ଅଷ୍ଟ୍ରେଲିଆକୁ ୫-୪ରେ ହରାଇ ସୁଲତାନ ଜୋହର କପ୍ ଜିତିଲା ଭାରତ

Published By : Prameya-News7 Bureau | October 30, 2022 IST

ନୂଆଦିଲ୍ଲୀ: ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୫-୪ରେ ହରାଇ ୧୦ ତମ ସୁଲତାନ ଜୋହର କପ ଜିତିଲା ଭାରତ। ପୂର୍ବରୁ ଦୁଇଥର ଚାମ୍ପିୟନ ହୋଇସାରିଥିବା ଭାରତ ଜୁନିୟର ପୁରୁଷ ହକି ଟିମ ୫ ବର୍ଷ ପରେ ଏହି କପ୍ ଜିତିଛି। ୧୦ଟି ପେନାଲ୍ଟ ଶୁଟଆଉଟ ପରେ ମ୍ୟାଚ୍ ଜିତିଥିଲା ଭାରତ।

ଶନିବାର ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଆୟୋଜିତ ଫାଇନାଲ ମ୍ୟାଚରେ ଉଭୟ ଟିମ ନିୟମିତ ସମୟରେ ୧-୧ରେ ବରାବର ରହିଥିଲେ। ଜିତିବାକୁ ୯ଟି ପେନାଲ୍ଟି ଶୁଟ୍ଆଉଟର ଆବଶ୍ୟକତା ଥିଲା। ଏଥିରେ ମଧ୍ୟ ଦୁଇ ଟିମ୍ ୩-୩ରେ ବରାବର ହୋଇଥିଲେ। ଏହାପରେ ମ୍ୟାଚ୍ ସଡନ ଡେଥରେ ପହଞ୍ଚିଯାଇଥିଲା।
ଉତ୍ତମ ସିଂହ ଶୁଟଆଉଟରେ ଦୁଇଥର ଗୋଲ ଦେଇଥିଲେ, ଯେଉଁଥିରେ ସଡନ ଡେଥ୍‌ରେ ବି ଗୋଲ୍ ଥିଲା। ଅନ୍ୟପଟେ ବିଷ୍ଣୁକାନ୍ତ ସିଂହ, ଅଙ୍କିତ ପାଲ, ସୁଦୀପ ଚିରମାକୋ ବି ଗୋଲ ଦେଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ବନ୍ସ କୁପର, ଫୋଷ୍ଟର ବ୍ରୋଡ, ବ୍ରୁକ୍ସ ଜୋଶୁଆ ଓ ହାର୍ଟ ଲିୟାମ ଗୋଲ କରିଥିଲେ। ନିୟମିତ ସମୟରେ ସୁଦୀପ ୧୩ ମିନଟରେ ଗୋଲ କରି ଭାରତକୁ ଲିଡ୍ ଦେଇଥିଲେ। କିନ୍ତୁ ଅଷ୍ଟ୍ରେଲିଆ ପକ୍ଷରୁ ଜ୍ୟାକ୍ ହୋଲାଡ ୨୮ ମିନିଟରେ ଗୋଲ କରି ପୁଣି ୧-୧ରେ ସ୍ଥିତି ବରାବର କରିଥିଲେ।

ସୂଚନା ଥାଉକି, ଭାରତ ଜୁନିୟର ଗ୍ରୁପ ଟୁର୍ଣ୍ଣାମେଣ୍ଟରେ ପୂର୍ବରୁ ଦୁଇଥର ୨୦୧୩ ଓ ୨୦୧୪ରେ ଟାଇଟଲ ଜିତିଥିଲା। ପରେ ୨୦୧୨,୨୦୧୫,୨୦୧୮ ଓ ୨୦୧୯ରେ ଚାରିଥର ରନର୍ସଅପ ରହିଛି ଭାରତ। ଏହାପରେ କରୋନା ପରେ ୨୦୨୦- ୨୧ ଦୁଇ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ବନ୍ଦ କରାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.