Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ୍‌ଙ୍କ ଧମାକାଦାର୍‌ ବ୍ୟାଟିଂ, ହାସଲ କଲେ ୪୪ ତମ ଶତକ
  • ||
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

କରୋନାରେ ଆତଙ୍କିତ ହୋଇ ଭାରତର ନିକଟତର ହେଲା ପାକିସ୍ତାନ, କହିଲା ଏକାଠି ଭୂତାଣୁର ମୁକାବିଲା କରିବାକୁ ପ୍ରସ୍ତୁତ

13/03/2020 at 7:26 PM

ନୂଆଦିଲ୍ଲୀ ୧୩।୦୩: ସମଗ୍ର ଦୁନିଆରେ କରୋନା ଭୂତାଣୁ କାରଣରୁ ୫ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଲାଣି। ଅଦ୍ୟାବଧି ୧୦୦ରୁ ଅଧିକ ଦେଶରେ କରୋନା  ବ୍ୟାପି ସାରିଛି ଏବଂ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(WHO) ଏହାକୁ ମହାମାରୀ ଘୋଷଣା କରି ସାରିଛି। ଏହା ମଧ୍ୟରେ କରୋନାରେ ଆତଙ୍କିତ ହୋଇ ପାକିସ୍ତାନ  ମୁକାବିଲା ଲାଗି ଭାରତ ସହ ମିଶି କାମ କରିବାକୁ ସଙ୍କେତ ଦେଇଛି।

ଦ ଏକ୍ସପ୍ରେସ୍ ଟ୍ରିବ୍ୟୁନର ରିପୋର୍ଟ ଅନୁଯାୟୀ, ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଆୟଶା ଫାରୁକି ସାମ୍ବାଦିକ ସମ୍ମିଳନୀ କରି କରୋନା ଉପରେ ଭାରତ ସହିତ କାମ କରିବା ପ୍ରଶ୍ନ ଉପରେ କହିଛନ୍ତି ଯେ, ପାକିସ୍ତାନ ଏହି ଭୂତାଣୁର ମୁକାବିଲା ଲାଗି ନିଜ ପଡୋଶୀଙ୍କ ସହିତ କାମ କରିପାରେ।

ସେ ଏହା ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ସରକାର ବହୁତ ସତର୍କତାର ସହ ସ୍ଥିତିର ନୀରିକ୍ଷଣ କରୁଛନ୍ତି ଏବଂ ପାକିସ୍ତାନ ନାଗରିକଙ୍କ ଲାଗି ଆବଶ୍ୟକ ପଦକ୍ଷେପ ଉଠାଇବ। ଆମେ ପଡୋଶୀ ଦେଶକୁ କୌଣସି ବି ସହାୟତା ପ୍ରଦାନ କରିବାକୁ ମଧ୍ୟ ପ୍ରସ୍ତୁତ।

ମୁଖପାତ୍ର କହିଛନ୍ତି ଯେ, ଏହି ଭୂତାଣୁର ସଂକ୍ରମଣକୁ ରୋକିବା ଲାଗି ସମସ୍ତ ବ୍ୟକ୍ତିଙ୍କୁ ଯଥା ସମ୍ଭବ ସାହାଯ୍ୟ କରାଯାଉଛି। ଆୟଶା କହିଛନ୍ତି ଯେ, ସବୁ ଦେଶର ପ୍ରାଥମିକତା ଏହା ରହିବା ଉଚିତ୍ ଯେ, ଏହି ଭୂତାଣୁକୁ ବ୍ୟାପିବାରୁ କେମିତି ରୋକାଯିବ।

ଉଲ୍ଲେଖଯୋଗ୍ୟ, କରୋନା ଭୂତାଣୁର ଆତଙ୍କରେ ସମଗ୍ର ବିଶ୍ଵ ଆତଙ୍କିତ। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧ରେ ପହଞ୍ଚିଲାଣି। ଗତକାଲି କର୍ଣ୍ଣାଟକରେ କରୋନାରେ ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପଡୋଶୀ ଦେଶରେ କରୋନାର ବ୍ୟାପକତାକୁ ଦେଖି ପାକିସ୍ତାନ ମଧ୍ୟ ଚିନ୍ତିତ ହୋଇ ପଡିଛି। ପାକିସ୍ତାନରେ କରୋନା ସଂପର୍କିତ ୨୦ ମାମଲା ସାମ୍ନାକୁ ଆସିଛି।

   Related Posts