suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

‘ଦରବୃଦ୍ଧିର ଖରାପ ସମୟ ଚାଲିଯାଇଛି’: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

17/03/2023 at 9:31 PM

ନୂଆଦିଲ୍ଲୀ, ୧୭/୦୩: ଦେଶ ତଥା ବିଶ୍ବରେ ବର୍ତ୍ତମାନ ସମୟରେ ଦରବୃଦ୍ଧି ଦେଖିବାକୁ ମିଳୁଛି, ମୁଦ୍ରାସ୍ଫିତି ମଧ୍ୟ ବଢ଼ିଛି। ଏହାରି ମଧ୍ୟରେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (RBI) ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଶ୍ବସ୍ତିକର ତଥ୍ୟ ରଖିଛନ୍ତି। ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ‘ ଦେଶର ଦରବୃଦ୍ଧିର ଖରାପ ସମୟ ଚାଲିଯାଇଛି। ଆମର ଆର୍ଥିକ କ୍ଷେତ୍ର ସ୍ଥିର ଅଛି।’ ଏହା ସହ ଆମେରିକାର ବ୍ୟାଙ୍କିଂ ସଙ୍କଟ ବିଷୟରେ ମଧ୍ୟ କହିଛନ୍ତି।

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଡଲାର ତୁଳନାରେ ଟଙ୍କାର ମଜବୁତିରେ କୌଣସି ସମସ୍ୟା ନାହିଁ। ଆରବିଆଇ ଗଭର୍ଣ୍ଣର ଉଚ୍ଚ ଋଣରେ ଥିବା ଦେଶଙ୍କୁ ସହାୟତା ପାଇଁ ଜି ୨୦ର ସମନ୍ବିତ ପ୍ରୟାସର ଆହ୍ବାନ କରିଛନ୍ତି। ସେ କହିଛନ୍ତି ଜି ୨୦ ଦେଶଙ୍କୁ ଜଳବାୟୁ ପରିବର୍ତ୍ତନ ଦ୍ବାରା ସବୁଠୁ ଅଧିକ ପ୍ରଭାବିତ ଦେଶକୁ ଯୁଦ୍ଧକାଳୀନ ସ୍ତରରେ ଆର୍ଥିକ ସହାୟତା ଯୋଗାଇବା ଦରକାର।

ସେ ଆହୁରି କହିଛନ୍ତି ଆମେରିକାର ବ୍ୟାଙ୍କିଂ କ୍ଷେତ୍ରରେ ଜାରି ସଙ୍କଟ ସ୍ପଷ୍ଟ ଭାବରେ ଜଣାପଡ଼ୁଛି ଯେ କ୍ରିପ୍ଟୋକରେନ୍ସୀ ଆର୍ଥିକ ପ୍ରଣାଳୀ ପାଇଁ କେଉଁଭଳି ଭାବରେ ଅସୁବିଧା ଉତ୍ପନ୍ନ କରୁଛି। ସେ କହିଛନ୍ତି ଅତ୍ୟଧିକ ଜମା ଏବଂ ଋଣ ବୃଦ୍ଧି ବ୍ୟାଙ୍କିଂ ପ୍ରଣାଳୀ ପାଇଁ ଭଲ ନୁହେଁ।

ସୂଚନାଯୋଗ୍ୟ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ୨୦୨୩ ର ‘ ଗଭର୍ଣ୍ଣର ଅଫ୍ ଦ ଇୟର’ ପୁରସ୍କାରରେ ସମ୍ମାନିତ କରାଯାଇଛି। ଅନ୍ତର୍ଜାତୀୟ ଅର୍ଥନୀତିକ ଅନୁସନ୍ଧାନ ପତ୍ରିକା ସେଣ୍ଟ୍ରାଲ ବ୍ୟାଙ୍କିଂ ତାଙ୍କୁ ଏହି ଉପାଧି ଦେଇଛି। ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ୨୦୧୫ ରେ ଦେଶ ତରଫରୁ ପ୍ରଥମ ଥର ଏହି ପୁରସ୍କାରରେ ସମ୍ମାନିତ ହୋଇଥିଲେ। ସେଣ୍ଟ୍ରାଲ ବ୍ୟାଙ୍କିଂ ବଂ ବିଭିନ୍ନ କୋଭିଡ୍-୧୯, ୟୁକ୍ରେନ ଯୁଦ୍ଧ ଭଳି ଆହ୍ବାନପୂର୍ଣ୍ଣ ସମୟରେ ଶକ୍ତିକାନ୍ତ ଦାସଙ୍କ କୁଶଳ ନେତୃତ୍ବକୁ ପ୍ରଶଂସା କରିଛନ୍ତି।

   Related Posts