Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

IND vs AUS ODI; ରୋହିତଙ୍କ ନେତୃତ୍ବରେ ଖେଳାଯିବ ମ୍ୟାଚ୍, ସିରିଜ୍ ସିଲ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

19/03/2023 at 9:07 AM

ବିଶାଖାପଟ୍ଟନମ୍‌,୧୮/୩: ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ । ରବିବାର ବିଶାଖାପଟ୍ଟନମ୍‌ରେ ଖେଳାଯିବ ଏହି ମ୍ୟାଚ୍ । ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଥିବା ଭାରତ ଏହି ମ୍ୟାଚ୍‌ ଜିତି ସିରିଜ୍ ସିଲ୍ କରିବା ଲକ୍ଷ୍ୟରେ ରହିଛି । ଅନ୍ୟପଟେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ଏହି ମ୍ୟାଚକୁ ଜିତି ସିରିଜ୍ ବରାବାର କରିବାକୁ ଚେଷ୍ଟା କରିବ । ତେଣୁ ଦ୍ବିତୀୟ ଦିନିକିଆ ସଂଘର୍ଷପୂର୍ଣ୍ଣ ହେବ ବୋଲି ଦର୍ଶକ ଆଶା ରଖିଛନ୍ତି।

ପ୍ରଥମ ଓ୍ବାନଡେ’ ଖେଳିନଥିବା ରୋହିତ ଶର୍ମା ଏହି ମ୍ୟାଚର ନେତୃତ୍ବ ନେବେ । ଶୁବମନ୍ ଗିଲଙ୍କ ସହିତ  ହିଟ୍ ମ୍ୟାନ୍ ଓପନିଂ କରିବେ । ତେଣୁ ଇଶାନ କିଷନ କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ ଜଣେ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିପାରନ୍ତି । ସେପଟେ ଓ୍ବାଙ୍ଖେଡେରେ ଭଲ ପ୍ରଦର୍ଶନ କରିନଥିବା ବିରାଟ କୋହଲିଙ୍କ ଉପରେ ସମସ୍ତ ନଜର ରହିବ । ସେହିପରି ପ୍ରଥମ ଦିନିକିଆ ହିରୋ ଥିବା କେ.ଏଲ ରାହୁଲଙ୍କ ଛକା, ଚୌକାକୁ ମଧ୍ୟ ଅପେକ୍ଷା କରିଛନ୍ତି କ୍ରିକେଟ୍ ପ୍ରେମୀ। ପେସ୍ ବୋଲିଂ ଭାର ସମ୍ଭାଳିବେ ମହମ୍ମଦ ସିରାଜ ଓ ମହମ୍ମଦ ସାମି । ଦ୍ବିତୀୟ ଦିନିକିଆରେ ଯୁବ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦରଙ୍କୁ ମଧ୍ୟ ସୁଯୋଗ ମିଳିପାରେ ।

ସେପଟେ ବିଶାଖାପଟ୍ଟନାମ ଦିନିକିଆରେ କଙ୍ଗାରୁ ଦଳ ମଧ୍ୟ ସଂଘର୍ଷ କରିବ । ଦ୍ବିତୀୟ ଓ୍ବାନଡେ’କୁ ଜିତି ସିରିଜକୁ ବରାବାର କରିବାକୁ ପ୍ରୟାସ କରିବ । ଷ୍ଟିଭ୍ ସ୍ମିଥଙ୍କ ନେତୃତ୍ବରେ ପଡ଼ିଆରେ ଓହ୍ଲାଇବ ଅଷ୍ଟ୍ରେଲିଆ ଟିମ୍ । ଅନ୍ୟପଟେ ଡେଭିଡ୍‌ ୱାର୍ଣ୍ଣର ସମ୍ପୂର୍ଣ୍ଣ ଫିଟ୍‌ ହୋଇନଥିବାରୁ ଦଳ ପାଇଁ ଓପନିଂ ଯୋଡି ବଡ଼ ସମସ୍ୟା ପାଲଟିଛି ।   

ଭାରତ ବିଶାଖାପଟ୍ଟନାମ ଲକି ଗ୍ରାଉଣ୍ଡ ସାବ୍ୟସ୍ତ ହୋଇଛି । ଏଠାରେ ଭାରତ ୯ଟି ଦିନିକିଆ ଖେଳିଥିବାବେଳେ  ଏଥିମଧ୍ୟରୁ ୭ଟିରେ ବିଜୟ ଓ ଗୋଟିଏ ପରାଜୟ ମିଳିଛି ଏବଂ ଗୋଟିଏ ମ୍ୟାଚ୍‌ ‘ଟାଇ’ରେ ଶେଷ ହୋଇଛି ।

ସେପଟେ ପଶ୍ଚିମାଝଡ଼ ଯୋଗୁ ବିଶାଖାପଟ୍ଟନାମ ରବିବାର ବର୍ଷା ସମ୍ଭାବନା ରହିଛି । ଜାତୀୟ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଏଠାରେ ଅପରାହ୍ଣରେ ବର୍ଷା ହୋଇପାରେ । ତଥାପି ପୂର୍ଣ୍ଣ ୫୦ ଓଭର ଖେଳ ସମ୍ଭବ ହୋଇପାରିବ ବୋଲି ଆଶା କରାଯାଇପାରେ ।

   Related Posts