ପୁରୁଷ ହକି ବିଶ୍ୱକପ୍‌ : ରବିବାର ସନ୍ଧ୍ୟାରେ ଭାରତ-ଇଂଲଣ୍ଡ ମୁକାବିଲା

Published By : Prameya-News7 Bureau | January 15, 2023 IST

ଭୁବନେଶ୍ୱର ୧୫।୦୧ : ପୁରୁଷ ହକି ବିଶ୍ବକପ୍ । ଗ୍ରୁପ୍ ଡି’ରେ ଶୀର୍ଷ ସ୍ଥାନ ପାଇଁ ଆଜି ସନ୍ଧ୍ୟାରେ ଭାରତ-ଇଂଲଣ୍ଡ ମୁକାବିଲା । ବିଶ୍ବ ରାଙ୍କିଂ ତାଲିକାର ୫ମ ସ୍ଥାନରେ ଥିବା ଇଂଲଣ୍ଡ ଓ ଷଷ୍ଠ ସ୍ଥାନରେ ଥିବା ଭାରତ ମୁହାଁମୁହିଁ ହେବେ। ଏହି ମ୍ୟାଚକୁ ଜିତି ଗ୍ରୁପ୍ ର ଶୀର୍ଷ ସ୍ଥାନ ଦଖଲ କରି ନକ୍ଆଉଟ୍ ପାଇଁ ଯୋଗ୍ୟତା ପାଇବାକୁ ଉଭୟ ଦଳ ପ୍ରାଣପଣେ ଚେଷ୍ଟା କରିବେ।

ଗ୍ରୁପ୍ ର ଶୀର୍ଷ ସ୍ଥାନ ଦଖଲକାରୀ ଦଳ ସିଧାସଳଖ କ୍ବାର୍ଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେବ। ପ୍ରଥମ ମ୍ୟାଚରେ ଭାରତ ସ୍ପେନକୁ ହରାଇଥିବା ବେଳେ ୱେଲ୍ସ ବିପକ୍ଷରେ ଏକତରଫା ଭାବେ ୫-୦ ଗୋଲ୍ ରେ ବିଜୟୀ ହୋଇଥିଲା ଇଂଲଣ୍ଡ । ଶନିବାର ଖେଳାଯାଇଥିବା ମ୍ୟାଚରେ ବିଜୟୀ ହୋଇଛନ୍ତି ନ୍ୟୁଜିଲାଣ୍ଡ, ନେଦରଲ୍ୟାଣ୍ଡସ, ବେଲଜିୟମ୍ ଏବଂ ଜର୍ମାନୀ । ନ୍ୟୁଜିଲ୍ୟାଣ୍ଡ ଚିଲିକୁ ୩-୧ ଗୋଲରେ, ନେଦରଲ୍ୟାଣ୍ଡସ ଜାପାନକୁ ୪-୦ ଗୋଲ୍ ରେ ପରାସ୍ତ କରିଛି । ଏହି ଦୁଇଟି ମ୍ୟାଚ୍ ରାଉରକେଲା ବିର୍ସାମୁଣ୍ଡା ଷଟାଡିୟମରେ ଖେଳାଯାଇଥିଲା । ସେହିଭଳି ଭୁବନେଶ୍ବର କଳିଙ୍ଗ ହକି ଷ୍ଟାଡିୟମରେ ଖେଳାଯାଇଥିବା ବେଲଜିୟମ କୋରିଆ ଓ ଜର୍ମାନୀ ଓ ଜାପାନ ମ୍ୟାଚ୍ । ଏଥିରେ ବେଲଜିୟମ କୋରିଆକୁ ୫-୦ ଗୋଲରେ ପରାସ୍ତ କରିଥିବା ବେଳେ ଜର୍ମାନୀ ଜାପାନକୁ ୩-୦ ଗୋଲ୍ ରେ ପରାସ୍ତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.