ଭାରତର ଦମ୍‌ଦାର ବିଜୟ, ଗୋଟିଏ ଇଂନିସ ଓ ୪୬ରନ୍‌ରେ ବାଂଲାଦେଶକୁ ହରାଇଲା ଭାରତ

Published By : Prameya-News7 Bureau | November 24, 2019 IST

କୋଲକତା ୨୪।୧୧: ଇଡେନ୍ ଗାର୍ଡେନ ଟେଷ୍ଟ ମ୍ୟାଚରେ ବାଂଲାଦେଶକୁ ଗୋଟିଏ ଇନିଂସ ଓ ୪୬ ରନରେ ପରାସ୍ତ କଲା ଭାରତ । ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ କବଜା କରିନେଇଛି ଭାରତ । ଏହି ଟେଷ୍ଟ ମ୍ୟାଚ୍ ଐତିହାସିକ ଥିଲା । କାରଣ ଏଥିରେ ପିଙ୍କ୍ ବଲ୍ ବ୍ୟବହାର କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ବାଂଲାଦେଶ । ପ୍ରଥମ ଇନିଂସରେ ମାତ୍ର ୧୦୬ ରନରେ ଅଲଆଉଟ ହୋଇଯାଇଥିଲା ବାଂଲାଦେଶ । ଏହାର ଜବାବରେ ପ୍ରଥମ ଇନିଂସରେ ୩୪୭ ରନ୍ କରିଥିଲା ଭାରତ । ଏହାସହ ବାଂଲାଦେଶକୁ ଫଲୋଅନ ଦେଇଥିଲା । ତେବେ ବାଂଲାଦେଶ ଫଲୋଅନର ଶିକାର ହୋଇ ଦ୍ବିତୀୟ ଇନିଂସରେ ୧୯୫ ରନରେ ଅଲଆଉଟ ହୋଇ ଯାଇଛି ବାଂଲାଦେଶ । ବୋଲର ଉମେଶ ଯାଦବ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଇଶାନ୍ତ ଶର୍ମା ୪ଟି ୱିକେଟ୍ ନେଇଛନ୍ତି ।

ଅନ୍ୟପଟେ ବାଂଲାଦେଶର ମୁଶିଫକର ରହିମ ୭୪ ରନ୍ କରିଥିବାବେଳେ ମହମ୍ମଦଉଲହା ୩୯ ରନ୍ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.