ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ୍ : ଟସ୍ ଜିତିଲା ଟିମ୍ ଇଣ୍ଡିଆ, ପ୍ରଥମେ କରିବ ବ୍ୟାଟିଂ

17/12/2020 at 9:09 AM

ଆଡିଲେଡ,୧୭/୧୨: ଗୁରୁବାର ଆରମ୍ଭ ହେବ ଆଡିଲେଡ୍ ଟେଷ୍ଟ। ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଭାରତ । ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ଟେଷ୍ଟ୍ ମ୍ୟାଚ ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଦଳ ଅଷ୍ଟ୍ରେଲିଆ କ୍ରିକେଟରେ ଗୋଲାପୀ ବଲକୁ ଚ୍ୟାଲେଞ୍ଜ ଦେବେ । 

ଆଡିଲେଡ୍ ଟେଷ୍ଟ ପାଇଁ ଭାରତର ପ୍ଲେଇଂ ଇଲେଭେନ ଟିମରେ ପୃଥ୍ବୀ ଶ ଏବଂ ରିଦ୍ଧିମାନ ସାହା ସ୍ଥାନ ପାଇଛନ୍ତି।ପ୍ରଥମ ଟେଷ୍ଟ ପୂର୍ବରୁ ଉଭୟ ଦଳକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଜାରି ରହିଛି। ବିଶେଷ କରି ଉଭୟ ଦଳର ଓପନରଙ୍କ ଉପରେ ସମସ୍ତଙ୍କ ନଜର ରହିବ। କିନ୍ତୁ  ଜାତୀୟ କ୍ରିକେଟ୍‌ ଏକାଡେମୀରେ ଫିଟ୍‌ ଘୋଷିତ ହୋଇଥିବା ରୋହିତ ଶର୍ମା ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇ ନାହାନ୍ତି। ଫଳରେ ତାଙ୍କ ସ୍ଥାନରେ ପୃଥ୍ୱୀ ଶ’ ଓପନର ଦାୟିତ୍ୱ ତୁଲାଇବେ। ସେ ଫର୍ମରେ ନାହାନ୍ତି। ବାରମ୍ବାର ବେପାରୁଆ ସଟ୍‌ ମାନ ଖେଳି ଆଉଟ୍‌ ହେଉଛନ୍ତି। ଠିକ ସେହିପରି ଅଷ୍ଟ୍ରେଲିଆ ମଧ୍ୟ ପ୍ରମୁଖ ଓପନରଙ୍କ ବିନା ଗ୍ରାଉଣ୍ଡକୁ ଓହ୍ଲାଇବ । ଡେଭିଡ ୱାର୍ଣ୍ଣର ଆହତ ଥିବାବେଳେ ମୁଣ୍ଡରେ ବଲ୍‌ ବାଜି ଆହତ ହୋଇଥିବା ନବାଗତ ୱିଲ ପୁକୋସ୍କି ଫିଟ୍‌ ଘୋଷିତ ହୋଇ ନାହାନ୍ତି । ଆଜିର ମ୍ୟାଚ୍‌ରେ ଜୋ ବର୍ଣ୍ଣସ ଓ ମାଥ୍ୟୁ ୱେଡ୍‌ ଓପନ କରିବା ନିଶ୍ଚିତ ବୋଲି ଜଣାପଡିଛି ।

ଆଡିଲେଡ୍‌ରେ ଅଷ୍ଟ୍ରେଲିଆ ମୋଟ୍‌ ୪ଟି ଦିବା/ରାତ୍ର ଟେଷ୍ଟ ଖେଳିଛି। ୨୦୧୫ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୩ ୱିକେଟ୍‌ରେ ହରାଇଥିଲା। ଏହାପରେ ୨୦୧୬ରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟ୍‌ରେ , ୨୦୧୭ରେ ଆଡିଲେଡ୍‌ ଗ୍ରାଉଣ୍ଡ୍‌ରେ ଇଂଲଣ୍ଡକୁ ୧୨୦ ରନ୍‌ ଓ ୨୦୧୯ରେ ପାକିସ୍ତାନକୁ ଇନିଂସ ଓ ୪୮ ରନ୍‌ରେ ମାତ୍ ଦେଇଥିଲା। ଦିବା/ରାତ୍ର ଟେଷ୍ଟରେ ଅଭିଜ୍ଞ ପେସ୍‌ ବୋଲର ମିଚେଲ ଷ୍ଟାର୍କଙ୍କ ପ୍ରଦର୍ଶନ ବେଶ୍‌ ଆକର୍ଷଣୀୟ ରହିଛି । ସେ ୭ଟି ଦିବା/ରାତ୍ର ଟେଷ୍ଟ ଖେଳି ମୋଟ୍‌ ୪୨ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି। ତେବେ ପ୍ରଥମ ଟେଷ୍ଟ ମ୍ୟାଚରେ ବର୍ଷା ସମ୍ଭାବନା ମଧ୍ୟ ରହିଛି ।

   Related Posts