ଟିମ୍ ଇଣ୍ଡିଆକୁ ଜରିମାନା କଲା ICC; ଅଷ୍ଟ୍ରେଲିଆ ବି ହେଲା ଦଣ୍ଡିତ

Published By : Prameya-News7 Bureau | June 12, 2023 IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆକୁ ଆଇସିସି ଝଟ୍‌କା। ସ୍ଲୋ ଓଭର ରେଟିଂ ପାଇଁ ଲାଗିଲା ଜରିମାନା। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଟିମ୍‌ ଇଣ୍ଡିଆର ସମ୍ପୂର୍ଣ୍ଣ ମ୍ୟାଚ୍ ଫି କାଟି ଦିଆଯାଇଛି। ଏନେଇ ଆଇସିସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଗତକାଲି ଲଣ୍ଡନର ଓଭାଲ୍‌ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍‌ରେ ଭାରତ ଇଂଲଣ୍ଡ  ଠାରୁ ୨୦୯ ରନ୍‌ରେ ପରାସ୍ତ ହୋଇଛି। ଅନ୍ତିମ ମ୍ୟାଚ୍‌ରେ ଭାରତ ନିର୍ଦ୍ଧାରିତ ସମୟରେ ଓଭର ସାରି ନପାରିବାରୁ ଆଇସିସି ଫାଇନ୍ ଲଗାଇଛି। ତେବେ କେବଳ ଭାରତୀୟ ଟିମ୍‌କୁ ନୁହେଁ ଅଷ୍ଟ୍ରେଲିଆ ଟିମ୍‌କୁ ବି ଫାଇନ୍ କରିଛି ଆଇସିସି। ତେବେ ଅଷ୍ଟ୍ରେଲିଆ ଟିମ୍‌ର ସମ୍ପୂର୍ଣ୍ଣ ଫୀ ନ କାଟି ୮୦ ପ୍ରତିଶତ ମ୍ୟାଚ୍ ଫି କଟାଯାଇଛି।

wp:embed {"url":"https://twitter.com/ICC/status/1668151265014972416?s=20","type":"rich","providerNameSlug":"twitter","responsive":true}
https://twitter.com/ICC/status/1668151265014972416?s=20
/wp:embed

ପଢ଼ନ୍ତୁ -କିଏ ଏହି ଅମ୍ପାୟାର, ଯିଏ ଗିଲ୍‌ଙ୍କୁ ଦେଇଥିଲେ କ୍ୟାଚ୍ ଆଉଟ୍ ?

ଦିଆଯାଇଥିବା ସମୟ ଭିତରେ ଭାରତୀୟ ଟିମ୍ ୫ ଓଭର ପଛରେ ରହିଥିଲା। ସେହିପରି ଅଷ୍ଟ୍ରେଲିଆ ଟିମ୍ ୪ ଓଭର ପଛରେ ରହିଥିଲା। ଖେଳାଳି ଓ ସହଯୋଗୀ କର୍ମଚାରୀଙ୍କ ପାଇଁ ଆଇସିସିର କୋଡ୍‌ ଅପ୍ କଣ୍ଡକ୍ଟ ଧାରା ୨.୨୨ ଅନୁସାରେ ଖେଳାଳିଙ୍କୁ ପ୍ରତି ଓଭର ପାଇଁ ୨୦ ପ୍ରତିଶତ ମ୍ୟାଚ୍ ଫି ଦେବାକୁ ପଡ଼ିଥାଏ।

କେବଳ ଭାରତୀୟ ଟିମ୍‌କୁ ନୁହେଁ, ଟିମ୍‌ର ଖେଳାଳି ଶୁଭମନ ଗିଲ୍‌ଙ୍କୁ ମଧ୍ୟ ଫାଇନ୍ କରିଛି ଆଇସିସି। ତାଙ୍କ ଉପରେ ୧୫ ପ୍ରତିଶତ ଫାଇନ୍ ଲଗାଯାଇଛି। ଅର୍ଥାତ୍ ଗିଲ୍ ୧୧୫ ପ୍ରତିଶତ ଫେରାଇବେ।  

Image

ଏହି ଖବରଟିକୁ ବି ପଢ଼ନ୍ତୁ -ଦିନିକିଆ ବିଶ୍ୱକପ୍‌ ୨୦୨୩ : ଚୂଡାନ୍ତ କ୍ରୀଡାସୂଚୀ ଫାଇନାଲ, ଖୁବଶୀଘ୍ର ଘୋଷଣା କରିବ ICC

କାରଣ ଗତକାଲି ଶୁଭ୍‌ମନ ଆଉଟ୍ ହେବା ପରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ସୋସିଆଲ୍ ମିଡିଆରେ ଟ୍ୱିଟ୍ କରି ଟିପ୍ପଣୀ କରିଥିଲେ। ଯାହା ଆଇସିସିର ଦାରା ୨.୭ର ଉଲ୍ଲଂଘନ କରିଛି। କୌଣସି ଅନ୍ତର୍ଜାତୀୟ କ୍ରୀଡ଼ା ସମ୍ପର୍କିତ ଏଭଳି ଟିପ୍ପଣୀ କରିବା ଦ୍ୱାରା ନିୟମର ଉଲ୍ଲଂଘନ ଦର୍ଶାଇ ଗିଲ୍‌ଙ୍କୁ ଫାଇନ୍ କରିଛି ଆଇସସି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.