ଚାଉଳ ରପ୍ତାନୀ ଉପରେ ଭାରତର ପ୍ରତିବନ୍ଧକ: ସଙ୍କଟରେ ବିଶ୍ୱ ବଜାର, ରେକର୍ଡ ସ୍ତରରେ ଦାମ୍

Published By : Prameya-News7 Bureau | September 03, 2023 IST

ନୂଆଦିଲ୍ଲୀ, ୦୩/୦୯: ଦରବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶରୁ ବିଭିନ୍ନ କିସମର ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ । ଭାରତର ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ଦ୍ବାରା ଏହାର ପ୍ରଭାବ ଏବେ ପୂରା ଦୁନିଆ ଉପରେ ପଡ଼ୁଛି । ଆଉ ଏହି ନିଷ୍ପତ୍ତି ଯୋଗୁଁ ବିଶ୍ବ ବଜାରରେ ଚାଉଳ ଦାମ୍‌ ବୃଦ୍ଧି ଦେଖିବାକୁ ମଳିଛି। ଅନେକ ଦେଶରେ ଚାଉଳ ଦାମ୍‌ରେ ଅତ୍ୟଧିକ ବୃଦ୍ଧି ଦେଖିବାକୁ ମିଳିଛି। ଆଉ ଏହି ଦାମ୍‌ ଆହୁରି ବଢ଼ିବା ନେଇ କୁହାଯାଉଛି।

ଭାରତ ଦୁନିଆର ସବୁଠୁ ଅଧିକ ଚାଉଳ ରପ୍ତାନୀକାରୀ ଦେଶ ମଧ୍ୟରୁ ଗୋଟିଏ। ଏହା ପରେ ଥାଇଲାଣ୍ଡ୍ ଏବଂ ଭିଏତନାମ ଭଳି ଦେଶ ରହିଛନ୍ତି । ତେବେ ଦରବୃଦ୍ଧିକୁ ଦୃଷ୍ଟିରେ ରଖି ଚାଉଳ ସମେତ କିଛି ଅନ୍ୟ ଶସ୍ୟ ଉପରେ ୨୦ ଜୁଲାଇରୁ ପ୍ରତିବନ୍ଧକ ଲାଗାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଚାଉଳର ବିଭିନ୍ନ କିସମର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି କିସମ୍‌ ମଧ୍ୟରେ ଗତ ସପ୍ତାହରେ ଭାରତ ଉଷୁନା ଚାଉଳ ଏବଂ ବାସୁମତୀ ଚାଉଳ ଉପରେ ଅଧିକ ପ୍ରତିବନ୍ଧକ ଲଗାଇଛି। ଏହି ଦୁଇ କିସମ ରପ୍ତାନୀରୁ ବାଦ୍‌ ରହିଥିଲେ। ଆଉ ଏହି ଦୁଇ କିସମ ଉପରେ ବ୍ୟାନ୍‌ ପରେ, ବୁଧବାର ଏସିଆରେ ଚାଉଳ ଦାମ୍‌ ବଢ଼ି ୧୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଅଗଷ୍ଟ ମାସରେ କମ୍ ବର୍ଷା ଯୋଗ କମିଛି ଚାଷ, ବେଶି ପ୍ରଭାବିତ ହୋଇଛି ଡାଲି ଫସଲ, ହ୍ରାସ ପାଇଛି ଜଳ ସ୍ତର

ଚାଉଳ ଦାମ୍‌ରେ ବୃଦ୍ଧି ସବୁବେଳେ ଗରିବ ହୋଇଥାନ୍ତି ସବୁଠୁ ଅଧିକ ପ୍ରଭାବିତ: ଏମେରିଟସ ପୀଟର ଟିମର

ରିପୋର୍ଟ ଅନୁଯାୟୀ, ହାଭାର୍ଡ ବିଶ୍ବବିଦ୍ୟାଳୟର ପ୍ରୋଫେସର ଏମେରିଟସ ପୀଟର ଟିମର କହିଛନ୍ତି ଯେ, ଚାଉଳ ଦାମ୍‌ରେ ବୃଦ୍ଧି ସବୁବେଳେ ଗରିବ ଉପଭୋକ୍ତାଙ୍କୁ ସବୁଠୁ ଅଧିକ କ୍ଷତି ହୋଇଥାଏ। ସେ କହିଛନ୍ତି ଏବେ ସବୁଠୁ ବଡ଼ ଚିନ୍ତା ଏହା ଯେ, ଯେତେବେଳେ ଥାଇଲାଣ୍ଡ ଏବଂ ଭିଏତନାମ ଭାରତ ପ୍ରତିବନ୍ଧକ ଲଗାଇଥାନ୍ତି ସେତେବେଳେ ଦୁନିଆରେ ଚାଉଳ ଦାମ୍‌ ୧୦୦୦ ଡଲାରରୁ ଅଧିକ ହୋଇପାରେ।

