vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ଚୀନ୍‌ର ନୂଆ ଚାଲ୍, ଭାରତୀୟ ସେନା LACରେ ଗୁଳିମାଡ଼ କରିଥିବା PLAର ଦାବି : ଉଭୟ ସେନା ମୁହାଁମୁହାଁ !

8/09/2020 at 7:49 AM

ନୂଆଦିଲ୍ଲୀ ୦୮।୦୯: ଭାରତ ଓ ଚୀନ୍‌ ମଧ୍ୟରେ ସୀମାକୁ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଦିନ ଗଡିବା ସହ ବିବାଦ ମଧ୍ୟ ବଢିଚାଲିଛି । ପ୍ରତିଦିନ ଏହି ବିବାଦରେ ନୂଆ ନୂଆ ଫର୍ଦ୍ଦ ଯୋଡିହେଉଛି । ତେବେ ଏସବୁ ଭିତରେ ଚୀନ୍‌ ପକ୍ଷରୁ ଆଉ ଏକ ଅଭିଯୋଗର ଫର୍ଦ୍ଦ ସାମ୍ନାକୁ ଆସିଛି । ତାହା ପୁଣି ଭାରତୀୟ ସେନୀ କୁଆଡେ ଚୀନ୍‌ ସୀମାରେ ଅନୁପ୍ରବେଶ କରିଛନ୍ତି ବୋଲି ଚୀନ୍‌ ପକ୍ଷରୁ ଦାବି କରାଯାଇଛି ।

ସୋମବାର ଦିନ ବିଳମ୍ବିତ ରାତିରେ ଚୀନ୍‌ ସୀମାରେ ଭାରତୀୟ ସୈନିକମାନେ ଅନୁପ୍ରବେଶ କରିଛନ୍ତି ବୋଲି ଚୀନ୍‌ ପକ୍ଷରୁ ଦାବି କରାଯାଇଛି । ଏହାସହିତ ସୀମାରେ ଭାରତୀୟ ସେନା ମଧ୍ୟ ଗୁଳିମାଡ କରିଥିବାର ଅଭିଯୋଗ ମଧ୍ୟ ଆସିଛି । ଲଦାଖର ପେଙ୍ଗାଙ୍ଗ ହ୍ରଦର ଦକ୍ଷିଣରେ ଥିବେ ଏକ ପାହାଡି ଅଞ୍ଚଳରେ ଭାରତୀୟ ସେନା ଅନୁପ୍ରବେଶ କରିଛି ବୋଲି ଚୀନ୍‌ ପକ୍ଷରୁ ଦାବି କରାଯାଇଛି ।

ଚୀନ୍‌ ଖବରକାଗଜ ଗ୍ଲୋବାଲ ଟାଇମ୍‌ସରେ ପ୍ରକାଶିତ ଖବର ଅନୁଯାୟୀ, ଓ୍ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ପ୍ରବକ୍ତାଙ୍କ ସୁତ୍ରରୁ ମିଳିଥିବା ଖବର ଅନୁସାରେ ପେଙ୍ଗାଙ୍ଗ ହ୍ରଦ ନିକଟରେ ଉତ୍ତେଜନା ହୋଇଛି । ଭାରତୀୟ ସେନା ପେଙ୍ଗାଙ୍ଗ ହ୍ରଦର ଦକ୍ଷିଣରେ ଥିବା ଏକ ପାହାଡି ନିକଟରେ ଥିବା ସୀମା ପାରି କରିଛନ୍ତି । ତେବେ ସୀମାରେ ଅନୁପ୍ରବେଶ ନେଇ ଭାରତୀୟ ସେନାଙ୍କ ସହ ଚୀନ୍‌ ସେନା କଥାବର୍ତ୍ତା କରିବାକୁ ଉଦ୍ୟମ କରୁଥିଲେ ଯାହାପରେ ଉଭୟ ସେନା ମୁହାଁମୁହାଁ ହୋଇଥିଲା ।

ସେହିପରି ପିଏଲ୍ ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ମୁଖପାତ୍ର କହିଛନ୍ତି ଯେ,  ଭାରତୀୟ ପକ୍ଷ ଦ୍ୱିପାକ୍ଷିକ ଆଲୋଚନାର ଉଲ୍ଲଂଘନ କରିଛି । ଯାହାଦ୍ୱାରା ଏହି ଅଞ୍ଚଳରେ ଉତ୍ତେଜନା ବଢିଛି । ଏହା ଗମ୍ଭୀର ସମସ୍ୟା, ଯାହାର ପରିଣାମ ଭୋଗିବେ ଉଭୟ ଦେଶ । ଆମେ ଭାରତୀୟ ପକ୍ଷରୁ କହୁଛି ଯେ, ଏନେଇ ଦୃଢ ପଦକ୍ଷେପ ନିଅନ୍ତୁ, ଏବଂ ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କୁ ସଜ୍ଜା ଦିଆଯାଉ । ଏହାସହିତ ଭାରତ ସୁନିଶ୍ଚିତତା କରନ୍ତୁ ଯେ, ଆଗାମୀ ଦିନରେ ଆଗକୁ ଏପରି କୌଣସି ଘଟଣା ନଘଟିବା ଉଚିତ୍‌ ।

ତେବେ ଚୀନ୍‌ର ଅଭିଯୋଗକୁ ନେଇ ଭାରତ ସରକାର କିମ୍ବା ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । କିନ୍ତୁ କିଛି ଜାତୀୟ ଗଣମାଧ୍ୟମ ଅନୁଯାୟୀ ଲଦାଖ ସୀମାରେ ଭାରତ-ଚୀନ୍‌ ସେନା ମଧ୍ୟରେ ଗୁଳିମାଡ ହୋଇଥିବା ଦାବି କରାଯାଇଛି ।

   Related Posts