କର୍ତ୍ତାରପୁର କରିଡର ପ୍ରସଙ୍ଗ: କିଛି ବିଷୟରେ ହୋଇଛି ସହମତି କିନ୍ତୁ ହେଲାନି ରାଜିନାମା

Published By : Prameya-News7 Bureau | September 04, 2019 IST

ଅମୃତସର: କର୍ତ୍ତାରପୁର କରିଡର ପ୍ରସଙ୍ଗରେ ବୁଧବାର ଭାରତ ଓ ପାକ୍ ଉଚ୍ଚଅଧିକାରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଅଟାରୀ ସୀମା ସଲଗ୍ନ ଇଣ୍ଟିଗ୍ରେଟେଡ ଚେକ୍ ପୋଷ୍ଟରେ ଆୟୋଜିତ ବୈଠକରେ ଉଭୟ ଦେଶ କିଛି ପ୍ରସ୍ତାବ ଉପରେ ସହମତ ହୋଇଛନ୍ତି। ହେଲେ ରାଜିନାମାପତ୍ରରେ କେହି  ସ୍ୱାକ୍ଷର କରିନାହାନ୍ତି। ବୈଠକରେ ତୀର୍ଥଯାତ୍ରୀଙ୍କ ଲାଗି ଭିସା କଟକଣା ରହିବ ନାହିଁ ଓ ବର୍ଷକ ୩୬୫ ଦିନ କରିଡର ଖୋଲା ରଖିବାକୁ ଉଭୟପକ୍ଷ ରାଜି ହୋଇଛନ୍ତି।

{"id":152965,"width":589,"height":443}

ଧର୍ମ ଆଧାରରେ କୌଣସି ଭେଦଭାବ ହେବ ନାହିଁ  ଏବଂ ଓସିଆଇ କାର୍ଡଧାରୀ ମଧ୍ୟ କର୍ତ୍ତାରପୁର ପରିଦର୍ଶନ କରିପାରିବେ। ପ୍ରତିଦିନ ୫ ହଜାର ଓ ଉତ୍ସବ ଦିନମାନଙ୍କରେ ଅଧିକ ଭକ୍ତଙ୍କ ଯାତାୟାତ ଉପରେ କୌଣସି କଟକଣା ରହିବ ନାହିଁ, ଶ୍ରଦ୍ଧାଳୁ ଗୋଷ୍ଠୀରେ ଅଥବା ଏକାକୀ କର୍ତ୍ତାରପୁର ସାହିବ ପରିଦର୍ଶନ କରିବାରେ କୌଣସି ଅସୁବିଧା ନାହିଁ। ତେବେ ରାବି ନଦୀ ଉପରେ ସେତୁ ନିର୍ମାଣ ଜରୁରି ବୋଲି ବୈଠକରେ ମତ ପ୍ରକାଶ ପାଇଛି। ଖୁବ୍ ଶୀଘ୍ର ଏଥିଲାଗି କାର୍ଯ୍ୟାରମ୍ଭ କରିବାକୁ ସହମତି ହୋଇଥିବା ବେଳେ ସେତୁ କାର୍ଯ୍ୟ ନ ସରିବା ଯାଏଁ ସର୍ଭିସ ରୋଡ ଯୋଗେ କରିଡରକୁ ସଂଯୁକ୍ତ କରାଯିବ ବୋଲି କୁହାଯାଇଛି।  

{"id":152966}

କୌଣସି ଆପଦକାଳୀନ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ପରିଚାଳନା ଲାଗି ଉପାୟ ସ୍ଥିର କରାଯିବ। ଏହାଛଡା  ବିଏସଏଫ ଓ ପାକ୍ ରେଞ୍ଜର୍ସ ପରସ୍ପର ସିଧାଶଳଖ ସମ୍ପର୍କରେ ରହିବା ସହ ଯେ କୌଣସି ବିପଦଜନକ ପରିସ୍ଥିତିର ଉଭୟ ମିଳିତ ମୁକାବିଲା କରିବେ। ତେବେ ଶ୍ରଦ୍ଧାଳୁଙ୍କଠାରୁ  ଶୁଳ୍କ ଅସୁଲ ଲାଗି ପାକିସ୍ତାନ ଅଡିଯାଇଥିବା ବେଳେ ତୀର୍ଥଯାତ୍ରୀଙ୍କ ସହ ଭାରତର ପ୍ରୋଟକଲ ଅଧିକାରୀଙ୍କ ଉପସ୍ଥିତିକୁ ସ୍ୱୀକାର କରିନାହିଁ। ଏଣୁ ଉଭୟପକ୍ଷ ମଧ୍ୟରେ ହୋଇଥିବା ସହମତିରେ ସ୍ୱାକ୍ଷର ହୋଇନାହିଁ। ଭାରତ ପକ୍ଷରରୁ ସେପ୍ଚେମ୍ବର ମାସ ଶେଷ ସୁଦ୍ଧା ସୀମା ଏପାଖର ସମସ୍ତ କାମ ଶେଷ କରାଯିବବୋଲି କୁହାଯାଇଛି। ଯେପରି ଗୁଗୁନାନକ ଦେବଙ୍କ ୫୫୦ତମ ଜୟନ୍ତୀରେ ତୀର୍ଥ ଯାତ୍ରା ଆରମ୍ଭ ହୋଇ ପାରିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.