Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଭାରତକୁ ସପ୍ତାହରେ ୬୪ ଥର ଉଡ଼ାଣ ଭରିପାରିବେ ରୁଷ ଏୟାରଲାଇନ, ଏମଓୟୁ ସ୍ବାକ୍ଷରିତ

12/03/2023 at 9:15 PM

ନୂଆଦିଲ୍ଲୀ, ୧୨/୦୩: ଭାରତ ଏବଂ ରୁଷ ଏହାର ଦ୍ବିପାକ୍ଷିକ ବିମାନ ସେବା ବୁଝାମଣାରେ ସଂଶୋଧନ କରିଛନ୍ତି। ସଂଶୋଧନ ଅନୁଯାୟୀ, ରୁଷ ବିମାନ କମ୍ପାନୀ ଏଣିକି ଭାରତକୁ ସପ୍ତାହରେ ୬୪ ଥର ଉଡ଼ାଣ ଭରିପାରିବେ।

ବର୍ତ୍ତମାନ ଥିବା ଚୁକ୍ତି ଅନୁଯାୟୀ ସପ୍ତାହକୁ ୫୨ ପାସେଞ୍ଜର ଉଡ଼ାଣ ଭରିପାରିବ। କିନ୍ତୁ ଏମଓୟୁରେ ସଂଶୋଧନ ପରେ ରୁଷ ଏୟାରଲାଇନ୍ସ ଭାରତକୁ ସାପ୍ତାହିକ ବିମାନ ସଂଖ୍ୟା ୫୨ ରୁ ୬୪ କୁ ବୃଦ୍ଧି କରିବ। ଜଣେ ଅଧିକାରୀଙ୍କ ଅନୁଯାୟୀ ଦ୍ୱିପାକ୍ଷିକ ବିମାନ ସେବା ଚୁକ୍ତିକୁ ଉଚିତ୍ ସମୟରେ ସଂଶୋଧନ କରାଯିବ।

ବର୍ତ୍ତମାନ ସମୟରେ ରୁଷ ବିମାନ କମ୍ପାନୀ ଏରୋଫ୍ଲୋଟ୍‌ ଭାରତକୁ ପାଇଁ ସପ୍ତାହରେ ୭ ଥର ଉଡ଼ାଣର ସଞ୍ଚାଳନ କରୁଛନ୍ତି। ଯେତେବେଳେକି କେହିବି ଭାରତୀୟ ଏୟାରଲାଇନ୍ ରୁଷ ପାଇଁ ଉଡ଼ାଣ ଭରୁନାହାଁନ୍ତି। ଏହା ପୂର୍ବରୁ ଏୟାର ଇଣ୍ଡିଆ ମସ୍କୋ ପାଇଁ ଉଡ଼ାଣ ସଞ୍ଚାଳିତ କରୁଥିଲା।

ଗତ ମାସରେ ବେସାମରିକ ବିମାନ ଚଳାଚଳ ଦ୍ବିପାକ୍ଷିକ ସହଯୋଗ ଉପରେ ଏକ ବୈଠକ ପାଇଁ ବେସାମରିକ ବିମାନ ଚଳାଚଳ ସଚିବ ରାଜୀବ ବନସଲଙ୍କ ନେତୃତ୍ବରେ ଏକ ଭାରତୀୟ ପ୍ରତିନିଧୀ ମସ୍କୋ ଗସ୍ତ କରିଥିଲା।

   Related Posts