LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

5G ଟେକ୍ନୋଲଜି ଲାଗି ଟାଇଅପ୍ ହେବେ ଭାରତ ଓ ଜାପାନ, ସହାୟତା କରିବେ କ୍ୱାଡ୍

26/09/2020 at 5:13 PM

ନୂଆଦିଲ୍ଲୀ ୨୬।୯: ଫାଇଭ୍-ଜି ଓ ଫାଇଭ-ଜି ପ୍ଲସ୍‌ ଟେକ୍ନୋଲଜି ଲାଗି ଭାରତ ଓ ଜାପାନ ଏକସାଙ୍ଗରେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି  କ୍ୱାଡ୍ ସାମରିକ ବାର୍ତ୍ତା ସଦସ୍ୟ ଆମେରିକା, ଅଷ୍ଟ୍ରେଲିଆ ଓ ଇସ୍ରାଏଲଙ୍କ ସହାୟତା ନିଆଯିବ। ଆଗାମୀ ପିଢୀର ଟେଲିକମ୍ୟୁନିକେସନ ଟେକ୍ନୋଲଜି ଲାଗି ଜାପାନରେ ହେବାକୁ ଯାଉଥିବା କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କର ବୈଠକରେ ଏ ନେଇ ଆଲୋଚନା କରାଯିବ ବୋଲି ଜଣାପଡିଛି।

ଏ ନେଇ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗୋଟିଏ ପଟେ ଫାଇଭ-ଜି ଓ ଫାଇଭ-ଜି ପ୍ଲସ୍‌ ଟେକ୍ନୋଲଜିର ବିକାଶ ଲାଗି ଭାରତ ଓ ଜାପାନ ଆଲୋଚନା କରିଥିବା ବେଳେ ଭାରତର ନଜର କିନ୍ତୁ ଥ୍ରୀ-ଜିପିପି ଉପରେ ଥିବା କୁହାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜାପାନର ନୂଆ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କ ସହ ଆଲୋଚନା କରିଛନ୍ତି। ଭାରତ ଓ ଜାପାନ ଉଭୟ ଏବେ ଚୀନ୍‌ ଆକ୍ରମକତାର ଶିକାର ହୋଇଛନ୍ତି। ଚୀନ୍‌ ସେନା ଭାରତର ଲଦ୍ଦାଖରେ ଗୁଣ୍ଡାଗିରି କରୁଥିବା ବେଳେ ଜାପନାର ସେନକାକୁ ଦ୍ୱୀପ ଉପରେ ନିଜର ଜୋର ଜବରଦସ୍ତି ଚଳାଇଛନ୍ତି। ଏଣୁ ଚୀନ୍‌ର ମୁକାବିଲା ଲାଗି ଭାରତ ଓ ଜାପାନ ଏବେ ଏକତ୍ର କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଓ ୟୋଶିହିଦେ ସୁଗା ଟେଲିଫୋନ ବାର୍ତ୍ତାଳାପରେ ଉଭୟ ନେତା ଆଞ୍ଚଳିକ ଓ ବୈଶ୍ୱିକ ଆହ୍ୱାନର ମୁକାବିଲା ଲାଗି ସହମତ ହୋଇଥିବା ଜଣାପଡିଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଥିବା ବେଳେ ଜାପାନ ପ୍ରଧାନମନ୍ତ୍ରୀ ଭାବେ ୟୋଶିହିଦେ ସୁଗାଙ୍କ ନିଯୁକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଥିବା କୁହାଯାଇଛି।  ଜାପାନ ପ୍ରଧାନମନ୍ତ୍ରୀଙ୍କୁ ବାର୍ଷିକ ଦ୍ୱିପାକ୍ଷୀୟ ସମ୍ମିଳନୀରେ ଭାରତ ଆସିବା ଲାଗି ମୋଦି ଆମନ୍ତ୍ରଣ କରିଥିବା ବେଳେ ଏହି ବାର୍ତ୍ତାଳାପକୁ ଏକ ସଫଳ ଆଲୋଚନା ଥିଲା ବୋଲି ମୋଦି ତାଙ୍କ ଟ୍ୱିଟ୍‌ ବାର୍ତ୍ତାରେ ସୂଚିତ କରିଛନ୍ତି।  

   Related Posts