ଚୀନକୁ ଏସବୁ କ୍ଷେତ୍ରରେ ଜୋରଦାର ଝଟକା ଦେଲାଣି ଭାରତ, ଦେଖନ୍ତୁ ଲମ୍ବା ତାଲିକା

Published By : Prameya-News7 Bureau | July 05, 2020 IST

ନୂଆଦିଲ୍ଲୀ ୦୫।୦୭: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକତାରେ ଜୁନ ୧୫ ରାତିରେ ଯାହା କିଛି ଘଟିଲା ଏହା ପରଠୁ ଭାରତ ସରକାର ଚୀନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛନ୍ତି। ସାମରିକ ଆଲୋଚନା ସହିତ ଚୀନକୁ ରଣନୈତିକ ଭାବେ ଘେରିବାକୁ କ୍ରମାଗତ ପ୍ରୟାସ ଜାରି ରହିଛି। ଏହା ବ୍ୟତୀତ ଭାରତ ଚୀନ ଉପରେ ଆର୍ଥିକ ମୋର୍ଚ୍ଚାରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିଛି। ଏଥିରେ ଡ୍ରାଗନକୁ ବହୁତ କ୍ଷତି ସହିବାକୁ ପଡୁଛି।

ଚୀନରୁ ଆସୁଥିବା ନିବେଶ, ଚାଇନିଜ୍ କମ୍ପାନୀ, ଚାଇନିଜ୍ ଆପ୍ସ, ଚୀନରୁ ଆସିବାକୁ ଥିବା ଏଫଡିଆଇ ଓ କୌଣସି ପ୍ରକାରର ପ୍ରକଳ୍ପର ପ୍ରବେଶ ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ଭାରତର ଏହି କାର୍ଯ୍ୟାନୁଷ୍ଠାନରେ ଚୀନ ଚିହିଁକି ଉଠିଛି। ସେ ବିଶ୍ଵ ବାଣିଜ୍ୟ ସଂଗଠନ ଓ ମୁକ୍ତ ବାଣିଜ୍ୟର ନିୟନ କାନୁନ ଦେଖାଇବା ଆରମ୍ଭ କରିଛି।

ନିବେଶ ରୋକିଲା ଜୋମାଟୋ

{"id":296479,"width":582,"height":437,"sizeSlug":"large"}

ଗତ ଦିନରେ ମୋଦୀ ସରକାର ଚୀନରୁ ଆସୁଥିବା ନିବେଶରେ ଏଫଡିଆଇର ନିୟମରେ ପରିବର୍ତ୍ତନ କରିଥିଲେ। ଏବେ ଭାରତରେ ନିବେଶ କରୁଥିବା ଚୀନ କମ୍ପାନୀକୁ ସରକାରଙ୍କ ମଞ୍ଜୁରୀ ଦରକାର। ଏହା ପରେ ଭାରତ ସରକାର ଫୁଡ୍ ଡେଲିଭରୀ ଭାରତୀୟ ଷ୍ଟାର୍ଟଅପ୍‌ ଜୋମାଟୋରେ ଚୀନର ନିବେଶକ ଆଣ୍ଟ ଫାଇନାନସିଆଲ ଦ୍ଵାରା ୧୫୦ ମିଲିୟନ ଡଲାରରୁ ୧୦୦ ମିଲିୟନ ଡଲାର(ପ୍ରାୟ ୭୫୦ କୋଟି)ର  ନିବେଶକୁ ରୋକି ଦେଇଛି।

୫୯ ଚାଇନିଜ୍ ଆପ୍ସ ନିଷିଦ୍ଧ

{"id":296480,"sizeSlug":"large"}

ଏହା ସହିତ ଭାରତ ସରକାର ଚୀନକୁ ଆର୍ଥିକ ମୋର୍ଚ୍ଚାରେ ମଧ୍ୟ ବଡ ଝଟକା ଦେଇଛନ୍ତି। ସରକାର ଗତ ସପ୍ତାହରେ ୫୯ ଚାଇନିଜ୍ ଆପ୍ସ ନିଷିଦ୍ଧ କରିଛନ୍ତି। ଏଥିରେ ଟିକ୍‌ଟକ୍‌, ୟୁସି ବ୍ରାଉଜର, ସେୟାର ଇଟ୍ ପରି ଲୋକପ୍ରିୟ ଆପ୍ସ ସାମିଲ ଥିଲା। ଭାରତ ସରକାରଙ୍କ ଏହି ନିଷ୍ପତ୍ତିରେ ଚାଇନିଜ୍ କମ୍ପାନୀ ଟିକ୍‌ଟକ୍‌ର ପ୍ରାୟ ୪୫ ହଜାର କୋଟି ଟଙ୍କା କ୍ଷତି ହେବାର ସମ୍ଭାବନା ରହିଛି।

ହାଇଓ୍ଵେ ପ୍ରୋଜେକ୍ଟରେ ଚାଇନିଜ୍‌ କମ୍ପାନୀକୁ ପ୍ରବେଶ ମନା

{"id":296481,"sizeSlug":"large"}

ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ହାଇଓ୍ଵେ ପ୍ରୋଜେକ୍ଟରେ ଚାଇନିଜ୍‌ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ବ୍ୟତୀତ MSME ସେକ୍ଟରରେ ମଧ୍ୟ ଚୀନର ନିବେଶ ଉପରେ ରୋକ୍ ଲଗାଯାଇଛି।

