ପ୍ରଥମ ଦିନିକିଆରେ ବିଜୟ ସହ ରେକର୍ଡ; ନବମ ଥର ଲଗାତାର ପରାସ୍ତ ଓ୍ବେଷ୍ଟଇଣ୍ଡିଜ୍
28/07/2023 at 9:06 AM

ମୁମ୍ବାଇ: ପ୍ରଥମ ଦିନିଆ ଟିମ୍ ଇଣ୍ଡିଆର ବଡ଼ ବିଜୟ । ୫ ଓ୍ବିକେଟରେ ଓ୍ବେଷ୍ଟଇଣ୍ଡିଜକୁ ମାତ୍ ଦେଇଛି ଭାରତ । ଗୁରୁବାର ବ୍ରିଜଟାଉନର କେଂସିଙ୍ଗଟନ ଓବାଲରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମୁକାବିଲାରେ ପ୍ରଥମ ବ୍ୟାଟିଂ କରି ଟିମ୍ ଇଣ୍ଡିଆକୁ ୧୧୫ ରନର ଟାର୍ଗେଟ୍ ଦେଇଥିଲା କାରବିୟାନ ଦଳ । ଏହି ଲକ୍ଷ୍ୟକୁ ପିଛା କରି ମାତ୍ର ୨୨.୫ ଓଭରରେ ବିଜୟ ହାସଲ କରିଛି ଭାରତୀୟ ଦଳ । ତେବେ ଏହି ବିଜୟ ସହିତ ଅନେକ ରେକର୍ଡ ଭାଙ୍ଗିଛି ଏବଂ ସୃଷ୍ଟି ହୋଇଛି । ଟିମ୍ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍ ବିରୋଧରେ ଦିନିକିଆରେ ଲଗାତାର ନବମ ବିଜୟ ହାସଲ କରିଛି ।
When in West Indies, be unorthodox!
— FanCode (@FanCode) July 27, 2023
Rohit Sharma playing a reverse sweep 👀#INDvWIonFanCode #WIvIND pic.twitter.com/RRLYSdlQKD
ପ୍ରଥମ ଦିନିକିଆରେ ଚମତ୍କାର ପ୍ରଦର୍ଶନ ଦେଖାଇଛନ୍ତି, ରବିନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ । ଉଭୟେ ୭ ଓ୍ବିକେଟ୍ ଅକ୍ତିଆର କରି ରେକର୍ଡ କରିଛନ୍ତି । କୌଣସି ମ୍ୟାଚରେ ଜାଡେଜା ଓ କୁଲଦୀପ ଯାଦବ ବାମହାତୀ ସ୍ପିନର ଯୋଡି ସାତ ଓ୍ବିକେଟ୍ ନେବାରେ ପ୍ରଥମ ଭାରତୀୟ । ଏହା ସହିତ ଚତୁର୍ଥ ଥର ପାଇଁ ଭାରତୀୟ ଟିମ୍ ଦିନିକିଆ ମ୍ୟାଚରେ ବିପକ୍ଷ ଦଳକୁ ମାତ୍ର ୨୩ ଓଭରରେ ଅଲଆଉଟ୍ କରିଛି । ଏହା ପୂର୍ବରୁ ୨୦୧୪ରେ ବାଂଲାଦେଶକୁ ମୀରପୁରରେ ୧୭.୪ ଓଭର ଅଲଆଉଟ୍ କରିଥିଲା । ସେହିପରି ୨୨ ଓଭରରେ ଶ୍ରୀଲଙ୍କାକୁ, ୨୩ ଓଭରରେ ଶ୍ରୀଲଙ୍କାକୁ ଜୋହାନ୍ସବର୍ଗରେ ଅଲଆଉଟ୍ କରି ରେକର୍ଡ କରିଛି ।
Starting the ODI series on a winning note 👏 👏#TeamIndia | #WIvIND pic.twitter.com/fVbEHRSmAw
— BCCI (@BCCI) July 27, 2023
୧୧୫ ରନ ଟାର୍ଗେଟକୁ ପିଛା କରିଥିଲା ଟିମ୍ ଇଣ୍ଡିଆ । ଛୋଟ ଲକ୍ଷ୍ୟକୁ ହାସଲ କରିବା ଅଧିନାୟକ ବ୍ୟାଟିଂ ଲାଇନ ଅପରେ ପରିବର୍ତ୍ତନ କରିଥିଲେ । ଇଶାନ କିଷାନ ଓ ଶୁବମନ ଗିଲ୍ ପାଳି ଓପନ କରିଥିଲେ । ପରେ ବିରାଟଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ୍ ପାଣ୍ଡ୍ୟା, ସରଦୁଲ୍ ଠାକୁର, ରବିନ୍ଦ୍ର ଜାଡେଡା ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । ପଞ୍ଚମ ଓ୍ବିକେଟ୍ ପରେ ବ୍ୟାଟିଂ ପାଇଁ ଆସିଥିଲେ ରୋହିତ୍ ଶର୍ମା । ବିରାଟ୍ କୋହଲିଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିନଥିଲା । ରୋହିତ ଶର୍ମା ଓ ରବିନ୍ଦ୍ର ଜାଡେଜା ଟିମକୁ ବିଜୟ ଦେଇଥିଲେ ।