ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ : ଦଳକୁ ଫେରିଲେ ରୋହିତ-କୋହଲି, ବାଦ୍ ପଡ଼ିଲେ ବୁମରା

Published By : Prameya-News7 Bureau | January 10, 2023 IST

ଗୌହାଟି ୧୦।୦୧ : ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ। ଦଳକୁ ଫେରିଲେ ରୋହିତ, କୋହଲି, ବାଦ୍ ପଡ଼ିଲେ ବୁମରା । ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଘରୋଇ ଦିନିକିଆ ଶୃଙ୍ଖଳା ଆଜିଠୁ ଆରମ୍ଭ ହେବ।

ଗୁଆହାଟୀରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ କୁ ଟ୍ବେଣ୍ଟି-୨୦ରେ ବିଶ୍ରାମ ନେଇଥିବା ତାରକା ଖେଳାଳି ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ, ଶ୍ରେୟସ ଆୟର ଫେରିଛନ୍ତି। ହେଲେ ଦ୍ରୁତ ବୋଲର ଯଶପ୍ରୀତ ବୁମରା ସୁସ୍ଥ ହୋଇନଥିବାରୁ ପୁଣି ଦଳରୁ ବାଦ୍ ପଡ଼ିଛନ୍ତି।

ତେବେ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିବା ସହ ବରିଷ୍ଠ ଖେଳାଳି ଫେରିବା ଭାରତୀୟ ଦଳର ମନୋବଳ ଅଧିକ ଦୃଢ କରିଛି । ସେପଟେ ଟିଟ୍ବେଣ୍ଟି ସିରିଜ ହାରିଥିବା ଶ୍ରୀଲଙ୍କା ଟିମ୍ ଦିନିକିଆ ସିରିଜ୍ ଜିତି ବଦଲା ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ନିକଟରେ ଶେଷ ହୋଇଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତକୁ କଡ଼ା ଟକ୍କର ଦେଇଥିଲା ଶ୍ରୀଲଙ୍କା।

wp:heading

ସମ୍ଭାବ୍ୟ ଦଳ

/wp:heading

ଭାରତ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟାସ ଆୟର/ସୂର୍ଯ୍ୟକୁମାର ଯାଦବ, କେ ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୟୁଝବେନ୍ଦ୍ର ଚହଲ/କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି, ଅର୍ଶଦୀପ ସିଂହ/ଉମ୍ରାନ ମଲିକ ।

ଶ୍ରୀଲଙ୍କା : କୁଶଲ ମେଣ୍ଡିସ୍‌, ପଥୁମ ନିଶଙ୍କା, ଅଭିସ୍କା ଫର୍ଣ୍ଣାଣ୍ଡୋ, ଧନଞ୍ଜୟ ଡି ସିଲଭା, ଚରିଥ ଆଶାଲଙ୍କା, ଡାସୁନ ଶଣକା, ୱାନିଣ୍ଡୁ ହସରଙ୍ଗା, ଚାମିକା କରୁଣାରତ୍ନେ, ମହୀଶ ତୀକ୍ଷଣା, କାସୁନ ରଜିଥା, ଦିଲସାକ ମଦୁଶଙ୍କା/ଲାହିରୁ କୁମାରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.