ଆଫଗାନିସ୍ତାନରେ ପୁଣି ପାଦ ଥାପିଲା ଭାରତ, ତାଲିବାନ-ପାକିସ୍ତାନ ଲଢେଇରୁ ଏବେ ମିଳିବ ଫାଇଦା

Published By : Prameya-News7 Bureau | December 04, 2022 IST

କାବୁଲ୪।୧୨:  ତାଲିବାନ ଶାସନକୁ କାବୁଲ ଯିବା ପରେ ଅନେକ ଦେଶ ଏବେ ଆଫଗାନିସ୍ତନରେ ପାଦ ରଖିବାକୁ ଡରୁଛନ୍ତି। ତେବେ ଭାରତ ଏଥିରେ ବ୍ୟତିକ୍ରମ। ଆଫଗାନିସ୍ତାନରେ ଭାରତ ପୁଣି ପାଦ ଥାପିଛି। ଜାପାନ ମଧ୍ୟ କାବୁଲରେ ଦ୍ୱିତୀୟବାର ନିଜର ଦୂତାବାସ ଖୋଲିଛି। ତେବେ ତା ପୂର୍ବରୁ ଭାରତ ସହ ପରାମର୍ଶ କରିଥିଲା। ସେହି ଅନୁସାରେ ଜାପାନ ଅକ୍ଟୋବର ମାସରେ ନିଜର କାବୁଲ ଦୂତାବାସ ପୁଣି ଆରମ୍ଭ କରିଥିଲା।

ଉଲ୍ଲେଖଯୋଗ୍ୟ ଯେ ଆଫଗାନିସ୍ତାନକୁ ତାଲିବାନ ପୁଣି ଦଖଲକୁ ନେବା ବେଳେ ଭାରତ ସେଠାରୁ ନିଜ ଲୋକଙ୍କୁ ଫେରାଇ ଆଣିଥିଲା। ତାଲିବାନ ପୁଣି ଆଫଗାନିସ୍ତାନ ଦଖଲ କରିବା ପରେ ସେଠାରେ ପାକିସ୍ତାନର ରାଜ ଚାଲିବ ବୋଲି ଭାରତ ଭାବିଥିଲା। ଏହା ଦ୍ୱାରା ଭାରତ ଓ କାବୁଲ ରଣନୈତିକ ଭାଗିଦାରୀ ମଧ୍ୟ ପ୍ରଭାବିତ ହେବ ବୋଲି ଆକଳନ କରାଯାଉଥିଲା। ତେବେ ବର୍ଷକରେ ପରିସ୍ଥିତି ବଦଳି ଯାଇଛି। କାରଣ ସୀମାକୁ ନେଇ ପାକିସ୍ତାନ ଓ ତାଲିବାନ ଏବେ ଅଡି ଯାଇଛନ୍ତି। ତାଲିବାନ ମାନେ ଡୁରାଣ୍ଡ ଲାଇନକୁ ଅନ୍ତର୍ଜାତୀୟ ସୀମା ସ୍ୱୀକାର କରୁ ନାହାନ୍ତି।

ସେପଟେ ପାକିସ୍ତାନରେ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ପାକିସ୍ତାନ ସରକାରଙ୍କ ସିଜ ଫାୟାରକୁ ଅସ୍ୱୀକାର କରିବା ସହ ଦେଶର ଯୋ କୈଣସି ସ୍ଥାନରେ ଆକ୍ରମଣ ଲାଗି ନିଜ କମାଣ୍ଡୋଙ୍କୁ ଆଦେଶ ଦେଇଛି। ଆଫାନିସ୍ତାନରେ ଟିଟିପିର ପ୍ରାୟ ୪ ହଜାରରୁ ଅଧିକ ଯୋଦ୍ଧା ଅଛନ୍ତି। ପାକିସ୍ତାନ ଭାବୁଥିଲା ଟିଟିପିକୁ ଆଫଗାନ ତାଲିବାନ ମାନେ ଶାନ୍ତି ବୁଝାମଣା ଲାଗି ମନେଇ ନେବେ। ହେଲେ ନଭେମ୍ବର ୩୦ ତାରିଖ ଦିନ ଟିଟିପି ଗରିଲାମାନେ ବଲୁଚିସ୍ତାନରେ ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ଏବେ ଆଫଗାନିସ୍ତାନରେ ଭାରତ ପୂର୍ବ ଭଳି ତାର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.