ଅଷ୍ଟ୍ରେଲିଆ ବିପକ୍ଷରେ ଓପନିଂ ପାଇଁ ୩ ଖେଳାଳି ଦାବିଦାର, ଏହି ବ୍ୟାଟସମ୍ୟାନଙ୍କ ମଧ୍ୟରେ କଡା ଟକ୍କର

Published By : Prameya-News7 Bureau | December 14, 2020 IST

ସିଡନୀ,୧୪।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ ସିରିଜ ପାଇଁ ଭାରତ ପ୍ରସ୍ତୁତ । ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ଏହି ସିରଜ୍ । ଭାରତୀୟ ଦଳରେ ବ୍ୟାଟସମ୍ୟାନଙ୍କ ଅଭାବ ନାହିଁ । ଅଷ୍ଟ୍ରେଲୀୟ ବୋଲରଙ୍କୁ ଜବାବ ଦେବାକୁ ପ୍ରସ୍ତୁତ ହେଲେଣି ଚେତେଶ୍ୱର ପୂଜାରା, ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ । ତେବେ କିଏ ଓପନିଂ କରିବେ ତାକୁ ନେଇ ଏବେବି ଅସ୍ପଷ୍ଟ ସୂଚନା ରହିଛି ।

{"id":377135,"sizeSlug":"large","linkDestination":"none"}

ପୃଥ୍ୱୀ ଶଙ୍କ ବ୍ୟତୀତ ଶୁଭମନ ଗିଲଙ୍କ ପ୍ରଦର୍ଶନ ଚୟନକର୍ତ୍ତାଙ୍କୁ ଆକର୍ଷିତ କରିଛି । ଦଳରେ କେଏଲ ରାହୁଲ ମଧ୍ୟ ରହିଛନ୍ତି । ସେ ୩୬ଟି ଟେଷ୍ଟ୍  ଖେଳି ସାରିଛନ୍ତି । ପୃଥ୍ୱୀ, ରାହୁଲ ଓ ଶୁଭମନଙ୍କ ମଧ୍ୟରୁ କିଏ ଓପନିଂ ଓ୍ହାଲଇବେ ତାହା ଆଗକୁ ଜଣାପଡିବ । ସେହିପରି ହନୁମା ବିହାରୀଙ୍କ ବିକଳ୍ପ ମଧ୍ୟ ଭାରତ ଆଗରେ ରହିଛି । ସେ ୬ ନମ୍ବରରେ ବ୍ୟାଟିଂ କରିପାରନ୍ତି ।

ହନୁମା ବିହାରୀ ଅଷ୍ଟ୍ରେଲିଆ-ଏ ବିପକ୍ଷ ଅଭ୍ୟାସ ମ୍ୟାଚରେ ଶତକ ଲଗାଇଥିଲେ । ଏହି ମ୍ୟାଚ୍ ଡ୍ର ରହିଥିଲା ।

{"id":377136,"sizeSlug":"large","linkDestination":"none"}

ହନୁମା କହିଛନ୍ତି ଯେ, ୨୦୧୮ରେ ସେ ଦ୍ୱିତୀୟ ଥର ପାଇଁ ବିଦେଶରେ ମ୍ୟାଚ୍ ଖେଳିଥିଲେ । ଯାହା ଚ୍ୟାଲେଞ୍ଜ୍ ଭରା ଥିଲା । ଏବେ କିନ୍ତୁ ସେ ଭଲ ପ୍ରଦର୍ଶନ କରିପାରୁଛନ୍ତି । ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜକୁ ଅପେକ୍ଷା କରିଛନ୍ତି । ଭାରତୀୟ ଦଳରେ ଭଲ ଖେଳାଳି ରହିଛନ୍ତି । ସମସ୍ତେ ଫର୍ମରେ ଅଛନ୍ତି । ଏପରିକି ଶୁଭମନ ଓ ପୃଥ୍ୱୀ ଉଭୟ ଫର୍ମରେ ଥିବା ସେ କହିଛନ୍ତି ।

{"id":377137,"sizeSlug":"large","linkDestination":"none"}

ମୟଙ୍କ ଅଗ୍ରଓ୍ୱାଲଙ୍କ ସହ କିଏ ଓପନିଂ କରିବ ତାହା ଗୋଟିଏ କିମ୍ବା ଦୁଇ ଦିନରେ ସ୍ପଷ୍ଟ ହୋଇଯିବ । ମୟଙ୍କ ଗତ ଅଷ୍ଟ୍ରେଲିଆ ଗସ୍ତରେ ଭଲ ପ୍ରଦର୍ଶନ କରିଥିଲେ । ସେ ଦୁଇଟି ଟେଷ୍ଟ ଖେଳି ୬୫ ଆଭରେଜରେ ଅର୍ଦ୍ଧଶତକ ଲଗାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.