ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଇସିସି ଅଣ୍ଡର-୧୯ ମହିଳା ବିଶ୍ୱକପ୍‌: ପ୍ରଥମ ବିଶ୍ୱକପ୍‌ ଜିତିଲା ଭାରତ, ଇଂଲଣ୍ଡକୁ ୭ ୱିକେଟ୍‌ରେ ହରାଇଲା

29/01/2023 at 7:37 PM

ପଚେଫଷ୍ଟ୍ରୋମ: ଆଇସିସି ଅଣ୍ଡର-୧୯ ମହିଳା ବିଶ୍ୱକପ୍‌ ଫାଇନାଲ୍‌ରେ ଭାରତର ପ୍ରଥମ ବିଜୟ। ୮ ୱିକେଟ୍‌ରେ ପ୍ରଥମ ବିଶ୍ୱକପ୍‌ ଜିତିଲା ଭାରତ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଭାରତକୁ ୬୯ ରନ୍‌ର ଟାର୍ଗେଟ୍ ଦେଇଥିଲା। ଜବାବରେ ଭାରତ ମାତ୍ର ୧୪ ଓଭର ଖେଳି ୭ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ତେବେ ଏଥିପାଇଁ ଭାରତକୁ କ୍ୟାପ୍ଟେନ୍ ଶେଫାଳୀ ବର୍ମା ଓ ଶ୍ୱେତା ଶେରାୱତ ନାମରେ ଦୁଇଟି ୱିକେଟ୍ ହରାଇବାକୁ ପଡ଼ିଥିଲା।

ଭାରତ ପକ୍ଷରୁ ଶେଫାଳୀ ବର୍ମା ଓ ଶ୍ୱେତା ଶେରାୱତ ଓପନିଂ କରିବାକୁ ଆସିଥିଲେ। ହେଲେ ଏହି ଦୁଇ ବ୍ୟାଟର ବଡ଼ ସ୍କୋର୍ କରିବାରେ ବିଫଳ ହୋଥିଲେ। ୨.୧ ଓଭର ଖେଳ ଚାଲିଥିବା ବେଳେ ଶେଫାଳୀ ବର୍ମାଙ୍କ(୧୫)ର ୱିକେଟ୍ ଯାଇଥିଲା। ଏହାପରେ ୩.୪ ବଲ୍‌ ଖେଳବେଳେ ଶ୍ୱେତା(୫)ଙ୍କ ୱିକେଟ୍ ଯାଇଥିଲା। କୌଣସି ୱିକେଟ୍ ନ ହରାଇ ଭାରତ ଏହି ମ୍ୟାଚ୍‌କୁ ସହଜରେ ଜିତିପାରି ଥାନ୍ତା। ହେଲେ ଇଂଲଣ୍ଡର ଲଢ଼ୁଆ ବୋଲିଂ ଭାରତକୁ ୱିକେଟ୍ ହରାଇବାକୁ ବାଧ୍ୟ କରିଥିଲା।

ତେବେ ଶେଫାଳୀ ଓ ଶ୍ୱେତାଙ୍କ ୱିକେଟ୍ ଯିବା ପରେ ବ୍ୟାଟିଂ କରିବାକୁ ଆସିଥିବା ଗୋଙ୍ଗାଡ଼ି ତ୍ରୃଷା ଓ ସୌମ୍ୟା ତିୱାରୀ ରକ୍ଷଣଶୀଳ ଭାବେ ବ୍ୟାଟିଂ ଜାରି ରଖିଥିଲେ। ହେଲେ ୧୨.୫ ଓଭର ଖେଳ ଚାଲିଥିବା ବେଳେ ତ୍ରିଶାଙ୍କର ୱିକେଟ୍ ଯାଇଥିଲା। ସେ ୨୯ ବଲ୍‌ ଖେଳି ୨୪ ରନ୍ କରିଥିଲେ। ଏହାପରେ ନୂଆ ବ୍ୟାଟର ହୃଷିତା ବସୁ ନୋତଙ୍କ ସହ ମିଶି ସୌମ୍ୟା ତିୱାରୀ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଭାରତକୁ ୭ ୱିକେଟ୍‌ରେ ମ୍ୟାଚ୍‌ ସହ ବିଶ୍ୱକପ୍‌ ଜିତାଇଛନ୍ତି। ପ୍ରଥମ ଥର ଭାରତ ଅଣ୍ଡର-୧୯ ବିଶ୍ୱକପ୍‌ ଜିତିଛି।

   Related Posts