ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି୨୦ : ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବୋଲିଂ

Published By : Prameya-News7 Bureau | December 06, 2020 IST

ସିଡନୀ ୦୬।୧୨: ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି୨୦ ମୁକାବିଲା ଖେଳାଯିବ । ଭାରତ  ପ୍ରଥମ ମ୍ୟାଚ୍‌ରେ ଦମଦାର ବିଜୟ ପରେ ରବିବାର ଭାରତ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ଵିତୀୟ ଟି-୨୦ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ। ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଭାରତ । ଅଧିନାୟକ ବିରାଟ କୋହଲି ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ ।

ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତିରେ ମଧ୍ୟ ମ୍ୟାଚ୍‌ରେ ଭାରତର ପଲ୍ଲା ଭାରି ରହିବ। ଦଳ ଦ୍ଵିତୀୟ ଟି-୨୦ ଜିତି କଙ୍ଗାରୁଠାରୁ ଦିନିକିଆ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ଟେଷ୍ଟ ସିରିଜ ପୂର୍ବରୁ ଟି-୨୦  ଶୃଙ୍ଖଳା ଜିତିଲେ ଭାରତୀୟ ଦଳର ମନୋବଳ ବୃଦ୍ଧି ପାଇବ।

କାନବେରାରେ ତୃତୀୟ ଦିନିକିଆ ଓ ପ୍ରଥମ ଟି-୨୦ ଜିତିବା ପରେ ଏବେ ଭାରତୀୟ ଦଳ ପୁଣି ଥରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡକୁ ଫେରିଛି। ଏଠାରେ ଅଷ୍ଟ୍ରେଲିଆ ପ୍ରଥମ ଦୁଇଟି ଦିନିକିଆ ଜିତି ସିରିଜ୍ ହାତେଇଥିଲା। ପ୍ରଥମ ଟି-୨୦ ମୁକାବିଲାରେ ଜାଡେଜାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ବିକଳ୍ପ ଭାବେ ଖେଳିଥିବା ୟୁଜବେନ୍ଦ୍ର ଚହଲ ଚମତ୍କାର ବୋଲିଂ କରି ୩ ଓ୍ଵିକେଟ୍ ନେଇ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.