ଜି ସେଭେନ ଶିଖର ସମ୍ମିଳନୀରେ ଏକାଠି ହେଉଛନ୍ତି ଭାରତ ସହ ବିଶ୍ବର ୭ ବୃହତ ଶକ୍ତି

Published By : Prameya-News7 Bureau | August 25, 2019 IST

ପ୍ୟାରିସ୍‌ - ଫ୍ରାନ୍‌ସର ବାୟରିଜରେ ଅନୁଷ୍ଠିତ ଜି ସେଭେନ ଶିଖର ସମ୍ମିଳନୀରେ ଏକାଠି ହୋଇଛନ୍ତି ବିଶ୍ବର ୭ ବୃହତ ଶକ୍ତି। ଆଉ ଭାରତ ଏଥିରେ ନିମନ୍ତ୍ରିତ ସଦସ୍ୟଭାବେ ଅଂଶଗ୍ରହଣ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଜି ସେଭେନରେ ଯୋଗ ଦେଉଛନ୍ତି । ଏଥିସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ସହିତ ତାଙ୍କର ଆଲୋଚନା ହେବା ସମ୍ଭାବନା ରହିଛି। ….

ପୂରା ବିଶ୍ବର ନଜର ଏବେ ବାୟାରିଜ୍‌ ଉପରେ। ଏକାଠି ହୋଇଛନ୍ତି ବିଶ୍ବର ଟପ୍‌ ସେଭେନ୍‌ ଦେଶର ରାଷ୍ଟ୍ରମୁଖ୍ୟ । ଆମେରିକା, ଫ୍ରାନ୍‌ସ, ଜାପାନ, ଜର୍ମାନୀ, ବ୍ରିଟେନ, ଇଟଲି, କାନାଡ଼ା। ଯେଉଁଥିରେ ନିମନ୍ତ୍ରିତ ସଦସ୍ୟ ରହିଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ବାହାରିନରୁ ଆସି ଏଥିରେ ଯୋଗ ଦେଇଛନ୍ତି। ଜିସେଭେନ ପରିପ୍ରେକ୍ଷୀରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲଟ ଟ୍ରମ୍ପଙ୍କ ସହିତ ୱାନ ଟୁ ୱାନ ଆଲୋଚନା କରିବେ। ପୂର୍ବରୁ ଟ୍ରମ୍ପ କହିଥିଲେ ସେ କାଶ୍ମୀର ପ୍ରସଙ୍ଗରେ ମୋଦିଙ୍କ ସହିତ ଜି ସେଭେନ ବୈଠକରେ ଆଲୋଚନା କରିବେ। ଆମେରିକାର ମଧ୍ୟସ୍ଥତାକୁ ସିଧା ପ୍ରତ୍ୟାଖ୍ୟାନ କରିଛି ଭାରତ। ତେଣୁ ଧାରା ୩୭୦ କାଶ୍ମୀରରୁ ଉଠିବା ପରେ ପାକିସ୍ତାନ ଯେଉଁଭଳି ଭାରତ ବିରୋଧରେ ଅପପ୍ରଚାର ଚଳାଇଛି ବିଶ୍ବସମୁଦାୟ ଆଗରେ ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ ଭାବେ ରଖିବ। କହିବା ବାହୁଲ୍ୟ ଟ୍ରମ୍ପଙ୍କ ସହିତ ଆଲୋଚନା ବେଳେ କାଶ୍ମୀର ପ୍ରସଙ୍ଗ ଉଠିପାରେ କିନ୍ତୁ ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ ରଖିବ ବୋଲି ପୂର୍ବରୁ କହିସାରିଛି । ସେହିପରି ଆଫଗାନିସ୍ତାନରେ ଭାରତ ଅଧିକ କ୍ରିୟାଶୀଳ ହେଉ ଏନେଇ ଟ୍ରମ୍ପ ବୟାନ ଦେଇସାରିଛନ୍ତି। ତେଣୁ ହୁଏତ ଟ୍ରମ୍ପ ଭାରତ ଉପରେ ସେ ଚାପ ପକାଇପାରନ୍ତି।  ଏହାବାଦ୍‌ ଜି ସେଭେନ ବୈଠକରେ ଯେଉଁଯେଉଁ ପ୍ରସଙ୍ଗ ବେଶୀ ଗୁରୁତ୍ବ ରଖିବ ସେମଧ୍ୟରେ ରହିଛି – ୧ ଆର୍ଥିକ ମାନ୍ଦାବସ୍ଥା, ଏଥିରେ ଭାରତ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି। ତେଣୁ ଟପ୍‌ ସେଭେନ ଏନେଇ କି ଆଭିମୁଖ୍ୟ ରଖିବେ ତା ଉପରେ ନଜର ରହିବ। ୨-  ବାଣିଜ୍ୟ କଟକଣା- ଏବେ ଆମେରିକା, ଚୀନ ମଧ୍ୟରେ ବାଣିଜ୍ୟ କଟକଣାକୁ ନେଇ ଚାଲିଛି ଯୁଦ୍ଧ । ଏପରି ଭାରତ ସହିତ ଆମେରିକାର ବାଣିଜ୍ୟ ସଂପର୍କିତ ଟଣାଓଟରା ଚାଲିଛି।ସେହିପରି ଆମେରିକା ଓ ୟୁରୋପୀୟ ରାଷ୍ଟ୍ର ମଧ୍ୟରେ ଟେକ୍ନୋଲୋଜିକୁ ନେଇ ଚାଲିଛି ଟଣାଓଟରା। ତେଣୁ ଏଠି କଥା ଉଠିବ ନିଶ୍ଚୟ ୩- ଆମାଜନ ଜଙ୍ଗଲରେ ଲାଗିଥିବା ନିଆଁ। ପରିବେଶ ଏକ ବଡ଼ ପ୍ରସଙ୍ଗ ଜି ସେଭେନ ଏଜେଣ୍ଡାରେ ରହିଛି। ଆଉ ଏତିକିବେଳେ ନିୟନ୍ତ୍ରଣ ବାହାରକୁ ଯାଉଛି ଆମାଜନ ନିଆଁ। ଏନେଇ ମଧ୍ୟ ସେଠାରେ କିଛି ଆଲୋଚନା ହେବ।ତେବେ ବୈଠକରେ ଆଲୋଚନା ସିନା ହେବ ଶୀର୍ଷ ପ୍ରସ୍ତାବ ଗୃହିତ ହେବ କି ନାହିଁ ତାହା ସ୍ପଷ୍ଟ କରାଯାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.