ଭାରତ-ଶ୍ରୀଲଙ୍କା ୨ୟ ଦିନିକିଆ : ଟସ୍‌ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ମେନ୍‌ ଇନ୍‌ ବ୍ଲୁ

Published By : Prameya-News7 Bureau | January 12, 2023 IST

କୋଲକାତା ୧୨।୦୧ : ଭାରତ-ଶ୍ରୀଲଙ୍କା ୨ୟ ଦିନିକିଆ ମ୍ୟାଚ୍‌। ଇଡେନ ଗାର୍ଡ଼େନ୍ସ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ୨ୟ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା ଦଳ । ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ୨ୟ ଦିନିକିଆରେ ଭାରତୀୟ ଟିମ୍‌ରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଆହତ ସମସ୍ୟା ଲାଗି ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ କୂଳଦୀପ ଯାଦବ ଟିମ୍‌ ଏକାଦଶରେ ସାମିଲ ହୋଇଛନ୍ତି । ଶ୍ରୀଲଙ୍କା ଟିମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ ।  

ଗୁଆହାଟିରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଜିତିବା ପରେ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଗୁରୁବାର ଖେଳାଯିବାକୁ ଥିବା ୨ୟ ଦିନିକିଆ ଯଦି ଭାରତ ଜିତେ । ତେବେ ସିରିଜ୍‌ ଉପରେ କବ୍‌ଜା କରିବ । କିନ୍ତୁ ସେପଟେ ଶ୍ରୀଲଙ୍କା ମଧ୍ୟ ୨ୟ ଦିନିକିଆ ଜିତି ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ଟାର୍ଗେଟରେ ରହିଛି । ଶ୍ରୀଲଙ୍କା ପାଇଁ ୨ୟ ଦିନିକିଆ କର ବା ମର ପରିସ୍ଥିତି ।

ତେବେ ଏହି ୨ୟ ଦିନିକିଆରେ ସମସ୍ତଙ୍କ ନଜର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଉପରେ ରହିବ । ବିରାଟ ନିଜର ଶେଷ ଦୁଇ ଦିନିକିଆରେ ଦୁଇଟି ଶତକ ମାରିଛନ୍ତି । ସେପଟେ କୋଲକାତାରେ ଇଡେନ୍‌ ଗାର୍ଡେନ୍ସ ରୋହିତ ଶର୍ମାଙ୍କ ଫେଭରିଟ୍‌ ପଡିଆ ମଧ୍ୟରୁ ଏକ । ୨୦୧୪ରେ ରୋହିତ ଶର୍ମା ଏହି ଫିଲ୍ଡରେ ବ୍ୟକ୍ତିଗତ ଭାବେ ୨୬୪ ରନ୍‌ର ବିଶାଳ ସ୍କୋର କରିଥିଲେ ।

ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟାସ ଆୟର, କେ ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି, ଉମ୍ରାନ ମଲିକ ।

ଶ୍ରୀଲଙ୍କା: ପଥୁମ ନିଶଙ୍କା, ଅଭିସ୍କା ଫର୍ଣ୍ଣାଣ୍ଡୋ, କୁଶଲ ମେଣ୍ଡିସ୍‌, ଧନଞ୍ଜୟ ଡି ସିଲଭା, ଚରିଥ ଆଶାଲଙ୍କା, ଡାସୁନ ଶଣକା(ଅଧିନାୟକ), ୱାନିଣ୍ଡୁ ହସରଙ୍ଗା, ଦୁନିଥ ୱେଲାଲେଜ, ଚାମିକା କରୁଣାରତ୍ନେ, କାସୁନ ରଜିଥା, ଲାହିରୁ କୁମାରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.