ICC ମହିଳା T-20 ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

Published By : Prameya-News7 Bureau | January 12, 2020 IST

ମୁମ୍ବାଇ ୧୨।୦୧: ଆଇସିସି ମହିଳା ଟି-୨୦ ବିଶ୍ବକପ୍‌ ପାଇଁ ୧୫ଜଣିଆ ଭାରତୀୟ ଟିମ୍‌ ଘୋଷଣା । ଆସନ୍ତା ୨୧ଫେବୃଆରୀରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍‌ । ତେବେ ବିଶ୍ବକପ୍‌ ପାଇଁ ଚୟନକର୍ତ୍ତା ୧୫ଜଣିଆ ଟିମ୍‌ ଘୋଷଣା କରିଛନ୍ତି । ହରମନପ୍ରୀତ୍ କୌର ଟିମ୍‌ର ଅଧିନାୟକ ଦାୟିତ୍ବ । ତେବେ ଦଳରେ ନୂଆ ଚେହେରା ଭାବେ ପଶ୍ଚିମବଙ୍ଗର ବ୍ୟାଟସ୍‌ମ୍ୟାନ ରିଚା ଘୋଷଙ୍କୁ ସାମିଲ କରାଯାଇଛି ।

wp:core-embed/twitter {"url":"https://twitter.com/BCCIWomen/status/1216250328909135872","type":"rich","providerNameSlug":"twitter","className":""}
https://twitter.com/BCCIWomen/status/1216250328909135872
/wp:core-embed/twitter

ତେବେ ଭାରତୀୟ ମହିଳା ଟିମ୍‌ର ମଙ୍ଗ ସମ୍ଭାଳିବେ ହରମନପ୍ରୀତ କୌର ଏବଂ ଉପଅଧିନାୟକ ହେବେ ସ୍ମିତି ମାଧନ୍ । ତେବେ ଭାରତୀୟ ଦଳରେ ସାମିଲ ହୋଇଥିବା ଖେଳାଳୀ ମାନେ ହେଲେ ହରମପ୍ରୀତ କୌର  ,  ସ୍ମିତି ମାଧନ୍, ସେଫଳି ବର୍ମା, ଜେମିମା ରୋଡ୍ରିଗେସ୍  , ହରଲୀନ ଦେଓଲ , ଦିପ୍ତି ଶର୍ମା, ଭେଦ୍ କ୍ରିଷ୍ଣାମୂର୍ତ୍ତି , ରିଚା ଘୋଷା, ତାନିଆ ଭାଟ୍ଟିଆ, ପୁନମ ଯାଦବ , ରାଧା ଯାଦବ , ରଜେଶ୍ବରୀ ଗାୟକଓ୍ବାଡା ଶିଖା ପାଣ୍ଡେ, ପୂଜା ଭସ୍ତକାର ଏବଂ ଅରୁନ୍ଧତୀ ରେଡ୍ଡି । ଫେବୃଆରୀ ୨୧ରୁ  ଆଇସିସି ମହିଳା – ଟି- ୨୦ ବିଶ୍ବକପ୍ ଅଷ୍ଟ୍ରେଲିଆ ଠାରେ ଅନୁଷ୍ଠିତ ହେବ। ତେବେ ଏହି ଟୁର୍ଣ୍ଣାମେଣ୍ଟରେ ୧୦ ଟି ଟିମ୍ ଭାଗ ନେଇଛନ୍ତି । ତେବେ ଟିମ୍‌ରେ କେତେକ ଆଶ୍ଚର୍ଯ୍ୟଚକିତ ହେବା ଭଳି ନାମ ସାମିଲ ହୋଇଛନ୍ତି । ହରିୟାଣାର ୧୫ବର୍ଷୀୟ ଶେଫାଳି ବର୍ମା ଆନ୍ତର୍ଜାତିୟ ସ୍ତରରେ ମ୍ୟାଚ୍‌ରେ ଭଳ ପ୍ରଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ସୁଯୋଗ ପାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.