ନୂଆଦିଲ୍ଲୀ ୧୬।୧୦: କେନ୍ଦ୍ର ସରକାର ରେଫ୍ରିଜିରାଣ୍ଟସ ସହିତ ଏୟାର କଣ୍ଡିସନର ଆମଦାନୀ ଉପରେ ତତ୍କାଳ ପ୍ରଭାବରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଣିକି ଦେଶ ବାହାରୁ ରେଫ୍ରିଜିରାଣ୍ଟସ ସହିତ ଏୟାର କଣ୍ଡିସନର ଆମଦାନୀ ହୋଇପାରିବନାହିଁ । ଏଥିପାଇଁ ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଘରୋଇ ଉତ୍ପାଦନକୁ ବଢାଇବା ପାଇଁ ଅଣ-ଆବଶ୍ୟକୀୟ ସାମଗ୍ରୀର ଆମଦାନୀ କମାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ବୈଦେଶିକ ବ୍ୟାପାର ନିର୍ଦ୍ଦେଶାଳୟ (ଡିଜିଏଫଟି) ଏକ ବିଜ୍ଞପ୍ତିରେ କହିଛି ଯେ, ରେଫ୍ରିଜିରାଣ୍ଟସ ସହିତ ଏୟାର କଣ୍ଡିସନର ଆମଦାନୀକୁ ନେଇ ନୀତି ସଂଶୋଧନ କରାଯାଇଛି । ଏହା ଅଧିନରେ ଏହାକୁ ମାଗଣା ବର୍ଗରୁ ହଟାଇ ପ୍ରତିବନ୍ଧକ ତାଲିକାରେ ରଖାଯାଇଛି । ସରକାର ଘରୋଇ ଉତ୍ପାଦନ ବଢାଇବା ପାଇଁ ଏବଂ ଅଣଆବଶ୍ୟକୀୟ ସାମଗ୍ରୀର ଆମଦାନୀ କମାଇବା ପାଇଁ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ।
ଜୁନ୍ ମାସରେ ସରକାର କାର୍, ବସ୍ ଏବଂ ମୋଟରସାଇକେଲରେ ବ୍ୟବହୃତ ହେଉଥିବା ନୂଆ ନ୍ୟୁମୋନିଟି ଟାୟାରର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।
ସେହିପରି ଜୁଲାଇରେ ସରକାର କଲର ଟିଭି ସେଟ୍ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଚୀନରୁ ବହୁ ପରିମାଣରେ କଲର ଟିଭି ଆମଦାନୀ ହୋଇଥାଏ । କିନ୍ତୁ ଏହାର ଆମଦାନୀ ଉପେର ତତ୍କାଳ ପ୍ରଭାବରେ ସରକାର ପ୍ରତିବନ୍ଧକ ଲଗାଇଦେଇଥିଲେ ।
{"id":345257,"sizeSlug":"large"} {"id":345258,"sizeSlug":"large"}