Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

‘ଭାରତ-ବାଂଲାଦେଶ ଫ୍ରେଣ୍ଡଶିପ୍ ପାଇପଲାଇନ’ର ଉଦ୍‌ଘାଟନ କଲେ ପିଏମ ମୋଦୀ ଏବଂ ଶେଖ ହସୀନା, ନୂଆ ଅଧ୍ୟାୟର ହେଲା ଆରମ୍ଭ

18/03/2023 at 6:58 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା ଭିଡିଓ କନଫରେନ୍ସିଂ ଜରିଆରେ ଭାରତ-ବାଂଲାଦେଶ ଫ୍ରେଣ୍ଡଶିପ୍ ପାଇପଲାଇନର ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଜନାର ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ-ବାଂଲାଦେଶ ସମ୍ପର୍କରେ ଆଜି ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଏହି ଭାରତ-ବାଂଲାଦେଶ ଫ୍ରିଣ୍ଡଶିପ୍ ପାଇପଲାଇନ ପରିଯୋଜନାର ମୂଳଦୂଆ ୨୦୧୮ ସେପ୍ଟେମ୍ୱରରେ ରଖାଯାଇଥିଲା । ଆଜି ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କ ସହ ଉଦଘାଟନ କରିବାର ସମୟ ଆସିଛି ।

ପ୍ରଧାନମନ୍ତ୍ରୀ ନିଜ ସମ୍ୱୋଧନରେ କହିଛନ୍ତି ଯେ କରୋନା ମହାମାରୀ ସତ୍ତ୍ୱେ ଏହି ପରିଯୋଜନା ଉପରେ କାମ ଜାରି ରହିଥିଲା । ଏହି ପାଇପଲାଇନ ଯୋଗୁଁ ଉତ୍ତର ବାଂଲାଦେଶର ବିଭିନ୍ନ ଜିଲ୍ଲାକୁ ୧ ମିଲିୟନ ମ୍ୟାଟ୍ରିକ୍ ଟନ୍ ଡିଜେଲ ଯୋଗାଯାଇ ପାରିବ । ଏହି ପାଇପଲାଇନ ଯୋଗୁଁ ଡିଜେଲ୍ ଯୋଗଣାରେ ଖର୍ଚ୍ଚ କମ ହୋଇପାରିବ । ଏହାସହ ସେ କହିଛନ୍ତି ଯେ ମୋତେ ବିଶ୍ୱାସ ଏହି ପାଇପଲାଇନ ବାଂଲାଦେଶର ବିକାଶକୁ ଅଧିକ ଗତି ଦେବ ଏବଂ ଉଭୟ ଦେଶର ମଧ୍ୟରେ କନେକ୍ଟିଭିଟିର ଉତ୍କୃଷ୍ଟ ଉଦାହରଣ ହୋଇପାରିବ ।

ଉଲ୍ଲେଖଯୋଗ୍ୟ ଯେ ଏହି ପାଇପଲାଇନ ପାଇଁ ୩୭୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବର୍ତ୍ତମାନ ସମୟରେ ବାଂଲାଦେଶକୁ ୫୧୨ କିଲୋମିଟର ରେଳମାର୍ଗ ଦେଇ ଡିଜେଲ ରପ୍ତାନୀ କରାଯାଉଛି । ୧୩୧.୫ କିଲୋମିଟର ଏହି ପାଇପଲାଇନ ସାହାଯ୍ୟରେ ୧ ମିଲିୟନ ଟନ ଡିଜେଲ ଆସାମର ନୁମାଲିଗରରୁ ବାଂଲାଦେଶକୁ ରପ୍ତାନୀ କରାଯାଇ ପାରିବ । ଏହା ଦୁଇ ପଡୋଶୀ ଦେଶ ମଧ୍ୟରେ ପ୍ରଥମ କ୍ରସବର୍ଡର ଏନର୍ଜି ପାଇପଲାଇନ ଅଟେ ।

   Related Posts