ବିଶ୍ୱ ଚାମ୍ପିଅନ ବେଲଜିୟମକୁ ହରାଇଲା ଭାରତ...

Published By : Prameya-News7 Bureau | February 08, 2020 IST

ଭୁବନେଶ୍ବର୮/୨: ବିଶ୍ୱ ଚାମ୍ପିଅନ ବେଲଜିୟମକୁ ହରାଇଲା ଭାରତ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା FIH ହକି ପ୍ରୋ ଲିଗରେ ଆଜି ଖେଳାଯାଇଥିବା ମ୍ୟାଚରେ ବିଶ୍ୱର ନମ୍ବର ଓ୍ବାନ୍ ଟିମ୍ ବେଲଜିୟମକୁ ୨-୧ରେ ପରାସ୍ତ କରିଛି ଭାରତ । କୋହଲା ପାଗ ସହ ଝିପି ଝିପି ବର୍ଷାରେ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ ଭାରତୀୟ ଖେଳାଳୀ ।

ସେପଟେ ବେଲଜିୟମ ପାଇଁ ସ୍କୋର କରିବାର ଅନେକ ସୁଯୋଗ ସୃଷ୍ଟି ହୋଇଥିବା ବେଳେ ଏଥିରେ ସଫଳ ହୋଇପାରିନଥିଲେ ବିଶ୍ୱକପ ବିଜେତା ଦଳର ଖେଳାଳୀମାନେ । କଳିଙ୍ଗ ଷ୍ଟାଡିୟମରେ  ଖେଳାଯାଇଥିବା୨୦୧୮ ହକି ବିଶ୍ୱକପରେ ନେଦରଲ୍ୟାଣ୍ଡକୁ ହରାଇ ବିଶ୍ୱକପ ହାତେଇଥିଲା ବେଲଜିୟମ। ସେପଟେ ବର୍ଷା ସତ୍ବେ ଭୁବନେଶ୍ୱର ଦର୍ଶକଙ୍କ ଉତ୍ସାହ କମି ନଥିଲା । ନିଜ ଦଳକୁ ସମର୍ଥନ କରିବା ପାଇଁ ଛତା ଧରି ଷ୍ଟାଡିୟମରେ ବସି ରହିଥିଲେ ହକିପ୍ରେମୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.