଡିକାଲ ଭାଲ୍ୟୁ ଟୁରିଜିମରେ ହୋଇଥିବା ଦ୍ରୁତ ଅଭିବୃଦ୍ଧିର ସିଧା ପ୍ରଭାବ ଏବେ ଦେଶର ଅର୍ଥନୀତି ଉପରେ ମଧ୍ୟ ପଡିଛି।

ଭାରତରେ ଏବେ ବାଂଲାଦେଶ, ଇରାକ, ଓମାନ, ୟେମେନ, ସୁଦାନ, ମାଲଦ୍ୱୀପ, ଆଫଗାନିସ୍ତାନ, କେନ୍ୟା, ନାଇଜେରିଆ ଓ ତାଞ୍ଜାନିଆର ରୋଗୀଙ୍କ ସଂଖ୍ୟା ଅଧିକ ଦେଖାଯାଉଛି। ଭାରତ ଆସୁଥିବା ରୋଗୀଙ୍କ ମଧ୍ୟରେ ଏହି ସବୁ ଦେଶର ୮୮ ପ୍ରତିଶତ ରୋଗୀ ଅଛନ୍ତି, ଯେଉଁ ସଂଖ୍ୟା ବେଳକୁ ବେଳ ବଡ଼ି ବଢ଼ି ଚାଲିଛି। ଦେଶ ୧୫ ଅଗଷ୍ଟ ୨୦୨୨ରେ ଆଜାଦୀକା ଅମୃତ ମହୋତ୍ସବ ପାଳନ କରିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ହିଲ ଇନ୍ ଇଣ୍ଡିଆ’ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.