ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ବିନା ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ, ଓମିକ୍ରନ୍‌ ପାଇଁ ନିରାଶ କ୍ରିକେଟ ପ୍ରେମୀ

20/12/2021 at 4:18 PM

ନୂଆଦିଲ୍ଲୀ ୨୦/୧୨ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଟେଷ୍ଟ । ବଡ କଥା ହେଉଛି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବ । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧିପାଉଥିବାରୁ ଟିକେଟ୍‌ ବିକ୍ରି କରୁନାହିଁ ସାଉଥ ଆଫ୍ରିକା କ୍ରିକେଟ ବୋର୍ଡ । କରୋନା କଟକଣାକୁ ଦୃଷ୍ଟିରେ ରଖି ସେଠାକାର ସରକାର ମାତ୍ର ୨ ହଜାର ଲୋକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ଦେଇଛନ୍ତି । ସେଥିପାଇଁ ମାତ୍ର କିଛି ଲୋକ ହିଁ ମ୍ୟାଚ ଦେଖିପାରିବେ ।

ପ୍ରଥମ ଟେଷ୍ଟ ପାଇଁ ଟିକେଟ୍‌ ବୁକିଂ ହେଉନାହିଁ । କେବଳ ସେତିକି ନୁହେଁ ଦ୍ବିତୀୟ ଟେଷ୍ଟ ପାଇଁ ମଧ୍ୟ ଟିକେଟ୍ ବୁକିଂ କରାଯାଉ ନାହିଁ । ଷ୍ଟାଡିୟମ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି ଯେ, ‘ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ପ୍ରଥମ ଟେଷ୍ଟ ପାଇଁ ଟିକେଟ୍‌ ବୁକିଂ ବର୍ତ୍ତମାନ ସୁଦ୍ଧା କରାଯାଇନାହିଁ। ଦ୍ବିତୀୟ ମ୍ୟାଚ ପାଇଁ ମଧ୍ୟ ଟିକେଟ୍‌ ବିକ୍ରି ନେଇ କୌଣସି ଘୋଷଣା ହୋଇନାହିଁ । ଆଗାମୀ ଦିନରେ ଏହା ସ୍ପଷ୍ଟ ହୋଇଯିବ ଯେ ଅନ୍ୟ ମ୍ୟାଚ୍ ଗୁଡିକରେ ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ମିଳିବ କି ନାହିଁ ।’

ସୂଚନାଯୋଗ୍ୟ, ଗତ କିଛି ଦିନହେଲା ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧିପାଇବାରେ ଲାଗିଛି । ଏଥିପାଇଁ ଘରୋଇ ଟୁର୍ଣ୍ଣାମେଣ୍ଟ ଏବଂ ଅନ୍ୟ ଫ୍ରାଞ୍ଚାଇଜ୍‌ ସିରିଜର ମ୍ୟାଚଗୁଡିକୁ ମଧ୍ୟ ସ୍ଥଗିତ କରିଦିଆଯାଇଛି । ଏହି ମ୍ୟାଚ ଡିସେମ୍ବର ୧୬ରୁ ୧୯ ଏବଂ ଡିସେମ୍ବର ୧୯ ରୁ ୨୨ ମଧ୍ୟରେ ହେବାର ଥିଲା ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଦ୍ବିତୀୟ ଟେଷ୍ଟ ମ୍ୟାଚ ଜାନୁଆରୀ ୩ ତାରିଖରୁ ଏବଂ ତୃତୀୟ ଟେଷ୍ଟ ମ୍ୟାଚ ଜାନୁଆରୀ ୧୧ ତାରିଖରୁ ଖେଳାଯିବ । ଏହା ବାଦ୍‌ ସାଉଥ ଆଫ୍ରିକା ବିପକ୍ଷରେ ୩ଟିକିଆ ଦିନିକିଆ ସିରିଜ ଖେଳାଯିବ । ଜାନୁୟାରୀ ୧୯ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବ ।

   Related Posts