ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ଭାରତ ; ୨-୧ରେ କବ୍‌ଜା କଲା ସିରିଜ୍

Published By : Prameya-News7 Bureau | January 18, 2019 IST

ମେଲବର୍ଣ୍ଣ ୧୮|୧: ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ଭାରତ । ଅଷ୍ଟ୍ରେଲିଆ ମେଲବର୍ଣ୍ଣରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ୩ୟ ଦିନିକିଆ ମ୍ୟାଚ୍ । ଏହି ମ୍ୟାଚ୍ କୁ ଭାରତ ମହେନ୍ଦ୍ର ସିଂ ଧୋନୀ ଏବଂ କେଦାର ଜାଦବଙ୍କ ଦମଦାର ବ୍ୟାଟିଂ ବଳରେ ୭ ଓ୍ବିକେଟ୍ ରେ ଜିତିଛି । ଏହି ମ୍ୟାଚ୍ ଜିତିବା ସହ ଭାରତ ଦିନିକିଆ ସିରିଜ୍ କୁ ୨-୧ରେ କବଜା କରିଛି।

ଏହି ମ୍ୟାଚ୍ ରେ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଟିମ୍ ୪୮.୪ ଓଭରରେ ୨୩୦ ରନ୍ କରି ଅଲଆଉଟ୍ ହୋଇଥିଲା । ଭାରତ ଆଗରେ ୨୩୧ ରନ୍ ର ଟାର୍ଗେଟ୍ ଦେଇଥିଲା ଅଷ୍ଟ୍ରେଲିଆ । ଭାରତ ଅଷ୍ଟ୍ରେଲିଆର ଟାର୍ଗେଟ୍ କୁ ଲକ୍ଷ୍ୟ କରି ୪୯.୨ ଓଭରରେ ୭ ଓ୍ବିକେଟ୍ ରେ ମ୍ୟାଚ୍ ଜିତିଛି । ଭାରତ ପ୍ରଥମ ଥର ଅଷ୍ଟ୍ରେଲିଆକୁ ତାଙ୍କ ମାଟିରେ ହରାଇ ସିରିଜ୍ ଜିତି ଇତିହାସ ରଚିଛି । ଟେଷ୍ଟ୍ ଶୃଙ୍ଖଳା ଜିତି ଇତିହାସ ରଚି ସାରିଥିବା ଭାରତୀୟ କ୍ରିକେଟ୍ ଦଳ ଆଉ ଏକ ସ୍ମରଣୀୟ ଫର୍ଦ ଯୋଡିଛି । ଦିନିକିଆ ଶୃଙ୍ଖଳାର ଆଜିର ମ୍ୟାଚ୍ ଜିତି ବିରାଟ ବାହିନୀ ଐତିହାସିକ ସଫଳତା ଅର୍ଜନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.