ବିଶ୍ୱରେ ବଢୁଛି ଭାରତୀୟ ମୁଦ୍ରାର ଗୁରୁତ୍ୱ, ବାଣିଜ୍ୟ କରିବାକୁ ମାଲେସିଆ ପ୍ରସ୍ତୁତ; ୩୫ ଦେଶରୁ ମିଳିଛି ମଞ୍ଜୁରୀ
1/04/2023 at 5:18 PM

ନୂଆଦିଲ୍ଲୀ: ଦୁନିଆରେ ଭାରତୀୟ ଟଙ୍କାର ସ୍ଥିତି ଲଗାତାର ମଜଭୁତ ହେବାରେ ଲାଗିଛି । ବିଦେଶ ମନ୍ତ୍ରାଳୟର (ଏମଇଏ) ଶନିବାର କହିଛି ଯେ ଭାରତ ଏବଂ ମାଲେସିଆ ଏବେ ବ୍ୟବସାୟ ପାଇଁ ଅନ୍ୟ ମୁଦ୍ରା ପରିବର୍ତ୍ତେ ଭାରତୀୟ ମୁଦ୍ରା ମଧ୍ୟ ବ୍ୟବହାର କରିପାରିବେ । ଏହି ପଦକ୍ଷେପ ଅନ୍ତରାଷ୍ଟ୍ରୀୟ ବଜାରରେ ଭାରତର ବଢୁଥିବା ଶକ୍ତିର ଏକ ଉଦାହରଣ ଅଟେ । ଏହା ପୂର୍ବରୁ ରୁଷ ସହ ଭାରତର ପଡୋଶୀ ରାଷ୍ଟ୍ର ମିଆଁମାର, ନେପାଳ ଏବଂ ବାଂଲାଦେଶ ସହ ୩୫ ଦେଶ ଭାରତୀୟ ଟଙ୍କାରେ ବ୍ୟବସାୟ କରିବାକୁ ସହମତ ହୋଇଛନ୍ତି ।
ବିଦେଶ ମନ୍ତ୍ରାଳୟ କହିଛି, ଅନ୍ୟ ମୁଦ୍ରାରେ ବ୍ୟବସାୟର ବର୍ତ୍ତମାନର ପଦ୍ଧତି ସହ ଭାରତ ଏବଂ ମାଲେସିଆ ମଧ୍ୟରେ ବ୍ୟବସାୟ ଭାରତୀୟ ମୁଦ୍ରାରେ କରାଯାଇ ପାରିବ । ୨୦୨୨ ଜୁଲାଇରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଭାରତୀୟ ମୁଦ୍ରାରେ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟର ଦେଣନେଣର ଅନୁମତି ମିଳିବା ପରେ ଏହାକୁ ଅନୁକରଣ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ଭାରତ ସହ ବର୍ତ୍ତମାନ ସୁଦ୍ଧା ୩୫ ଦେଶ ଭାରତୀୟ ମୁଦ୍ରାରେ ବ୍ୟବସାୟ କରିବା ପାଇଁ ନିଜ ସହମତି ଜଣାଇଛନ୍ତି । ଏଥିରେ ଭାରତର ପଡୋଶୀ ଦେଶ ମିଆଁମାର, ବାଂଲାଦେଶ ଏବଂ ନେପାଳ ସାମିଲ ଅଛନ୍ତି । ଅନ୍ତରାଷ୍ଟ୍ରୀୟ ବଜାରରେ ଡଲାରର ଚାହିଦା ସବୁଠୁ ଅଧିକ ରହିଛି । ଭାରତ ମଧ୍ୟ ଅଧିକାଂଶ ସାମଗ୍ରୀର ଆମଦାନୀ ଏବଂ ରପ୍ତାନୀ ପାଇଁ ଡଲାରରେ ପୈଠ କରିଥାଏ । କିନ୍ତୁ ଅନ୍ୟ ଦେଶ ଭାରତୀୟ ମୁଦ୍ରାରେ ବାଣିଜ୍ୟ ପାଇଁ ଯେପରି ସହମତି ପ୍ରକାଶ କରୁଛନ୍ତି, ତାହା ଦ୍ୱାରା ଡଲାର ଉପରେ ଦେଶରେ ନିର୍ଭରତା ହ୍ରାସ ପାଇବ ।