କାନପୁର: ଭାରତ ଓ ବାଂଲାଦେଶ ଅନ୍ତିମ ଟେଷ୍ଟ ଗ୍ରୀନ୍ ପାର୍କ କାନପୁରରେ ଖେଳାଯାଉଛି । ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ୧୯୬୪ ପରେ କାନପୁରରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ଆଗ୍ରହ କରିଛି । ବର୍ଷା ପାଇଁ ଗ୍ରୀନ୍ ପାର୍କରେ ବିଳମ୍ବରେ ଟସ୍ ହୋଇଥିଲା । ଅନ୍ୟପଟେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ । ଟିମ୍ ଇଣ୍ଡିଆ ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ସହଜରେ ଜିତି ନେଇଛି । ୨୮୦ ରନରେ ବାଂଲାଦେଶ ପରାସ୍ତ ହୋଇଥିଲା । ଉକ୍ତ ମ୍ୟାଚରେ ରବିଚନ୍ଦ୍ରନ୍ ଅଶ୍ବିନ ଅଲରାଉଣ୍ଡର ପ୍ରଦର୍ଶନ ଦେଖାଇଥିଲେ । ଦ୍ବିତୀୟ ବା ଅନ୍ତିମ ଟେଷ୍ଟକୁ ଜିତି ରୋହିତ୍ ବାହିନୀ ସିରିଜ୍ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ରହିଛି । ସେପଟେ ଭ୍ରମଣକାରୀ ବାଂଲାଦେଶ ମଧ୍ୟ ସିରିଜ୍ ବରାବର କରିବକୁ ଚେଷ୍ଟା କରିବ ।
ଭାରତ: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ୍, ଶୁଭମନ ଗିଲ୍, ବିରାଟ କୋହଲି, କେଏଲ ରାହୁଲ, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା, ରବି ଚନ୍ଦ୍ରନ ଅଶ୍ୱିନ, ଯଶପ୍ରୀତ ବୁମରା, ଆକାଶ ଦୀପ୍ ମହମ୍ମଦ ସିରାଜ ।
ବାଂଲାଦେଶ: ସଦମନ ଇସଲାମ, ଜାକିର ହାସାନ, ନଜମୁଲ ହୋସେନ ଶାନ୍ତୋ(ଅଧିନାୟକ), ମୋମିନୁଲ ହକ୍, ମୁସଫିକର ରହିମ, ଲିଟନ ଦାସ, ସାକିବ ଅଲ୍ ହାସନ, ମେହଦି ହାସାନ ମିରାଜ, ତାଇଜୁଲ୍ ଇସଲାମ, ଖାଲିଦ ଅହମ୍ମଦ, ହାସାନ ମାହମୁଦ