ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍, ନାଗପୁରରେ ଖେଳାଯିବ ପ୍ରଥମ ମ୍ୟାଚ୍
9/02/2023 at 7:53 AM

ନାଗପୁର ୦୯।୦୨ : ଗୁରୁବାରଠୁ ଭାରତ- ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ। ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯିବ। ଏହି ଶୃଙ୍ଖଳାକୁ ମୂଳପୋଛ କରି ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲକୁ ଯୋଗ୍ୟତା ହାସଲ କରିବା ପାଇଁ ଭାରତ ଲକ୍ଷ୍ୟ ରଖିଛି ।
𝐓𝐡𝐞 𝐝𝐚𝐲 𝐰𝐞 𝐡𝐚𝐯𝐞 𝐛𝐞𝐞𝐧 𝐰𝐚𝐢𝐭𝐢𝐧𝐠 𝐟𝐨𝐫 𝐚𝐧𝐝 𝐭𝐡𝐞 𝐬𝐞𝐫𝐢𝐞𝐬 𝐰𝐞 𝐡𝐚𝐯𝐞 𝐛𝐞𝐞𝐧 𝐩𝐫𝐞𝐩𝐚𝐫𝐢𝐧𝐠 𝐟𝐨𝐫!
— BCCI (@BCCI) February 8, 2023
The Border-Gavaskar Trophy is upon us! Let's get this rolling!#INDvAUS @mastercardindia pic.twitter.com/a8awUcQOqh
ଅନ୍ୟପଟେ ଭାରତଠୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ। ପୂର୍ବ ଦୁଇ ଶୃଙ୍ଖଳାରେ ଦମ୍ଦାର ପ୍ରଦର୍ଶନ ବଳରେ ଭାରତ ବର୍ଡର-ଗାଭାସ୍କର ଟ୍ରଫିକୁ ନିଜ ପାଖରେ ରଖିଛି । ଭାରତ ୨୦୧୮-୧୯ ଏବଂ ୨୦୨୦-୨୧ରେ ଅଷ୍ଟ୍ରେଲିଆକୁ ଘରୋଇ ମାଟିରେ ଚକ୍ମା ଦେଇ ଲଗାତାର ଶୃଙ୍ଖଳା ପରାଜୟ ଦେଇଛି। ତେଣୁ ଭାରତକୁ ତା’ ଘରୋଇ ମାଟିରେ ପରାସ୍ତ କରି ଏଥର ଟ୍ରଫି ଛଡ଼ାଇନେବାକୁ ଅଷ୍ଟ୍ରେଲିଆ ଆଶାବାଦୀ ରହିଛି।
Nagpur 📍
— BCCI (@BCCI) February 8, 2023
ARE YOU READY❓#TeamIndia | #INDvAUS pic.twitter.com/JgRsLTZFIp
ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମାଙ୍କୁ ସ୍ପିନରଙ୍କ ଉପରେ ଅତ୍ୟଧିକ ନିର୍ଭର କରିବାକୁ ପଡ଼ିବ। ଏହି ଶୃଙ୍ଖଳା ଉଭୟ ଦଳର ଖେଳାଳିଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ। କିନ୍ତୁ ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆ ଲାଗିଛି ଜୋରାଦାର୍ ଝଟ୍କା । ଦଳର ଦୁଇ ଷ୍ଟାର ଖେଳାଳି ମିଚେଲ୍ ଷ୍ଟାର୍କ ଏବଂ ଜୋଶ୍ ହେଜେଲ୍ଉଡ୍ ପ୍ରଥମ ଟେଷ୍ଟରୁ ବାଦ୍ ପଡିଛନ୍ତି । ବାକି ଅଲ୍ରାଉଣ୍ଡର କ୍ୟାମେରୁନ୍ ଗ୍ରୀନ୍ ପ୍ରଥମ ଟେଷ୍ଟ ଖେଳିବା ନେଇ ଏବେବି ସନ୍ଦେହ ରହିଛି ।
ଅଷ୍ଟ୍ରେଲିଆର ଭାରତ ଗସ୍ତ
ପ୍ରଥମ ଟେଷ୍ଟ : ଫେବୃଆରୀ ୯ରୁ ୧୩, ନାଗପୁର
ଦ୍ଵିତୀୟ ଟେଷ୍ଟ : ଫେବୃଆରୀ ୧୭ରୁ ୨୧, ଦିଲ୍ଲୀ
ତୃତୀୟ ଟେଷ୍ଟ : ମାର୍ଚ୍ଚ ୧ରୁ ୫, ଧର୍ମଶାଳା
ଚତୁର୍ଥ ଟେଷ୍ଟ : ମାର୍ଚ୍ଚ ୯ରୁ ୧୩, ଅହମ୍ମଦାବାଦ