ଆଜି ମେଲବର୍ଣ୍ଣ ଷ୍ଟାଡିୟମ୍ ରେ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍
23/11/2018 at 10:27 AM

ମେଲବର୍ଣ୍ଣ ୨୩|୧୧: ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍। ମେଲବର୍ଣ୍ଣ ଷ୍ଟାଡିୟମ୍ ରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଏହି ମ୍ୟାଚ୍ ଜିତି ଶୃଙ୍ଖଳାକୁ ପେରିବା ସହ ସ୍ଥିତି ବରାବର କରିବା ଲକ୍ଷ୍ୟରେ ରହିଛି ଭାରତ। କିନ୍ତୁ ହାରିଗଲେ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ହାତଛଡ଼ା ହୋଇଯିବ। ତଥାପି ଲଗାତାର ସପ୍ତମ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଥିବା ଭାରତ ଅଷ୍ଟମ ଶୃଙ୍ଖଳା ଜିତିବା ଦିଗରେ ପ୍ରୟାସ କରିବ। ସେହି ଦୃଷ୍ଟିରୁ କୋହଲିଙ୍କ ନେତୃତ୍ବ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ମେଲ୍ ବର୍ନ ମ୍ୟାଚ୍ ରେ ଭାରତ ତିନି ଜଣ ସ୍ପିନରଙ୍କୁ ଖେଳାଇବ ବୋଲି ଅଧିନାୟକ କୋହଲି ଆଭାସ ଦେଇଛନ୍ତି। ଏହାହେଲେ ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କୁ ବାହାରେ ବସିବାକୁ ପଡ଼ିବ ଏବଂ ତାଙ୍କ ସ୍ଥାନରେ ୟୁଜ୍ ବେନ୍ଦ୍ର ଚହଲ୍ ଖେଳିବା ନିଶ୍ଚିତ।