ବର୍ଡର-ଗାଭାସ୍କର ଟ୍ରଫି : ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ
9/02/2023 at 9:08 AM

ନାଗପୁର ୦୯।୦୨ : ଆରମ୍ଭ ହୋଇଗଲା ବର୍ଡର-ଗାଭାସ୍କର ଟ୍ରଫି । ନାଗପୁରେ ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ ଟିମ୍ । ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପୂର୍ବରୁ ସେମିଫାଇନାଲ କହିଲେ ଅତ୍ୟୁକ୍ତି ହେବନାହିଁ । ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ପାଟ୍ କମିନ୍ସଙ୍କ କଙ୍ଗାରୁ ଟିମ୍ । ପ୍ରଥମେ ବୋଲିଂ କରିବ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ ।
ତେବେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ରେ ଟେଷ୍ଟ ଡେବ୍ୟୁ କରିବେ ସୂର୍ଯ୍ୟକୁମାର ଯାଦବ ।

ଭାରତର ଏକଦଶ : ରୋହିତ ଶର୍ମା (ଅଧିନାୟକ), ଲୋକେସ ରାହୁଲ, ଚେତେଶ୍ବର ପୁଜାରା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେଏସ୍ ଭରତ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି ଓ ମହମ୍ମଦ ସିରାଜ
ଅଷ୍ଟ୍ରେଲିଆ ଏକାଦଶ : ଡେଭିଡ୍ ଓ୍ବାର୍ଣ୍ଣର, ଉସମାନ ଖାଓ୍ବାଜା, ମାର୍ନସ୍ ଲାବୁସେନ, ଷ୍ଟିଭ୍ ସ୍ମିଥ୍, ମାଟ୍ ରେନସ, ପିଟର୍ ହ୍ୟାଣ୍ଡସକମ୍ବ, ଆଲେକ୍ସ କ୍ୟାରି, ପାଟ୍ କମିନ୍ସ (ଅଧିନାୟକ), ନାଥାନ୍ ଲାୟନ, ଟୋଡ୍ ମର୍ଫି, ସ୍କଟ୍ ବୋଲାଣ୍ଡ
ଅଷ୍ଟ୍ରେଲିଆର ଭାରତ ଗସ୍ତ
ପ୍ରଥମ ଟେଷ୍ଟ : ଫେବୃଆରୀ ୯ରୁ ୧୩, ନାଗପୁର
ଦ୍ଵିତୀୟ ଟେଷ୍ଟ : ଫେବୃଆରୀ ୧୭ରୁ ୨୧, ଦିଲ୍ଲୀ
ତୃତୀୟ ଟେଷ୍ଟ : ମାର୍ଚ୍ଚ ୧ରୁ ୫, ଧର୍ମଶାଳା
ଚତୁର୍ଥ ଟେଷ୍ଟ : ମାର୍ଚ୍ଚ ୯ରୁ ୧୩, ଅହମ୍ମଦାବା