ଟି୨୦ରେ ଅଷ୍ଟ୍ରେଲିଆ ଉପରେ ଭାରି ପଡିବ ଭାରତ ! ନଜର ପକାନ୍ତୁ ରେକର୍ଡ ଉପରେ

Published By : Prameya-News7 Bureau | December 04, 2020 IST

ସିଡନୀ, ୦୪।୧୨:  ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଦିନିକିଆ ଜିତିବା ପରେ ଭାରତର ଆତ୍ମବିଶ୍ୱାସ ଅଧିକ ରହିଛି । ଶୁକ୍ରବାରଠୁ ଉଭୟ ଦଳ ମଧ୍ୟରେ ଆରମ୍ଭ ହେବ ଟି୨୦ ସିରିଜ । ପ୍ରଥମ ଟି୨୦ କାନବେରାରେ ଖେଳାଯିବ ।

ଭାରତର ରେକର୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ରେ ଭଲ ରହିଛି । ଭାରତ ଅଷ୍ଟ୍ରେଲିଆରେ ୯ଟି ଟି୨୦ ମ୍ୟାଚ୍ ଖେଳିଛି । ଏଥିରେ ଦଳକୁ ୫ ଥର ବିଜୟ ମିଳିଛି । ଅଷ୍ଟ୍ରେଲିଆ ୩ ଥର ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ଫଳାଫଳଶୂନ୍ୟ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଭାରତ ଅଷ୍ଟ୍ରେଲିଆରେ  କେବେବି ଟି୨୦ ସିରିଜ ଜିତିନାହିଁ ।

{"id":372326,"sizeSlug":"large"}

ଅଧିନାୟକ ବିରାଟ କୋହଲି ପ୍ରଥମ ଦିନିକିଆ ହାରିବା ପରେ ଖେଳାଳିଙ୍କୁ ଟି୨୦ ମୋଡରୁ ଦିନିକିଆ ମୋଡକୁ ନ ଆସିଥିବାରୁ କଟାକ୍ଷ କରିଥିଲେ । ଏହସହ ଉଭୟ ଦଳର ଖେଳାଳି କିପରି ଭାବେ ୪୮ ଘଣ୍ଟା ମଧ୍ୟରେ ଟି୨୦ ଫର୍ମକୁ ଆସିବା ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ତେବେ ଉଭୟ ଦଳର ଅନେକ ଖେଳାଳି ନିକଟରେ ଆଇପିଏଲ ଖେଳିଛନ୍ତି ।

{"id":372327,"sizeSlug":"large"}

ଭାରତ ପାଖରେ ଟି୨୦ ପାଇଁ ଭିନ୍ନ ଯୋଜନା ରହିଛି । ଖେଳାଳିରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ଦୀପକ ଚହର ଓ ଓ୍ୱାଶିଂଟନ ସୁନ୍ଦର ଟି୨୦ ଦଳରେ ଖେଳିପାରନ୍ତି । କିନ୍ତୁ ଅଷ୍ଟ୍ରେଲିଆର ଦିନିକିଆ ଓ ଟି୨୦ ଦଳ ସମାନ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.