ହିରୋ ସାଇକେଲ୍ ଦେଲା ୯୦୦ କୋଟିର ଝଟକା

{"id":296483,"sizeSlug":"large"}

ହିରୋ ସାଇକେଲ୍ ମଧ୍ୟ  ବଡ ନିଷ୍ପତ୍ତି ନେଇ ଚୀନଠୁ ୯୦୦  କୋଟି ଟଙ୍କାର କାରବାର ରଦ୍ଦ କରିଛି। ଏହି କାରବାର ଆଗାମୀ ତିନି ମାସରେ ହେବାର ଥିଲା। ଆତ୍ମ ନିର୍ଭର ଭାରତ ଅଭିମୁଖେ ପାଦ ବଢାଇ ବଢାଇ କମ୍ପାନୀ ଲୁଧିଆନାରେ ସାଇକେଲ୍‌ ଭ୍ୟାଲି କରିବାକୁ ଯୋଜନା କରୁଛି।

JSW ଗ୍ରୁପ୍ ଦେଲା ୩୦୦୦ କୋଟି ଟଙ୍କାର ଝଟକା

{"id":296484,"sizeSlug":"large"}

JSW ଗ୍ରୁପର ସହଯୋଗୀ କମ୍ପାନୀ ଜେଏସଡବ୍ଲ୍ୟୁ ସିମେଣ୍ଟର ପରିଚାଳକ ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ କହିଛନ୍ତି, ତାଙ୍କ କମ୍ପାନୀ ଚୀନରୁ ୩୦୦୦ କୋଟି ଟଙ୍କାର ସାମଗ୍ରୀ ଆମଦାନୀ କରିଥାଏ। ଏବେ କମ୍ପାନୀ ଚୀନ ସହ ବାଣିଜ୍ୟିକ ସମ୍ବନ୍ଧ ବାତିଲ୍ କରିଛି। କମ୍ପାନୀ ଚୀନରୁ ଆଉ କୌଣସି ସାମଗ୍ରୀ ଆମଦାନୀ ନକରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ ୨୪ ମାସରେ ଚୀନୀ ଆମଦାନୀ ଶୂନ୍ୟକୁ ଆଣିବାକୁ କମ୍ପାନୀ ସଂକଳ୍ପ ନେଇଛି।

କାନପୁର-ଆଗ୍ରା ମେଟ୍ରୋ ପାଇଁ ଚାଇନିଜ୍ କମ୍ପାନୀ ରିଜେକ୍ଟ

{"id":296485,"sizeSlug":"large"}

ଉତ୍ତର ପ୍ରଦେଶ ମେଟ୍ରୋ ରେଲ କର୍ପୋରେସନ(UPMRC) ବୈଷେୟିକ ତ୍ରୁଟି କାରଣରୁ କାନପୁର, ଆଗ୍ରା ମେଟ୍ରୋ ପାଇଁ ଚୀନୀ କମ୍ପାନୀ ରେଣ୍ଡରକୁ ବାତିଲ୍  କରିଛି। ମେଟ୍ରୋ କର୍ପୋରେସନ୍ କାନପୁର ଓ ଆଗ୍ରା ମେଟ୍ରୋ କର୍ପୋରେସନ ପ୍ରକଳ୍ପ ହେତୁ ଏହାର ଠିକା ବାମ୍ବାଡିୟର  ଟ୍ରାନ୍ସପୋର୍ଟ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌କକୁ ଦେଇଛି।

ଟେଣ୍ଡର ବାତିଲ୍ କଲା BSNL

{"id":296486,"sizeSlug":"large"}

ବିଏସଏନଏଲ ଓ ଏମଟିଏନଏଲ ଚୀନ ଉତ୍ପାଦିତ ଉପକରଣ ବ୍ୟବହାର ନକରିବାକୁ କହିଛି। ବିଏସଏନଏଲ ୨୦୨୦ ମାର୍ଚ୍ଚ ୨୩ରେ ଯେଉଁ  ଟେଣ୍ଡର ଜାରି କରିଥିଲା, ତାହା ବାତିଲ୍ କରିଛି। ଏବେ ମେକ୍ ଇନ୍‌ ଇଣ୍ଡିଆକୁ ଗୁରୁତ୍ଵ ଦିଆଯାଇଛି।

ମହାରାଷ୍ଟ୍ର ସରକାର ୫ ହଜାର କୋଟି ପ୍ରକଳ୍ପ ସ୍ଥଗିତ ରଖିଲେ

{"id":296487,"sizeSlug":"large"}

ଚୀନକୁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ବଡ ଝଟକା ଲାଗିଛି। ଉଦ୍ଧବ ସରକାର ଚୀନୀ କମ୍ପାନୀ ସହିତ କରିଥିବା ଚୁକ୍ତିକୁ ସ୍ଥଗିତ ରଖିଛନ୍ତି। ତିନୋଟି ପ୍ରକଳ ପାଇଁ ଚୀନ କମ୍ପାନୀ ସହିତ ୫ ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିଲା।

୪୭୧ ଟଙ୍କାର ରେଲଓ୍ଵେ ଚୁକ୍ତି ବାତିଲ

{"id":296490,"sizeSlug":"large"}

ଗଲଓ୍ଵାନରେ ସଂଘର୍ଷ ପରେ ପରେ ରେଲଓ୍ଵେ ଚୀନ କମ୍ପାନୀର ଠିକାକୁ ରଦ୍ଦ କରିଥିଲା। ଏହି ପ୍ରକଳ୍ପରେ ପ୍ରାୟ ୪୭୧ କୋଟି ଟଙ୍କାର ବଜେଟ୍ ଥିଲା। ଏହାର ଟେଣ୍ଡର ଚୀନ କମ୍ପାନୀ ବେଜିଂ ନ୍ୟାସନାଲ ରେଲଓ୍ଵେ ରିସର୍ଚ୍ଚ ଆଣ୍ଡ ଡିଜାଇନ୍ ଇନଷ୍ଟିଚ୍ୟୁୟଟ୍ସ ପାଖରେ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.