ବିଶ୍ବ ବଜାରରେ ବର୍ତ୍ତମାନ ୬୪୬ ଡଲାର ପ୍ରତି ଟନ୍‌

ବିଶ୍ବ ବଜାରରେ ବର୍ତ୍ତମାନ ୬୪୬ ଡଲାର ପ୍ରତି ଟନ୍‌ ହୋଇଛି। ବର୍ଷା କମ୍ ହୋଇଥିବାରୁ ଚାଉଳ ଦାମ୍‌ରେ ଆହୁରି ଅଧିକ ବୃଦ୍ଧି ହୋଇପାରେ। ଥାଇଲାଣ୍ଡ ଏଥର ମରୁଡ଼ି ନେଇ ଚେତାବନୀ ଦେଇଛି ଯାହାଦ୍ବାରା ବିଶ୍ବ ବଜାରରେ ଚାଉଳ ଦାମ୍‌ ବଢ଼ିବା ଆଶଙ୍କା କରାଯାଉଛି। ଅବଶ୍ୟ ଚୀନ୍‌ରେ ଫସଲ ଠିକ୍‌ ରହିଛି ଏବଂ ଏଠାରୁ ଦୁନିଆକୁ ଆଶ୍ବସ୍ତି ମିଳିପାରେ।

ଭାରତ କଥା କହିଲେ ଦେଶରେ ଚାଉଳର ଦାମ୍‌ ଗତ ବର୍ଷ ତୁଳନାରେ କିଛି ଅଧିକ ରହିଛି। ଏମିତିରେ ଦରକୁ ନିୟନ୍ତ୍ରିତ କରିବା ପାଇଁ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅବଶ୍ୟ ପ୍ରତିବନ୍ଧକର କିଛି ପ୍ରଭାବ ପଡ଼ିଛି । ଚାଉଳ ଉପରେ ପ୍ରତିବନ୍ଧକକୁ ରାଜନୀତିକ ସ୍ତରରେ ମଧ୍ୟ ଦେଖାଯାଉଛି। ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏମିତିରେ ଚାଉଳ ଦର ବୃଦ୍ଧି ଭୋଟରଙ୍କୁ ନିରାଶ କରିପାରେ ।

ଆହୁରି ପଢ଼ନ୍ତୁ: ୭ ମାସର ସର୍ବନିମ୍ମ ସ୍ତରକୁ ପହଞ୍ଚିଲା ଋଷିଆରୁ ଭାରତର ତୈଳ ଆମଦାନୀ, ଜାଣନ୍ତୁ କିପରି ପଡିବ ପ୍ରଭାବ?

ଦର୍ କମ୍‌ ପାଇଁ ନିଜ ସ୍ତରରେ ଚେଷ୍ଟା ଜାରି ରଖିଛନ୍ତି ବିଭିନ୍ନ ଦେଶ

ଦୁନିଆର ସବୁଠୁ ବଡ଼ ଶସ୍ୟ ଆମଦାନୀକାରୀ ଫିଲିପିନ୍ସ, ଖୁଚୁରା ଦରରେ ବୃଦ୍ଧି ଏବଂ ବ୍ୟବସାୟୀଙ୍କ ଦ୍ବାରା ମହଜୁଦ ରିପୋର୍ଟ ପରେ ଫିଲିପିନ୍ସ ଗତ ସପ୍ତାହରେ ଚାଉଳ ଦାମ୍‌କୁ ନିୟନ୍ତ୍ରଣ କରିବା ପାଇଁ ବାଧ୍ୟ ହେବାକୁ ପଡ଼ିଥିଲା। ସେହିପରି ଅନ୍ୟ ଦେଶମାନେ କୂଟନୀତିକ ସ୍ତରରେ ଚେଷ୍ଟା ଜାରି ରଖିଛନ୍ତି। ଗୁଏନାର ବାଣିଜ୍ୟ ମନ୍ତ୍ରୀଙ୍କୁ ଭାରତ ପଠାଇଛି, ଯେତେବେଳେକି ସିଙ୍ଗାପୁର, ମରିସିଅସ ଏବଂ ଭୁଟାନ ଦିଲ୍ଲୀକୁ ପ୍ରତିବନ୍ଧକ ହଟାଇବାକୁ କହିଛନ୍ତି । ସେହିଭଳି ଦ୍ବିତୀୟ ବୃହତ୍‌ ରପ୍ତାନୀକାରୀ ଥାଇଲାଣ୍ଡ, ତା’ ଠାରୁ ଫିଲିପିନ୍ସ, ଇଣ୍ଡୋନେସିଆ, ମାଲେସିଆ ଏବଂ ଜାପାନକୁ ଚାଉଳ ନେବାକୁ କହିଛି । ସେହିପରି ଭିଏତନାମ ମଧ୍ୟ କିଛି ସହଯୋଗ କରଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.