ଗେମ୍ ଚେଞ୍ଜର୍ ସାଜିଲେ ସୁନିଲ୍ ଛେତ୍ରୀ, ଶେଷ ମୁହୂର୍ତ୍ତରେ ଗୋଲ୍ ଦେଇ ଭାରତକୁ ଜିତାଇଲେ
21/09/2023 at 5:29 PM

ଶେଷ ସମୟରେ ଗେମ୍ ଚେଞ୍ଜର ସାଜିଲେ ସୁନିଲ୍ ଛେତ୍ରୀ, ଭାରତକୁ ଜିତାଇଲେ। ଚୀନ ହଙ୍ଗଜୋଉ ଠାରେ ଚାଲିଥିବା ଏସିଆନ ଗେମ୍ସର ଏକ ରୋମାଞ୍ଚକର ମ୍ୟାଚ୍ରେ ଜିତିଲା ଭାରତ। ସୁନିଲ ଛେତ୍ରୀଙ୍କ ବାହିନୀ ଏସିଆନ୍ ଗେମ୍ସରେ ବାଂଲାଦେଶକୁ ହରାଇ ପ୍ରଥମ ବିଜୟ ହାସଲ କରିଛି। ଏହା ପୂର୍ବରୁ ଚୀନ ବିପକ୍ଷରେ ଭାରତ ପରାସ୍ତ ହୋଇଥିଲା।
GOAAAAAAL!#chhetri MAGIC IN THE AIR.
— nnis (@nnis_sports) September 21, 2023
India scores against Bangladesh. Its 1-0
THAT IS A PENALTY…A long ball to Miranda at the edge of the box, he enters to control, but is fouled by Bangladesh captain Rahmat.
Sunil Chhetri steps up as Goalie Mitul gets ready. He drills it… pic.twitter.com/UHn5g18Cxr
କିନ୍ତୁ ବାଂଲାଦେଶ ବିପକ୍ଷରେ ଭାରତ ପ୍ରଦର୍ଶନ ଦମଦାର ଥିଲା। ଏହି ମୁକାବିଲାରେ ଭାରତ ୧-୦ ଗୋଲ୍ରେ ବାଂଲାଦେଶକୁ ହରାଇଛି। ଭାରତୀୟ ଫୁଟବଲ ଟିମ୍ର କ୍ୟାପ୍ଟେନ ସୁନୀଲ ଛେତ୍ରୀ ଶେଷ ମୁହୂର୍ତ୍ତରେ ଗୋଲ୍ ଦେଇଥିଲେ।
ଏହାର ବଦଳରେ ଭାରତ ବାଂଲାଦେଶ ହରାଇବାରେ ସକ୍ଷମ ହୋଇଛି। ଏହି ମ୍ୟାଚ୍ର ୮୫ ମିନିଟ୍ରେ ଏକମାତ୍ର ଗୋଲ୍ ଦେଇଥିଲେ ଭାରତୀୟ କ୍ୟାପଟେନ୍। ଏହାସହ ତାଙ୍କ ପାଇଁ ୯୩ ତମ ଆନ୍ତର୍ଜାତୀୟ ଗୋଲ୍। ଆସନ୍ତା ୨୪ ତାରିଖ ରବିବାର ଦିନ ମିଆଁମାରକୁ ଭେଟିବ ଭାରତ।