scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏସୀୟ କ୍ରୀଡ଼ା କ୍ରିକେଟ୍‌ : କ୍ୱାଟର ଫାଇନାଲ୍‌ରେ ଭାରତର ଦମ୍‌ଦାର ବିଜୟ, ୨୩ ରନ୍‌ରେ ହାରିଲା ନେପାଳ

3/10/2023 at 9:59 AM

ମୁମ୍ବାଇ ୦୩।୧୦: ଏସିଆନ ଗେମ୍ସ କ୍ରିକେଟ୍‌ରେ ଭାରତୀୟ ଟିମ୍‌ର ଦମ୍‌ଦାର ବିଜୟ । ୨୩ ରନ୍‌ରେ ନେପାଳ ଟିମ୍‌ ମାତ୍‌ ଦେଲା ୟଙ୍ଗ ବ୍ରିଗେଡ୍‌ । ନେପାଳ ଟିମ୍‌ ମୋଟ ୨୦ ଓଭରରେ ୮ଓ୍ୱିକେଟ୍‌ ହରାଇ ୧୭୯ ରନ୍‌ କରିବାରେ ସକ୍ଷମ ହୋଇଛି । ଏହି କ୍ୱାଟର ଫାଇନାଲ ମୁକାବିଲାରେ ଭାରତ ପକ୍ଷରୁ ଯସଶ୍ରୀ ୪୯ ବଲ୍‌ରେ ଦ୍ରୁତତମ ଶତକ ହାସଲ କରିଥିଲେ ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତୀୟ ଟିମ୍‌ । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୦୨ ରନର ପାହାଡ଼ ଭଳି ସ୍କୋର ଛିଡ଼ା କରିଛି । ଯସଶ୍ରୀ ଜୟଶୱାଲ ମାତ୍ର ୪୯ ବଲ୍‌ରେ ସେଞ୍ଜୁରୀ ମାରିଛନ୍ତି । ସେହିପରି ଅଧିନାୟକ ରିତୁରାଜ୍ ଗାଏକ୍ବାଡ୍ ୨୫ ରନ୍ କରିଥିବା ବେଳେ ଶିବମ ଦୁବେ ୨୫ ସଂଗ୍ରହ କରିଥିଲେ । ଅନ୍ୟପଟେ ବ୍ୟାଟର ରିଙ୍କୁ ସିଂହ ଶେଷ ସମୟରେ ଆସି ଫିନିସିଂ ଟଚ୍ ଦେଇଛନ୍ତି । ମାତ୍ର ୧୫ରେ ୩୭ ରନ୍‌ର ଲଢୁଆ ପାଳି ଖେଳିଛନ୍ତି । ନିର୍ଦ୍ଧାରିତ ୨୦ ଓଭରରେ ଟିମ୍ ଇଣ୍ଡିଆ ୨୦୨ର ବିଶାଳ ସ୍କୋର ଛିଡ଼ା କରିଛି । ନେପାଳ ସାମ୍ନାରେ ୨୦୩ ରନର ବିଜୟ ଲକ୍ଷ୍ୟ ରହିଥିଲା । 

ସେପଟେ ଟିମ୍‌ ଇଣ୍ଡିଆ ଦେଇଥିବା ଟାର୍ଗେଟକୁ ନେଇ ପଡିଆକୁ ଓହ୍ଲାଇଥିଲା ନେପାଳ ଟିମ୍‌ । ଦଳ ପକ୍ଷରୁ ଭଲ ଆରମ୍ଭ ହୋଇଥିଲେ ମଧ୍ୟ ଲଗାତର ଅନ୍ତରାଳରେ ପଡିଚାଲିଥିଲା ଓ୍ୱିକେଟ୍‌ । ଯାହାଫଳରେ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଥିଲା ନେପାଳ ଟିମ୍‌ । ନେପାଳ ପକ୍ଷରୁ ଦିପେନ୍ଦ୍ର ସିଂହ ଆଇରୀ ସର୍ବାଧିକ ୩୨ ରନ୍‌ କରିଛନ୍ତି । ଶେଷରେ ମୋଟ ୨୦ ଓଭର ଖେଳି ୧୭୯ ରନ୍‌ କରିବାରେ ହିଁ ସକ୍ଷମ ହୋଇଥିଲା ନେପାଳ ଟିମ୍‌ ।

ଭାରତୀୟ ଟିମ୍‌ ଏହି ବିଜୟ ସହ ସେମିଫାଇନାଲରେ ଏଣ୍ଟ୍ରି କରିଛି । ଆସନ୍ତା ୬ ତାରିଖ ଦିନ ଦୁଇଟି ସେମିଫାଇନାଲ ମୁକାବିଲା ଖେଳାଯିବ । ଭାରତ ପ୍ରଥମ ଟିମ୍‌ ଭାବେ ସେମିରେ ପ୍ରବେଶ କରିଛି । ଦୁଇ ସେମି ବିଜେତା ଦଳକୁ ନେଇ ୭ ତାରିଖରେ ଫାଇନାଲରେ ମୁକାବିଲା ଖେଳାଯିବ ।

   Related Posts