Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

FIH Pro League: ୩-୨ରେ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ହରାଇଲା ଭାରତ, ସୁଖଜିତ୍ ପ୍ଲେୟର ଅଫ୍ ଦି ମ୍ୟାଚ୍

10/03/2023 at 10:19 PM

ରାଉରକେଲା: ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ହରାଇ ହକି ପ୍ରୋ ଲିଗରେ ନିଜ ଯାତ୍ରା ଆରମ୍ଭ କରିଛି ଭାରତ । ଶୁକ୍ରବାର ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ପ୍ରୋ ଲିଗର ପ୍ରଥମ ମ୍ୟାଚ୍ ଆୟୋଜକ ଭାରତ ଏବଂ ବିଶ୍ୱ ଚାମ୍ପିୟନ ଜର୍ମାନୀ ମଧ୍ୟରେ ଖେଳାଯାଇଥିଲା । ନୂଆ କୋଚ୍ କ୍ରିଗ୍ ଫୁଲଟନ ଏବଂ ଅଧିନାୟକ ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇଥିବା ଟିମ ଇଣ୍ଡିଆ ୩-୨ରେ ଜର୍ମାନୀକୁ ପରାସ୍ତ କରିଛି ।

ମ୍ୟାଚର ପ୍ରଥମାର୍ଦ୍ଧରେ ଟିମ ଇଣ୍ଡିଆ ଗୋଟିଏ ଗୋଲ ଦେଇ ଜର୍ମାନୀ ବିପକ୍ଷରେ ଲିଡ୍ ନେଇଥିଲା । ମ୍ୟାଚର ୩୦ ମିନିଟରେ ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା । ହରମନପ୍ରୀତ ସିଂ ପେନାଲ୍ଟିକୁ ଗୋଲରେ ପରିଣତ କରି ଟିମକୁ ୧-୦ରୁ ଆଗୁଆ କରାଇଥିଲେ । ଏହାପରେ ମ୍ୟାଚର ୩୨ ମିନିଟରେ ସୁଖଜିତ୍ ଟିମ ପାଇଁ ଦ୍ୱିତୀୟ ଗୋଲ ଦେଇଥିଲେ । ମ୍ୟାଚର ୪୩ ମିନିଟରେ ସୁଖଜିତ୍ ପୁଣି ଏକ ଗୋଲ ଦେଇ ଟିମକୁ ୩-୦ରେ ଆଗୁଆ କରାଇଥିଲେ ।

ମ୍ୟାଚର ୪୫ ମିନିଟରେ ଜର୍ମାନୀ ଷ୍ଟ୍ରାଇକର କୌଫମନ ନିଜ ଟିମ ପାଇଁ ପ୍ରଥମ ଗୋଲ କରିଥିଲେ । ମ୍ୟାଚର ଶେଷ ଦୁଇ ମିନିଟରେ ଜର୍ମାନୀ ପାଇଁ ଦ୍ୱିତୀୟ ଗୋଲ ଦେଇଥିଲେ ଷ୍ଟୁଅର୍ଟହୋଫ୍ । ଫୁଲ୍ ଟାଇମ ପରେ ଭାରତ ୩-୨ରେ ଜର୍ମାନୀକୁ ପରାସ୍ତ କରିଛି । ମ୍ୟାଚରେ ଦୁଇଟି ଗୋଲ କରିଥିବା ସୁଖଜିତ୍ ସିଂ ପ୍ଲେୟର ଅଫ୍ ଦ ମ୍ୟାଚ୍ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ ୧୨ରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତର ପରବର୍ତ୍ତୀ ମୁକାବିଲା ଅଷ୍ଟ୍ରେଲିଆ ସହ ହେବ ।  

   Related Posts