scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ୱକପ ଫାଇନାଲ ଭାଙ୍ଗିଲା ଭ୍ୟୁୟରଶିପ୍ ରେକର୍ଡ, ୩୦ କୋଟି ଦର୍ଶକ ଟିଭିରେ ଦେଖିଛନ୍ତି ମ୍ୟାଚ୍

23/11/2023 at 9:06 PM

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ ବିଶ୍ୱକପ ଫାଇନାଲ ସିଧା ପ୍ରସାରଣକୁ ଟିଭିରେ ୩୦ କୋଟିରୁ ଅଧିକ ଦର୍ଶକ ଦେଖିଛନ୍ତି । ଡିଜନୀ ଷ୍ଟାର ଗୁରୁବାର ଏହି ସୂଚନା ଦେଇଛି । ଏହାସହ ଏହି ମ୍ୟାଚ୍ ଆଜି ଯାଏ ସବୁଠୁ ଅଧିକ ଦେଖାଯାଇଥିବା ମ୍ୟାଚ୍ ହୋଇଛି । ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପର ଅଫିସିଆଲ ବ୍ରଡକାଷ୍ଟର ଡିଜନୀ ଷ୍ଟାର, ବାର୍କର ଡାଟାକୁ ଆଧାର କରି ଏକ ବୟାନ ଜାରି କରି ଟୁର୍ଣ୍ଣାମେଣ୍ଟ ପ୍ରଥମ ଥର ୫୦ କୋଟିରୁ ଅଧିକ ଦର୍ଶକ ସଂଖ୍ୟା ପାର କରିଛି ବୋଲି କହିଛି ।

ବିଶ୍ୱକପର ସିଧା ପ୍ରସାରଣକୁ ୫୧.୮ କୋଟି ଟିଭି ଦର୍ଶକ ଦେଇଥିଲେ । ବୟାନରେ କୁହାଯାଇଛି ଯେ ଟୁର୍ଣ୍ଣାମେଣ୍ଟର ଲାଇଭ ଟିଭି ପ୍ରସାରଣକୁ ମୋଟ ୪୨୨ ବିଲିୟନ ମିନିଟ୍ ଯାଏ ଦେଖାଯାଇଛି । ଏହାସହ ବିଶ୍ୱକପ ୨୦୨୩ ସବୁଠୁ ଅଧିକ ଦେଖାଯାଇଥିବା ଆଇସିସି ବିଶ୍ୱକପ ହୋଇଛି ।

ପଢନ୍ତୁ: ଆଇପିଏଲ୍‌ ୨୦୨୪ରେ ଖେଳିବେ ନାହିଁ ଇଂଲଣ୍ଡ ଅଲ୍‌ ରାଉଣ୍ଡର ବେନ୍ ଷ୍ଟୋକ୍ସ

କମ୍ପାନି କହିଛି, ୩୦ କୋଟିରୁ ଅଧିକ ଦର୍ଶକ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍‌କୁ ଟିଭିରେ ସିଧା ପ୍ରସାରଣ ଜରିଆରେ ଦେଖିଛନ୍ତି । ଏହିପରି ଏହା ସବୁଠୁ ଅଧିକ ଦେଖାଯାଇଥିବା ମ୍ୟାଚ୍ ପାଲଟିଛି । ଗୋଟିଏ ସମୟରେ ସବୁଠୁ ଅଧିକ ଦର୍ଶକ ଦେଖିବା ମାମଲାରେ ଫାଇନାଲ୍ ମ୍ୟାଚ୍ ୧୩ କୋଟି ସଂଖ୍ୟା ଛୁଇଁଛି । ଭାରତ ବନାମ ପାକିସ୍ତାନ ମ୍ୟାଚରେ ଏହି ସଂଖ୍ୟା ୭.୫ କୋଟି ଥିଲା ।

ଏହାସହ କମ୍ପାନି କହିଛି ଯେ ଏହା ଷ୍ଟ୍ରିମିଂ ପ୍ଲାଟଫର୍ମ ଡିଜନୀ+ହଟ୍‌ଷ୍ଟାର ପୂରା ଟୁର୍ଣ୍ଣାମେଣ୍ଟରେ ନିଜର ହିଁ ରେକର୍ଡକୁ ପାଞ୍ଚ ଥର ଭାଙ୍ଗିଛି । ଫାଇନାଲରେ ଗୋଟିଏ ସମୟରେ ୫.୯ କୋଟି ଦର୍ଶକ ମ୍ୟାଚ୍ ଦେଖୁଥିଲେ ।

   Related Posts