ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ଟିମ୍

Published By : Prameya-News7 Bureau | December 19, 2019 IST

ଭୁବନେଶ୍ବର ୧୯।୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମ୍ । ସ୍ବତନ୍ତ୍ର ବିମାନ ଯୋଗେ ଉଭୟ ଦଳର ଖେଳାଳିମାନେ ଆସି ବିମାନବନ୍ଦରରେ ପହଞ୍ଚିଛନ୍ତି । ମନପସନ୍ଦର ଖେଳାଳିମାନଙ୍କୁ ଦେଖିବାକୁ ବିମାନବନ୍ଦରରେ ଖେଳପ୍ରେମୀଙ୍କ ଗହଳି ଲାଗିଛି । କଡା ସୁରକ୍ଷାବ୍ୟବସ୍ଥା ମଧ୍ୟରେ ସ୍ବତନ୍ତ୍ର ବସ୍ ଯୋଗେ ଦୁଇ ଟିମ୍‌ର ଖେଳାଳି ଓ ଅଫିସିଆଲ ହୋଟେଲ ମେ' ଫେୟାର ଯାଇଛନ୍ତି । ଖେଳାଳିମାନଙ୍କ ଏକ ଝଲକ ପାଇବା ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଖେଳପ୍ରେମୀଙ୍କ ଭିଡ ଲାଗିଛି ।

{"id":199686,"sizeSlug":"large"}

ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ । ଖେଳାଳିଙ୍କୁ ସ୍ବାଗତ କରିବାକୁ ସବୁ ପ୍ରସ୍ତୁତି କରାଯାଇଛି । ସମ୍ପୂର୍ଣ୍ଣ ପାରମ୍ପରିକ ଢଙ୍ଗରେ ଖେଳାଳିଙ୍କୁ ହୋଟେଲ ମେ' ଫେୟାରରେ ସ୍ବାଗତ କରାଯିବ । ମେ' ଫେୟାରରେ ୮୫ଟି ରୁମ୍ ବୁକ୍ କରାଯାଇଛି । ମନ ପସନ୍ଦର ରୁମ୍ ଖେଳାଳିଙ୍କ ପାଇଁ ଆଲର୍ଟ କରାଯାଇଛି । ଯେମିତି ମେନ୍ ଇନ୍ ବ୍ଲୁ ଦଳର ଅଧିନାୟକ ବିରାଟ କୋହଲି ରହିବେ ୧୩୪ ନମ୍ବର ରୁମ୍‌ରେ ।

{"id":199687,"sizeSlug":"large"}

ଖେଳାଳିମାନଙ୍କ ପାଇଁ ହୋଟେଲର ସ୍ବତନ୍ତ୍ର ମେନ୍ୟୁ ବି ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ସି ଫୁଡ୍ ସହ ହେଲଥ ଡ୍ରିଙ୍କ୍ସ ଓ କିଛି ସ୍ପେଶାଲ ଡେଜର୍ଟ ଆଇଟମ୍‌କୁ ସାମିଲ୍ କରାଯାଇଛି । ଖେଳାଳିମାନଙ୍କ ପ୍ରଥମ ପସନ୍ଦ ରହିଛି ଡାଲମା । ସିଫୁଡ୍‌ରେ ଚିଙ୍ଗୁଡି ଝୋଳ । ଡେଜର୍ଟରେ ଛେନାପୋଡ ଓ ବେକ୍‌ଡ ରସଗୋଲା ।

ଶୁକ୍ରବାର ଖେଳାଳିମାନେ ଅଭ୍ୟାସ କରିବାକୁ ଷ୍ଟାଡିୟମକୁ ଯିବେ । ସକାଳ ୯ଟାରେ ଓ୍ବେଷ୍ଟଇଣ୍ଡିଜ୍  ଓ ଅପରାହ୍ନ ୨ଟାରେ ଭାରତୀୟ ଦଳର ଖେଳାଳିମାନେ ଅଭ୍ୟାସ କରିବାକୁ ଯିବାର ସୂଚୀ ପ୍ରସ୍ତୁତ ହୋଇଛି । ଏଥିପାଇଁ ଅଭ୍ୟାସ ପିଚ୍‌ର ପ୍ରସ୍ତୁତି ପର୍ଯ୍ୟାୟ ଶେଷ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.