ଭାରତ-ଶ୍ରୀଲଙ୍କା ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌, ବିଜୟୀ ଟିମ୍‌ ହାତେଇବ ସିରିଜ୍‌...

Published By : Prameya-News7 Bureau | January 07, 2023 IST

ରାଜକୋଟ ୦୭।୦୧ : ଆଜି ଭାରତ ଓ ଶ୍ରୀଲଙ୍କା ଶେଷ ଟି-ଟ୍ବେଣ୍ଟି। ରାଜକୋଟରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଭ୍ରମଣକାରୀ ଦଳ ଆଉ ଏକ କଡ଼ା ଟକ୍କର ଦେବାକୁ ଚେଷ୍ଟା କରିବ। ପ୍ରଥମ ମ୍ୟାଚ୍ ରେ ଅଳ୍ପକେ ହାରିଯିବା ପରେ ଦ୍ବିତୀୟଟିକୁ ଜିତି ଶୃଙ୍ଖଳାକୁ ୧-୧ ସ୍ତରକୁ ଆଣିପାରିଛି ସିଂହଳୀ ଟିମ।

ମୁମ୍ବାଇ ଓ ପୁଣେରେ ଶେଷ ପର୍ଯ୍ୟନ୍ତ ଲଢ଼ିଥିବା ଟିମ ଇଣ୍ଡିଆ ରାଜକୋଟରେ ମଧ୍ୟ ସିରିଜ ବିଜୟ ପାଇଁ ଲଢିବ ବୋଲି ଆଶା କରାଯାଉଛି। ରାଜକୋଟରେ ସମସ୍ତ ଫର୍ମାଟରେ ରନ୍ ବର୍ଷା ହେଉଥିବାରୁ ଆଜି ମଧ୍ୟ ଏକ ହାଇସ୍କୋରିଂ ମୁକାବିଲା ଆଶା ରହିଛି । ତଥାପି ରାଜକୋଟରେ ଖେଳାଯାଇଥିବା ୪ ଟ୍ବେଣ୍ଟି-୨୦ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଦୁଇଟି ଏବଂ ଦ୍ବିତୀୟରେ ବ୍ୟାଟିଂ କରିଥିବା ଦଳ ଦୁଇ ଥର ଜିତିଛନ୍ତି ।

ସାମ୍ଭବ୍ୟ ଦଳ :

ଭାରତ: ଇଶାନ କିଷନ, ଶୁଭମନ ଗିଲ, ରାହୁଲ ତ୍ରିପାଠୀ/ଋତୁରାଜ ଗାଏକୱାଡ୍‌, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଦୀପକ ହୁଡ଼ା, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଶିବମ ମାଭି, ଉମ୍ରାନ ମଲିକ, ୟୁଝବେନ୍ଦ୍ର ଚହଲ ।

ଶ୍ରୀଲଙ୍କା: ପଥୁମ ନିଶଙ୍କା, କୁଶଲ ମେଣ୍ଡିସ, ଧନଞ୍ଜୟ ଡି ସିଲଭା, ଚରିଥ ଆଶାଲଙ୍କା, ଭାନୁକା ରାଜାପାକ୍ସା/ସଦିରା ସମରବିକ୍ରମା, ଡାସୁନ ସଣକା(ଅଧିନାୟକ), ୱାନିଣ୍ଡୁ ହସରଙ୍ଗା, ଚାମିକା କରୁଣାରତ୍ନେ, ମହୀଶ ତୀକ୍ଷଣା, ଦିଲସାନ ମଦୁସଙ୍କା, ଲାହିରୁ କୁମାରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.