ଫାଇନାଲ ପରେ ମୁହାଁମୁହିଁ ଭାରତ-ବାଂଲାଦେଶ, ନିଜ ଖେଳାଳୀଙ୍କ ପାଇଁ କ୍ଷମା ମାଗିଲେ ବାଂଲା ଅଧିନାୟକ

Published By : Prameya-News7 Bureau | February 10, 2020 IST

ଜୋହାନର୍ସବର୍ଗ ୧୦।୦୨:  ରବିବାର ଦିନ ଦକ୍ଷିଣ ଆଫ୍ରିକାରେ ୧୯ବର୍ଷରୁ କମ୍‌ ବିଶ୍ବକପ୍‌ କ୍ରିକେଟ ମ୍ୟାଚ୍‌ର ଫାଇନାଲ ଶେଷ ହୋଇଛି । ଫାଇନାଲ ମୁକାବିଲାରେ ଭାରତକୁ ବାଂଲାଦେଶ ୩ଓ୍ବିକେଟରେ ପରାସ୍ତ କରି ଚମ୍ପିଆନ୍ ହୋଇଛି । ତେବେ ଚମ୍ପିଆନ୍‌ ହେବା ଖୁସିକୁ ନିଜ ନିୟନ୍ତ୍ରଣରେ ରଖିପାରନ୍ତି ନାହିଁ ବାଂଲାଦେଶୀ ଖେଳାଳି । ଫିଲ୍ଡି ଓ ବ୍ୟାଟିଂ ସମୟରେ ବାଂଲାଦେଶୀ ଖେଳାଳିମାନେ ଆକ୍ରମଣାତ୍ମକ ମନୋଭାବ  ଦେଖାଇଥିଲା । ବିଭିନ୍ନ ସମୟରେ ଭାରତୀୟ ଖେଳାଳିଙ୍କ ନିକଟକୁ ଆସି ଗାଲିଗୁଲଜ କରିଥିବାର ଅଭିଯୋଗ ହୋଇଛି  ।

ଫାଇନାଲରେ ବିଜୟ ପରେ ଜଣେ ବାଂଲାଦେଶୀ ଖେଳାଳି ଆସି ଜଣେ ଭାରତୀୟ ଖେଳାଳିଙ୍କ ସାମ୍ନାରେ ଛିଡା ହୋଇଯାଇଥିଲା । କିନ୍ତୁ ଭାରତୀୟ ଖେଳାଳି ତାଙ୍କ ହାତରେ ଆଡେଇ ଦେଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖାଦେଇଥିଲା , ପରେ ଫିଲ୍ଡ ଅମ୍ପାୟାର ପହଞ୍ଚି ଉଭୟଙ୍କୁ ଶାନ୍ତ କରିଦେଇଥିଲେ ।  

କ୍ରିକେଟ ଏକ ଜେଣ୍ଟେଲ ମ୍ୟାନଙ୍କ ଖେଳ ବୋଲି କୁହାଯାଇଥାଏ । କିନ୍ତୁ ବାଂଲାଦେଶୀ ଖେଳାଳିଙ୍କୁ ଦେଖିଲା ଏହା ଲାଗେନାହିଁ ଯେ, କ୍ରିକେଟ ଏକ ଜେଣ୍ଟେଲ ମ୍ୟାନ୍‌ର ଖେଳ ବୋଲି । ଫାଇନାଲ୍‌ ମୁକାବିଲାରେ ବାରମ୍ବାର ବାଂଲାଦେଶୀ ବୋଲରମାନ ପ୍ରତ୍ୟେକ ବଲ୍ ପରେ ଆସି ଭାରତୀୟ ବ୍ୟାଟସମ୍ୟାନଙ୍କୁ କିଛି କହୁଥିବା ଦେଖିବାକୁ ମିଳିଥିଲା ।

ସେହିପରି ଫିଲ୍ଡି କରୁଥିବା ସମୟରେ ବାଂଲାଦେଶୀ ଖେଳାଳାମାନେ ଅନେକ ସମୟରେ ଆକ୍ରମଣାତ୍ମକ ମନୋଭାବ ଦେଖାଇଥିଲେ ।  ବାଂଲାଦେଶୀ ଖେଳାଳିମାନ ଭାରତୀୟ ଖେଳାଳିଙ୍କ ସମ୍ମୁଖକୁ ଯାଇ, ଗାଳିଗୁଳଜ କରିଥବା ମଧ୍ୟ ଜଣାପଡ଼ିଛି । ଶେଷରେ ନିଜ ଖେଳାଳିମାନଙ୍କର ଏପରି ଭାବନା ଦେଖି ବାଂଲାଦେଶ ଦଳ ଅଧିନାୟକ ଆକବର ଅଲି  ଶେଷରେ କ୍ଷମା ମାଗିଥିଲେ ।

ସେ ନିଜର ଦଳର ଖେଳାଳିଙ୍କ ବ୍ୟବହାର ପାଇଁ ଅବଶୋଷ କରୁଛନ୍ତି ବୋଲି କହିଥିଲେ । ମ୍ୟାଚ୍‌ ସମୟରେ ଯାହା ହୋଇଛି ତାହା ଦୁର୍ଭାଗ୍ୟଜନକ । ଶେଷରେ ମ୍ୟାଚ୍‌ରେ ମୋ ଟିମ୍‌ର ଖେଳାଳି ଯାହା ବି କରିଛନ୍ତି ତାହା ନିନ୍ଦନୀୟ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.