oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ତୃତୀୟ ଟେଷ୍ଟ : ଅହମ୍ମଦାବାଦରେ ପହଁଚିଲେ ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ, ମୋଟେରା ଷ୍ଟାଡିୟମରେ ଆଜିଠୁ କରିବେ ଅଭ୍ୟାସ

19/02/2021 at 9:24 AM

ଚେନ୍ନାଇ,୧୯/୦୨: ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ତେବେ ତୃତୀୟ ଓ ଚତୁର୍ଥ ଟେଷ୍ଟ ଖେଳିବା ପାଇଁ ଉଭୟ ଭାରତ ଓ ଇଂଲଣ୍ଡ କ୍ରିକେଟ୍‌ ଦଳ ଅହମ୍ମଦାବାଦରେ ଆସି ପହଞ୍ଚିଛନ୍ତି । ଚେନ୍ନାଇରେ ପ୍ରଥମ ୨ଟି ଟେଷ୍ଟ ଖେଳାଯାଇଥିଲା । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି ।

୨୪ ତାରିଖରୁ ନବ ନିର୍ମିତ ମୋଟେରା ଷ୍ଟାଡିୟମ୍‌ରେ ତୃତୀୟ ଟେଷ୍ଟ ଆରମ୍ଭ ହେବ । ଉଭୟ ଦଳ ଏକ ଚାଟାର୍ଡ ବିମାନ ଯୋଗେ ଚେନ୍ନାଇରୁ ସିଧା ଅହମ୍ମଦାବାଦରେ ପହଁଚିଛନ୍ତି । ସେଠାରୁ ବସ୍‌ ଯୋଗେ ଉଭୟ ଦଳକୁ ହୋଟେଲକୁ ନିଆଯାଇଥିଲା ।

ଶୁକ୍ରବାରଠୁ ଉଭୟ ଦଳ ଅଭ୍ୟାସ ଆରମ୍ଭ କରିବେ । ତୃତୀୟ ଟେଷ୍ଟ ଦିବା/ରାତ୍ର ହୋଇଥିବାରୁ ଅପରାହ୍ନରେ ଅଭ୍ୟାସ କରିବାକୁ ଉଭୟ ଦଳ ନିଷ୍ପତ୍ତି ନେଇଛନ୍ତି । ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବା ମାତ୍ରେ ଉଭୟ ଦଳ ପିଙ୍କ ବଲ୍‌ରେ ଅଭ୍ୟାସ ଆରମ୍ଭ କରିଦେଇଥିଲେ । ଗୁରୁବାର ଦଳର ବିଶ୍ରାମ ଦିବସ । ଶୁକ୍ରବାରଠୁ ଫ୍ଲଡ୍‌ ଲାଇଟ୍‌ ତଳେ ଖେଳାଳିମାନେ ଅଭ୍ୟାସ କରିବେ ବୋଲି ସୂଚନା ମିଳିଛି ।

   Related Posts