କୋଲକାତା ୧୨।୦୧ : ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ବିତୀୟ ଦିନିକିଆ ମ୍ଯାଚ । ୩ ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ଦିନିକିଆ ଅପରାହ୍ନ ୧ଟା ୩୦ରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ହେବ। ଏହି ମ୍ୟାଚ ଶ୍ରୀଲଙ୍କା ପାଇଁ କର ବା ମର ହେବ।
ତେବେ ଯଦି ଭ୍ରମଣକାରୀ ଦଳ ଏହି ମ୍ୟାଚରେ ପରାଜିତ ହେବ, ତେବେ ସିରିଜ୍ ହାରିବ। ଗୁଆହାଟିରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଜିତିବା ପରେ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏହି ମ୍ୟାଚ ଭାରତୀୟ ସମୟ ଦିନ ୧.୩୦ରୁ ଆରମ୍ଭ ହେବ। ଭାରତ ଆଜିର ମ୍ୟାଚ୍ ଜିତିଲେ ସିରିଜ୍ ଉପରେ କବ୍ଜା କରିବ ।
ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର/ ସୂର୍ଯ୍ୟକୁମାର ଯାଦବ, କେ ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୟୁଝବେନ୍ଦ୍ର ଚହଲ/କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି,ଉମ୍ରାନ ମଲିକ ।
ଶ୍ରୀଲଙ୍କା: ପଥୁମ ନିଶଙ୍କା, ଅଭିସ୍କା ଫର୍ଣ୍ଣାଣ୍ଡୋ, କୁଶଲ ମେଣ୍ଡିସ୍, ଧନଞ୍ଜୟ ଡି ସିଲଭା, ଚରିଥ ଆଶାଲଙ୍କା, ଡାସୁନ ଶଣକା(ଅଧିନାୟକ), ୱାନିଣ୍ଡୁ ହସରଙ୍ଗା, ଦୁନିଥ ୱେଲାଲେଜ, ଚାମିକା କରୁଣାରତ୍ନେ, କାସୁନ ରଜିଥା, ଦିଲସାକ ମଦୁଶଙ୍କା/ଲାହିରୁ କୁମାରା ।