'ଦୁନିଆ ଜାଣିଛି ଆତଙ୍କବାଦର କେନ୍ଦ୍ର କେଉଁଠି': ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପାକିସ୍ତାନକୁ ଭାରତର ପୁଣି ଟାର୍ଗେଟ୍

Published By : Prameya-News7 Bureau | December 16, 2022 IST

ନୂଆଦିଲ୍ଲୀ, ୧୬/୧୨: ଆତଙ୍କବାଦକୁ ନେଇ ପାକିସ୍ତାନ ଉପରେ ବର୍ଷିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତାରେ ସାମ୍ବାଦିକଙ୍କ ଉତ୍ତରରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ କଡ଼ା ଟିପ୍ପଣୀ କରିଛନ୍ତି  ଜୟଶଙ୍କର। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର କହିଛନ୍ତି ଦୁନିଆ ପାକିସ୍ତାନକୁ ଆତଙ୍କବାଦର କେନ୍ଦ୍ର ଭାବରେ ଦେଖାଯାଉଛି। ସେ ଜୋର୍ ଦେଇ କହିଛନ୍ତି ଦୁଇ ବର୍ଷ ହେବ କରୋନା ମହାମାରୀ ପରେ ବି ବିଶ୍ବ ସମୁଦାୟ ଏହା ଭୁଲି ନାହିଁ ଯେ ଆତଙ୍କବାଦର ଚେର କେଉଁଠି।

ପାକିସ୍ତାନର ବିଦେଶ ରାଜ୍ୟ ମନ୍ତ୍ରୀ ହିନା ରବ୍ବାନୀଙ୍କ ଭାରତକୁ ନେଇ ବୟାନର ଏକ ପ୍ରଶ୍ନର ଉତ୍ତର​ରେ ଜୟଶଙ୍କର ଆହୁରି ମଧ୍ୟ ସମାଲୋଚନା କରିଥିଲେ। ରବ୍ବାନୀ ନିକଟରେ ଅଭିଯୋଗ କରିଥଲେ ଯେ କୌଣସି ଦେଶ ଭାରତ ଠାରୁ ଭଲ ଆତଙ୍କବାଦର ବ୍ୟବହାର କରିନଥିବେ।

ଏହାର ଉତ୍ତରରେ ଏସ ଜୟଶଙ୍କର ଆମେରିକା ବିଦେଶ ମନ୍ତ୍ରୀ ହିଲାରୀ କ୍ଲିଣ୍ଟନଙ୍କ ଉଦାହରଣ ଦେଇଥିଲେ। ଯେଉଁଥିରେ ହିଲାରୀ କ୍ଲିଣ୍ଟନ କହିଥଲେ ନିଜ ଘରେ ପଛପଟେ ଯଦି କେବଳ ଏହା ଭାବି ସାପ ରଖୁଛନ୍ତି ଯେ ଯେ କେବଳ ପଡ଼ୋଶୀ କାମୁଡ଼ିବ। ସାପ ତାଙ୍କୁ ମଧ୍ୟ କାମୁଡ଼ିବ ଯିଏ ତାକୁ ପାଳୁଛି।

ଏସ ଜୟଶଙ୍କର କହିଛନ୍ତି ଯେ ଆଜି ସେମାନେ ଯାହାବି କରୁଛନ୍ତି, ତାହା ସବୁ ଲୋକ, ପୂରା ଦୁନିଆ ଦେଖୁଛି। ସମଗ୍ର ବିଶ୍ବ ଆଜି ତାଙ୍କୁ ଆତଙ୍କବାଦର କେନ୍ଦ୍ର ଭାବରେ ଦେଖୁଛି। ଜୟଶଙ୍କର କହିଛନ୍ତି ଦୁଇ ବର୍ଷରୁ ଅଧିକ ବର୍ଷରୁ ଅଧିକ ସମୟ​ ଧରି କୋଭିଡ୍ ମହାମାରୀ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିଲେ ବି ଦୁନିଆ ଏହା ଭୁଲିନାହିଁ ଆତଙ୍କବାଦ ଆରମ୍ଭ କେଉଁଠାରୁ।

ଜୟଶଙ୍କର କହିଥିଲେ ​‌ଯେ ଆମେ ପୁଣିଥରେ ନ୍ୟୁୟର୍କ ର ୯/୧୧ କିମ୍ବା ମୁମ୍ବାଇର ୨୬/୧୧ କୁ ଦୋହରାଇବାକୁ ଦେବୁନାହିଁ। ସେ ଆତଙ୍କବାଦକୁ ଅନ୍ତରାଷ୍ଟ୍ରୀୟ ଶାନ୍ତି ଏବଂ ସୁରକ୍ଷା ପାଇଁ ବିପଦ କହିଛନ୍ତି ଏବଂ କହିଛନ୍ତି ଯେ ଆତଙ୍କବାଦ କୌଣସି ସୀମା, ରାଷ୍ଟ୍ରୀୟତା କିମ୍ବା ସମାଜ ଦେଖେନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.