ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି୨୦ : ବିରାଟ ବାହିନୀକୁ ୧୯୫ ରନ୍‌ର ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ

Published By : Prameya-News7 Bureau | December 06, 2020 IST

ସିଡନୀ, ୦୬।୧୨:   ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ରେ ଭାରତ ଆଗରେ ୧୯୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରିଥିବା କଙ୍ଗାରୁ ବାହିନୀ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ ୧୯୪ ରନ୍ କରିଥିଲା ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା । ଓପନର ମାଥ୍ୟୁ ଓ୍ୱାଡେ ୩୨ ବଲରୁ ୫୮ ରନ୍ କରିଥିଲେ । ସେହିପରି ଷ୍ଟିଭ୍ ସ୍ମିଥ୍ ମଧ୍ୟ ୪୬ ରନ୍ କରିଥିଲେ । ଏତତ୍ ବ୍ୟତୀତ ଗ୍ଲେନ୍ ମାକ୍ସଓ୍ୱେଲ୍ ମଧ୍ୟ ୧୩ ବଲରୁ ୨୨ ଓ ଏମ ହେନରିକ୍ସ ୧୮ ବଲରୁ ଦ୍ରୁତ ୨୬ ରନ୍ ସଂଗ୍ରହ କରିଥିଲେ । ଶେଷଆଡକୁ ମାର୍କସ ଷ୍ଟୋଇନ୍ସ ୭ ବୱଲରୁ ୧୬ ରନ୍ ସଂଗ୍ରହ କରି ଦଳର ସ୍କୋର ୧୯୪ରେ ପହଁଚାଇଥିଲେ । ଫଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫  ଓ୍ୱିକେଟ୍ ହରାଇ ୧୯୪ ରନ୍ କରିପାରିଥିଲା ଷ

ଭାରତ ପକ୍ଷରୁ ଟି ନଟରାଜନ ଦୁଇଟି ଓ୍ୱିକେଟ୍ ନେଇଥିବା ବେଳେ ସାର୍ଦ୍ଦୁଳ ଠାକୁର ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.