ଗହମ ରପ୍ତାନୀ ଉପରେ କଟକଣା ଲଗାଇଲା କେନ୍ଦ୍ର, ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ସରକାର ନେଲେ ନିଷ୍ପତ୍ତି

Published By : Prameya-News7 Bureau | May 14, 2022 IST

ନୂଆଦିଲ୍ଲୀ, ୧୪।୦୫: ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ଗହମ ରପ୍ତାନୀ ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର । ଏହି ରୋକ୍‌କୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ମଧ୍ୟ ରାତ୍ରରେ ଜାରି ହୋଇଥିବା ଅଧିସୂଚନାରେ ବିଶ୍ୱର ଦ୍ୱିତୀୟ ବୃହତ୍‌ ଗହମ ଉତ୍ପାଦକ ରାଷ୍ଟ୍ର ଭାରତରୁ ଅନ୍ୟ ରାଷ୍ଟ୍ରକୁ ଗହମ ରପ୍ତାନୀ ଉପରେ ରୋକ ଲାଗିଥିବା ଜଣାପଡ଼ିଛି । କିନ୍ତୁ ପୂର୍ବରୁ ଜାରି ହୋଇଥିବା ଲେଟର ଅଫ୍‌ କ୍ରେଡିଟ୍‌ ପାଇଁ ଗହମର ସିପ୍‌ମେଣ୍ଟକୁ ଅନୁମିତି ଥିବା ସରକାର କହିଛନ୍ତି ।

ଫେବୃଆରୀ ମାସରୁ ଋଷ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଆସୁଛି । ଏହି କାରଣରୁ କୃଷ୍ଣ ସାଗର କ୍ଷେତ୍ରରେ ଆନ୍ତର୍ଜାତିକ ବାଣିଜ୍ୟ ପ୍ରଭାବିତ ହୋଇଛି । ଯାହାଫଳରେ ବିଶ୍ୱର ଗହମ ଅବଶ୍ୟକତା ପୂରଣ କରିବା ପାଇଁ ଅନ୍ୟ ରାଷ୍ଟ୍ର ଭାରତ ପହଞ୍ଚୁଛନ୍ତି । ଏହା ପୂର୍ବରୁ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ୍‌ ୧୫ ଏପ୍ରିଲ୍‌ରେ ଏକ ଟ୍ୱିଟ୍‌ କରି କହିଥିଲେ ଭାରତୀୟ କୃଷକ ଦୁନିଆର ପେଟ ଭରୁଛନ୍ତି ।

ବିଶ୍ୱରେ ବଢ଼ୁଥିବା ଚାହିଦାକୁ ଦେଖିଲେ ଅର୍ଥିକ ବର୍ଷ ୨୦୨୨-୨୩ରେ ଗହମ ରପ୍ତାନୀ ୧୦୦ ଟନ୍‌ ପାର କରିଯିବ ।କିନ୍ତୁ ଏବେ ଦେଶର ସ୍ଥିତି ବଦଳିଯାଇଛି । ଏମ୍‌ଏସ୍‌ପି ଠାରୁ ଅଧିକ ଦାମ୍‌ରେ ଗହମ କିଣା ଏବଂ ଉତ୍ପାଦନ କମ୍‌ କାରଣରୁ ସରକାରୀ କ୍ଷେତ୍ରରେ କିଣା ପରିମାଣ କମିଛି। ତେଣୁ ସରକାର ଏବେ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.