'ଅପରେସନ ଦେବୀ ଶକ୍ତି' : ମା' ଦୁର୍ଗାଙ୍କ ସହ ଜଡିତ ଆଫଗାନିସ୍ତାନରୁ ଭାରତୀୟଙ୍କୁ ସୁରକ୍ଷିତ ବାହାର କରିବା ଅଭିଯାନ

Published By : Prameya-News7 Bureau | August 24, 2021 IST

ନୂଆଦିଲ୍ଲୀ ୨୪/୦୮ : ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ଭାରତ ସରକାର ସେଠାରୁ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ବାହାର କରୁଛନ୍ତି। ସରକାର ଲଗାତାର ଏଥିପାଇଁ ଅଭିଯାନ ଚଲାଇଛନ୍ତି। ମଙ୍ଗଳବାର ଯାଏଁ ଆଫଗାନିସ୍ତାନରୁ ୮୦୦ରୁ ଅଧିକ ଲୋକଙ୍କୁ ଭାରତକୁ ଅଣାଯାଇଛି। କିନ୍ତୁ ଅଳ୍ପ ସଂଖ୍ୟକ ଲୋକ ଜାଣିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଜାରି ଏହି ଅଭିଯାନକୁ 'ଅପରେସନ ଦେବୀ ଶକ୍ତି' ନାମ ଦିଆଯାଇଛି। ଏହି ଅଭିଯାନର ନାମ ଅପରେସନ ଦେବୀ ଶକ୍ତି କାହିଁକି ରଖାଯାଇଛି ଏ ସମ୍ପର୍କରେ ଜାଣିଥିବା ଲୋକେ କହିଛନ୍ତି ଯେ ଏହି ନାଁ ଏଇଥିପାଇଁ ବଛାଯାଇଛି କାରଣ ଆଫଗାନିସ୍ତାନରେ ହେଉଥିବା ହିଂସାରୁ ନିରୀହ ଭାରତୀୟଙ୍କୁ ରକ୍ଷା କରି ସ୍ୱଦେଶ ଆଣିବାର ଅଛି, ଯେଉଁଭଳି ମା' ଦୁର୍ଗା ରାକ୍ଷସଙ୍କ ଠାରୁ ନିରୀହ ଲୋକଙ୍କୁ ରକ୍ଷା କରନ୍ତି। ମୋଦି ମା' ଦୁର୍ଗାଙ୍କ ବଡ ଭକ୍ତ। ସେ ନବରାତ୍ରି ସମୟରେ ୯ ଦିନ କେବଳ ପାଣି ପିଇ ବ୍ରତ ପାଳନ କରନ୍ତି।

{"id":500591,"sizeSlug":"full","linkDestination":"none"}

ନିକଟରେ ସିସିଏସ ବୈଠକରେ ମୋଦି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଆଫଗାନିସ୍ତାନରୁ ଉଦ୍ଧାରକାର୍ଯ୍ୟକୁ କେବଳ ମାନବିକତା ଦୃଷ୍ଟିରେ ଦେଖାଯିବା ଉଚିତ। ସେ କହିଛନ୍ତି ଯେ କେବଳ ହିନ୍ଦୁ କିମ୍ବା ଶିଖ ନୁହେଁ ବରଂ ସଂଖ୍ୟାଲଘୁଙ୍କୁ ମଧ୍ୟ ଆଫଗାନିସ୍ତାନରୁ ଅଣାଯାଇଛି। ଅନେକ ଆଫଗାନ ନାଗରିକ ମଧ୍ୟ ଏହି ସଙ୍କଟ ସମୟରେ ଭାରତ ଆସିବାକୁ ବିକଳ୍ପ ବାଛିଛନ୍ତି।

କାବୁଲର ତାଜିକ ସହରରୁ ବାହାର କରାଯିବାର ଦିନେ ପରେ ମଙ୍ଗଳବାର ଦିନ ୭୮ ଲୋକଙ୍କୁ ଭାରତ ଅଣାଯାଇଛି ଯେଉଁମାନଙ୍କ ମଧ୍ୟରେ ୨୫ ଭାରତୀୟ, ଅନେକ ଆଫଗାନି ଶିଖ ଓ ହିନ୍ଦୁ ସାମିଲ ଅଛନ୍ତି।

{"id":500590,"sizeSlug":"full","linkDestination":"none"}

ଅଗଷ୍ଟ ୧୬ ରୁ ୨୪ ମଧ୍ୟରେ ଆଫଗାନିସ୍ତାନରୁ ୮୦୦ ରୁ ଅଧିକ ଲୋକଙ୍କୁ ଦିଲ୍ଲୀ ଅଣାଯାଇଛି। ଅଗଷ୍ଟ ୧୫ରେ ତାଲିବାନ କାବୁଲରେ କବଜା କରିଥିଲା। ଏହାପରେ ୧୬ ତାରିଖରୁ ଭାରତ ସେଠାରୁ ଭାରତୀୟଙ୍କୁ ବାହାର କରିବାକୁ ଅଭିଯାନ ଆରମ୍ଭ କରିଛି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ଭି ମୁରଲୀଧରନ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଲୋକଙ୍କୁ ସ୍ୱାଗତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.