ଭାରତ-ଶ୍ରୀଲଙ୍କା ଶେଷ ଦିନିକିଆ : ସିରିଜ କ୍ଲିନ୍‌ ସ୍ବିପ ଲକ୍ଷ୍ୟରେ ଟିମ ଇଣ୍ଡିଆ, ସମ୍ମାନ ପାଇଁ ଲଢିବ ସିଂହଳି ଦଳ

Published By : Prameya-News7 Bureau | January 15, 2023 IST

ଥିରୁଅନନ୍ତପୁରମ ୧୫।୦୧ : ରବିବାର ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବ । ପ୍ରଥମ ୨ଟି ମ୍ୟାଚ୍‌ ଜିତି ସାରିଥିବାରୁ ଭାରତ ନିକଟରେ ସିରିଜ୍‌ ମୂଳପୋଛ କରିବାର ସୁଯୋଗ ରହିଛି । ଅନ୍ୟପଟେ ଶ୍ରୀଲଙ୍କା ସାନ୍ତ୍ୱନାମୂଳକ ବିଜୟ ସହ ଗସ୍ତ ଶେଷ କରିବାକୁ ପ୍ରସ୍ତୁତି କରିଛି ।

ରୋହିତ ବାହିନୀ ପ୍ରଥମ ୨ଟି ମ୍ୟାଚ୍‌ରେ ଆଧିପତ୍ୟ ଜାରି ରଖି ସିରିଜ କବ୍‌ଜା କରିସାରିଛି । ତେଣୁ ରବିବାର ମ୍ୟାଚ୍‌ରେ ଏକାଦଶରେ ପରିବର୍ତ୍ତନ କରିବାର ସମୟ ଆସିଛି । ଷ୍ଟାର୍‌ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଷନ ପ୍ରଥମ ୨ଟି ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିଲେ ।ମ୍ୟାଚ୍‌ରେ ଉଭୟଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି ।

ରୋହିତ, ଶୁଭମନ ଗିଲ୍‌ ଓ ବିରାଟ କୋହଲି ପ୍ରଥମ ଦିନିକିଆର ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ହେଁ ଦ୍ୱିତୀୟ ମ୍ୟାଚ୍‌ରେ ନିରାଶ କରିଥିଲେ । ଏହି ୩ ବ୍ୟାଟରଙ୍କଠୁ ପ୍ରଶଂସକ ବଡ଼ ଇନିଂସ୍‌ ଆଶା ରଖିବେ । କୋହଲି ଆଉ ୬୩ ରନ୍‌ ସଂଗ୍ରହ କଲେ ଦିନିକିଆରେ ସର୍ବାଧିକ ରନ୍‌ ହାସଲକାରୀ ତାଲିକାରେ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେଙ୍କୁ ପଛରେ ପକାଇ ପଞ୍ଚମ ସ୍ଥାନ ଅଧିକାର କରିବେ । ବୋଲିଂ ବିଭାଗରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ ।

ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ କୌଣସି ଫର୍ମାଟରେ ସିରିଜ ବିଜୟର ସ୍ୱାଦ ଚାଖିନାହିଁ । ଆଗକୁ ଦିନିକିଆ ବିଶ୍ୱକପ୍‌ ରହିଛି । ତେଣୁ ଆସନ୍ତାକାଲି ଦଳ ସାନ୍ତ୍ୱନାମୂଳକ ବିଜୟ ସହ ଗସ୍ତ କାର୍ଯ୍ୟକ୍ରମ ଶେଷ କରିବାକୁ ପ୍ରୟାସ କରିବ । ପ୍ରଥମ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ପଥୁମ ନିଶଙ୍କା ଆହତ ସମସ୍ୟା ପାଇଁ ଦ୍ୱିତୀୟ ମ୍ୟାଚ୍‌ରୁ ବାଦ ପଡ଼ିଥିଲେ । ରବିବାର ସେ ଏକାଦଶକୁ ଫେରିବା ସମ୍ଭାବନା ରହିଛି । ତାଙ୍କ ସ୍ଥାନରେ ଖେଳିଥିବା ଏନ୍‌ ଫର୍ଣ୍ଣାଣ୍ଡୋ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ସେହିପରି ଚରିଥ ଆଶାଲଙ୍କା ମଧ୍ୟ ଏକାଦଶକୁ ଫେରିପାରନ୍ତି ।

୨୦୧୯ରେ ଗ୍ରୀନ୍‌ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ଖେଳାଯାଇଥିଲା । ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରି ୧୦୪୧ରନ୍‌ରେ ଅଲଆଉଟ୍‌ ହୋଇଥିଲା । ଭାରତ ୯ ୱିକେଟ୍‌ରେ ବିଜୟ ହାସଲ କରିଥିଲା

wp:heading

ସମ୍ଭାବ୍ୟ ଦଳ

/wp:heading

ଭାରତ :- ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦପ, ମହମ୍ମଦ ସାମି, ଉମ୍ରାନ ମଲିକ, ମହମ୍ମଦ ସିରାଜ ।

ଶ୍ରୀଲଙ୍କା :- ପଥୁମ ନିଶଙ୍କା, ଅଭିସ୍କା ଫର୍ଣ୍ଣାଣ୍ଡୋ, କୁଶଲ ମେଣ୍ଡିସ୍‌, ଏନ୍‌ ଫର୍ଣ୍ଣାଣ୍ଡୋ/ ଚରିଥ ଆଶାଲଙ୍କା, ଧନଞ୍ଜୟ ଡି’ସିଲ୍‌ଭା, ଡାସୁନ ଶଣକା (ଅଧିନାୟକ), ୱାନିଣ୍ଡୁ ହସରଙ୍ଗା, ଦୁନିଥ ୱେଲାଲାଗେ, ଚାମିକା କରୁଣାରତ୍ନେ, କାସୁନ ରଜିଥା, ଲାହିରୁ କୁମାରା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.